ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୧+ ଶ୍ରୀଶ୍ରୀ ସୀତାରାମ ମଠ ପ୍ରାଙ୍ଗଣରେ ୨୫ତମ କାର୍ତିକେଶ୍ବର ପୂଜା ୨- ଶମ୍ଭୁଗୋପାଳ ମଠରେ ଶ୍ରୀରାଧା ପାଦ ଦର୍ଶନ କାର୍ଯ୍ୟକ୍ରମ ଅତି ଭକ୍ତିମୟ ପରିବେଶରେ ଅନୁଷ୍ଠିତ ୩-ବାପଚିଷ୍ଟ ଚର୍ଜର ୭୫ ତମ ମଣ୍ତଳୀ ସ୍ଥାପନ ଦିବସ ଆନନ୍ଦ ଉଲ୍ଲାସର ପାଳିତ

ଶ୍ରୀଶ୍ରୀ ସୀତାରାମ ମଠ ପ୍ରାଙ୍ଗଣରେ ୨୫ତମ କାର୍ତିକେଶ୍ବର ପୂଜା

ଢେଙ୍କାନାଳ, ୨୦/୧୧: ଢେଙ୍କାନାଳ ସହର ବାଜିଚୌକସ୍ଥିତ ଶ୍ରୀ ଶ୍ରୀ ସୀତାରାମ ମଠ ପ୍ରାଙ୍ଗଣରେ ୨୫ତମ କାର୍ତିକେଶ୍ୱର ପୂଜା ମହାଆଡମ୍ବର ସହିତ ଆରମ୍ଭ ହୋଇଯାଅଛି। ଗତ ୧୯ ତାରିଖ ସଂଧ୍ୟା ସମୟରେ ଅଧିବାସ ପୂଜା ସହିତ ଜୀବଦାନ କରାଯାଇଥିଲା । ପ୍ରତ୍ୟେକ ଦିନ ତିନି ପ୍ରହର ପୂଜା କରାଯାଉଥିବାବେଳେ ସଂଧ୍ୟାରେ ୧୦୮ ଦୀପରେ ଆଳତି କରାଯାଉଅଛି । ଆସନ୍ତା ୨୪ ତାରିଖ ପୂର୍ଣ୍ଣିମା ସଂଧ୍ୟାରେ ଭକ୍ତମାନଙ୍କ ପାଇଁ ପ୍ରସାଦସେବନ ବ୍ୟବସ୍ଥା କରାଯିବ । ପୂଜକ ଜଗନ୍ନାତ ତ୍ରିପାଠୀ ଓ କର୍ତା ଗଦାଧର ସାହୁ ପୂଜାକୁ ସମ୍ପାଦନ କରୁଥିବାବେଳେ ସଭାପତି ବୁନୁ ବେହେରା, କର୍ମକର୍ତା ସନାତନ ସିଂ, ଅଜିତ୍ ସାହୁ, ଦୀପୁ ଦାଶ, ସୁବାଷ ରାଉତ, ସୁଶାନ୍ତ ସାହୁ ପ୍ରମୁଖ ପୂଜା କାର୍ଯ୍ୟକୁ ପରିଚାଳନା କରୁଛନ୍ତି । ଅଂଚଳର ବହୁ ଭକ୍ତ ଯୋଗଦେଇ ଶ୍ରୀଶ୍ରୀ କାର୍ତିକେଶ୍ୱରଙ୍କ ଆଶୀର୍ବାଦ ଗ୍ରହଣ କରିବା ସହିତ ପୂଜାକୁ ସଫଳ କରିଥିଲେ ।

ଶମ୍ଭୁଗୋପାଳ ମଠରେ ଶ୍ରୀରାଧା ପାଦ ଦର୍ଶନ କାର୍ଯ୍ୟକ୍ରମ ଅତି ଭକ୍ତିମୟ ପରିବେଶରେ ଅନୁଷ୍ଠିତ

ଢେଙ୍କାନାଳ:୧୮/୧୧ – (ମନିସ) :- ପବିତ୍ର ଅଁଳା ନବମୀ ଅବସରରେ ଢେଙ୍କାନାଳ ସହରର ଶମ୍ଭୁଗୋପାଳ ମଠ ପ୍ରାଙ୍ଗଣରେ ଶ୍ରୀ ଶ୍ରୀ ରାଧାପାଦ ଦର୍ଶନ କାର୍ଯ୍ୟକ୍ରମ ଅତ୍ଯନ୍ତ ଭକ୍ତିମୟ ପରିବେଶରେ ଅନୁଷ୍ଠିତ ହୋଇଯାଇଛି।ବର୍ଷକୁ ଥରେ ମାତ୍ର ଏହି ବିରଳ ଦର୍ଶନର ସୁଯୋଗ ମିଳୁଥିବାରୁ ମଠ ପରିସରରେ ଶ୍ରାଧଳୁଙ୍କ ପ୍ରବଳ ଭିଡ ପରିଲକ୍ଷିତ ହୋଇଥିଲା। ପ୍ରଭାତରୁ ଶ୍ରୀ ବିଗ୍ରହଙ୍କ ନିମନ୍ତେ ନୂତନ ବସ୍ତ୍ର ପରିଧାନ ସହିତ ତୁଳସୀ ହାର ଓ ଅନ୍ଯାନ୍ଯ ଫୁଲମାଳ ଅର୍ପଣ କରାଯାଇଥିଲା। ପ୍ରଭାତରୁ କାର୍ତ୍ତିକ ମାସ ନିମନ୍ତେ ଖେଚୁଡି ପ୍ରସାଦ ସହିତ ଅନ୍ଯାନ୍ଯ ମିଷ୍ଟାନ୍ନ ରସଗୋଲା, ଲଡୁ ଏବଂ ମଧ୍ଯାହ୍ନରେ ଅନ୍ନଧୁପ, ସଂନ୍ଧ୍ୟା ଆଳତି ଇତ୍ୟାଦି ଲାଗି କରାଯାଇ। ଭକ୍ତମାନେ ଅଁଳା ବୃକ୍ଷକୁ ପୂଜନ କରିବା ସହିତ ମାଁ ରାଧାରାଣୀଙ୍କ ପାଦ ଶତାଧିକ ଭକ୍ତ ଓ ଶ୍ରାଧଳୁ ଦର୍ଶନ କରିଥିଲେ। ମୁଖ୍ୟ ପୂଜକ ବିଭୁତି ଭୂଷଣ ପଣ୍ଡା ଓ ସୁନିଲ କୁମାର ମହାରଣାଙ୍କ ମାଧ୍ୟମରେ ପୂଜା କାର୍ଯ୍ୟ ସମ୍ପାଦନ ହୋଇଥିଲା। ଏହି କାର୍ଯ୍ୟକ୍ରମ ଶୁଶି ବାବାଙ୍କ ତତ୍ବାବଧାନରେ ଅନୁଷ୍ଠିତ ହୋଇଯାଇଛି।

