ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶ୍ରୀ ଶ୍ରୀ ବ୍ରଜମୋହନ ପଞ୍ଚଦେବ ଶ୍ରୀ ରାଧାକୃଷ୍ଣ ଶ୍ରୀ ଜଗନ୍ନାଥ ମନ୍ଦିର ଟ୍ରଷ୍ଟ ର ବୈଠକ

ନୂତନ ରଥ ନିର୍ମାଣ ଓ ନବ ନିର୍ମିତ ଦୁର୍ଗା ଓ ସୂର୍ଯ୍ୟ ମନ୍ଦିରର ପ୍ରତିଷ୍ଠା ଉପରେ ଗୁରୁତ୍ବ

ଆସନ୍ତା ରଥଯାତ୍ରା ପରିପ୍ରେକ୍ଷୀରେ ଶ୍ରୀ ଶ୍ରୀ ବ୍ରଜମୋହନ ପଞ୍ଚଦେବ ଶ୍ରୀ ରାଧାକୃଷ୍ଣ ଶ୍ରୀ ଜଗନ୍ନାଥ ମନ୍ଦିର ଟ୍ରଷ୍ଟ ର ବୈଠକ ଗତ ୧୨ ତାରିଖ ଦିନ ଧର୍ମଗଡ ବ୍ଲକ ପରିସରରେ ଅନୁଷ୍ଠିତ ହୋଇଯାଇଛି। ମନ୍ଦିର ଟ୍ରଷ୍ଟ ର ଅଧ୍ୟକ୍ଷ ତଥା ଉପଜିଲ୍ଲାପାଳ ବେଦ ଭୂଷଣ, ଆଇଏଏସ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ ବୈଠକରେ ଆଗାମୀ ରଥଯାତ୍ରା ଆୟୋଜନ ସଂପର୍କରେ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା। ନୂତନ ରଥ ନିର୍ମାଣ, ଶ୍ରୀ ଜଗନ୍ନାଥଙ୍କ ମନ୍ଦିର ପରିସରରେ ନିର୍ମାଣାଧୀନ ରୋଷଶାଳା ର ଅଗ୍ରଗତି ତଥା ମନ୍ଦିର ଟ୍ରଷ୍ଟର ଅନ୍ୟାନ୍ୟ ମନ୍ଦିର ମାନଙ୍କର ପରିଚାଳନା, ଟ୍ରଷ୍ଟ ଓ ରଥଯାତ୍ରାର ଆୟବ୍ୟୟ ସଂପର୍କରେ ଆଲୋଚନା କରାଯାଇଥିଲା। ଆଗାମୀ ରଥଯାତ୍ରା ପୂର୍ବରୁ ବ୍ରଜମୋହନ ପଞ୍ଚଦେବ ଶ୍ରୀ ରାଧାକୃଷ୍ଣ ପରିସରରେ ନୂତନ ଭାବେ ନିର୍ମିତ ଦୁର୍ଗା ଓ ସୂର୍ଯ୍ୟ ମନ୍ଦିରର ପ୍ରତିଷ୍ଠା କରାଯିବାକୁ ଆଲୋଚନା କରାଯାଇଥିଲା। ଏଥିପାଇଁ ମନ୍ଦିର ପ୍ରତିଷ୍ଠା ର ତିଥି ବାର ଚୟନ କରି ଆବଶ୍ୟକୀୟ ପଦକ୍ଷେପ ନେବାକୁ ଉପଜିଲ୍ଲାପାଳ ପରାମର୍ଶ ଦେଇଥିଲେ।ବୈଠକରେ ମନ୍ଦିର ଟ୍ରଷ୍ଟ ର ଉପସଭାପତି ତୁଷାର ରଞ୍ଜନ ପଟ୍ଟଯୋଷି, ସାଧାରଣ ସଂପାଦକ ନିରଞ୍ଜନ ମହାପାତ୍ର, ସହ ସମ୍ପାଦକ ହୃଷୀକେଶ ମିଶ୍ର, କୋଷାଧ୍ୟକ୍ଷ ହିମାଂଶୁ ଶେଖର ମୁଣ୍ଡ,ଟ୍ରଷ୍ଟର ବରିଷ୍ଠ ସଦସ୍ୟ ସୁକଲାଲ ଅଗ୍ରୱାଲ, ସୁରେଶ ଚନ୍ଦ୍ର ମୁଣ୍ଡ,ବିଦ୍ୟାଧର ସାହୁ, ସୁରେନ୍ଦ୍ର କୁମାର ମୁନି, ସନ୍ତୋଷ କୁମାର ମେହେର, କୃପାସିନ୍ଧୁ ପଣ୍ଡା ପ୍ରମୁଖ ଯୋଗଦେଇଥିବା ବେଳେ ଏହି ବୈଠକର ଧର୍ମଗଡ ବିଡିଓ ଶରତ ଚନ୍ଦ୍ର ସେଠୀ, ଏନଏସି ଅଧ୍ୟକ୍ଷ ଅଶୋକ କୁମାର ମହାନ୍ତି, ଜଗବନ୍ଧୁ ମିଶ୍ର, ଜନ୍ମେଜୟ ନାଏକ ଯୋଗଦେଇ ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ।

ସୂଚନାଯୋଗ୍ୟ ଯେ, ଆସନ୍ତା ଜୁନ ୪ ତାରିଖ ଦିନ ଶ୍ରୀଜୀଉ ଙ୍କ ଦେବସ୍ନାନ ପୂର୍ଣ୍ଣିମା, ଜୁନ ୧୯ ରେ ନେତ୍ରୋତ୍ସବ ଓ ନବଯୌବନ ଦର୍ଶନ, ଜୁନ ୨୦ରେ ଶ୍ରୀ ଗୁଣ୍ଡିଚା ଯାତ୍ରା, ଜୁନ ୨୪ ରେ ହେରା ପଞ୍ଚମୀ ଏବଂ ଜୁନ ୨୮ ତାରିଖରେ ଶ୍ରୀ ଜୀଉଙ୍କ ର ବାହୁଡା଼ ଯାତ୍ରା ଅନୁଷ୍ଠିତ ହେବ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ……

Related posts

ପ୍ରଗତି ଉତ୍କଳ ସଂଘରେ ନୀଳକଣ୍ଠ ଜୟନ୍ତୀ ପାଳିତ

masiha

ହରିଶ୍ଚନ୍ଦ୍ର ଯୋଜନାରେ ମୃତକ ପରିବାରକୁ ପ୍ରଶାସନର ସହାୟତା 

Sunil Chandra Nayak

ଧର୍ମଗଡ ବ୍ଲକ ରେ ଭୀମ ଭୋଇ ଭିନ୍ନ କ୍ଷମ ସାମର୍ଥ୍ୟ ଶିବିର , ୪୬୫ ହିତାଧୀକାରୀ ଙ୍କୁ ସହାୟତା ପ୍ରଦାନ 

masiha

Leave a Comment

error: Content is protected !!