ବାପଚିଷ୍ଟ ଚର୍ଜର ୭୫ ତମ ମଣ୍ତଳୀ ସ୍ଥାପନ ଦିବସ ଆନନ୍ଦ ଉଲ୍ଲାସର ପାଳିତ,

ଢେଙ୍କାନାଳ:୧୮/୧୧ – (ମନିସ) :- ଇଶ୍ୱରଙ୍କ ପ୍ରତି କୃତଜ୍ଞତା ଜ୍ଞାପନ କରିବା, ମଣ୍ତଳୀର ୭୫ ବର୍ଷର ଆଧ୍ୟାତ୍ମିକ ଯାତ୍ରାକୁ ସ୍ମରଣ କରିବା ଏବଂ ସମାଜରେ ଶାନ୍ତି, ପ୍ରେମ ଓ ଏକତାର ବାର୍ତ୍ତା ପଚାର କରିବା, ଏହିପରିପ୍ରେକ୍ଷୀରେ ଢେଙ୍କାନାଳ ସହରସ୍ଥିତ ବାପଚିଷ୍ଟ ଚର୍ଜର ତା୧୮/୧୧/୨୦୨୬ ରିଖ ବୁଧବାର ଦିନ ତା’ର ୭୫ତମ ମଣ୍ତଳୀ ସ୍ଥାପନ ଦିବସ ଆନନ୍ଦଉଲ୍ଲାସର ସହିତ ପାଳନ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଆୟୋଜିତ ଏହି ଦିବସରେ ମଣ୍ତଳୀର ପ୍ରାୟ ୧୫୦ ଜଣ ସଭ୍ଯ, ସଭ୍ଯା ଏବଂ ପିଲାମାନେ ଯୋଗଦେଇଥିଲେ। ଏହି ବିଶେଷ ଦିବସରେ ପାଳିତ କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତା ଭାବେ ରେଭେଡ ନିରଞ୍ଜନ ତୁରୁକ ଯୋଗଦେଇ ପ୍ରଭୁ ଯୀଶୁ ଙ୍କ ବାଣୀ ପରିପ୍ରକାଶ କରିଥିଲେ। ଏହି ଦିନର ବିଶେଷ କାର୍ଯ୍ୟକ୍ରମରେ ମଣ୍ତଳୀର ବରିଷ୍ଠ ସଭାପତି ପ୍ରେମାନନ୍ଦ ବିହାରୀ, କାର୍ଯ୍ୟକାରୀ ସଭାପତି ରବିନ ଚନ୍ଦ୍ର ନାୟକ, ସମ୍ପାଦକ ଅମରେନ୍ଦ୍ର ନାୟକ ଏବଂ ଯୁଗ୍ମ ସମ୍ପାଦକ ଅବୟାନନ୍ଦ ବିହାରୀ ପ୍ରମୁଖ ଯୋଗଦାନ କରିଥିବା ବେଳେ ସମସ୍ତ କର୍ମକର୍ତ୍ତା ବୃନ୍ଦମାନେ ହୃଦୟର ସହିତ ଏହି କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ। ଏହି ଅବସରରେ ସହରର ବହୁ ମାନ୍ଯଗଣ୍ଯ ବ୍ଯକ୍ତି ଓ ଅତିଥିବୃନ୍ଦଙ୍କୁ ସମ୍ବଦ୍ଧିତ କରାଯାଇଥିଲା।

ଶୁଭମ୍ ପାଣି ଙ୍କ ରିପୋର୍ଟ୍ 

Related posts

୧- ୩ମିଲିୟନରୁ ୬ମିଲିୟନ ବୃଦ୍ଧି ପାଇଁ ମୁଣ୍ଡ ଟେକିଲା ନୂତନ ସଂଘଠନ , ୨- ସାର ପାଇଁ ଆଜି ବନ୍ଧୁଗାଁ ବ୍ଲକ ଚାଷୀ ହଟ ହଟା 

Sunil Chandra Nayak

ଜୁନାଗଡ଼ କୁ ଜିଲ୍ଲା ଦାବୀ ପ୍ରସଙ୍ଗ ଗଠିତ ହେଲା କୋର କମିଟି

masiha

ଶ୍ରୀ ଶ୍ରୀ ବ୍ରଜମୋହନ ପଞ୍ଚଦେବ ଶ୍ରୀ ରାଧାକୃଷ୍ଣ ଶ୍ରୀ ଜଗନ୍ନାଥ ମନ୍ଦିର ଟ୍ରଷ୍ଟ ର ବୈଠକ

Leave a Comment

error: Content is protected !!