ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଭାଗ ଓ ସମ୍ଭାଗ ସ୍ତରୀୟ ସଂସ୍କୃତି ମହୋତ୍ସବ ଅନୁଷ୍ଠିତ

ଜୁନାଗଡ଼୨୪/୮ମ ନି ସ) -ଜୁନାଗଡ଼ ସରସ୍ବତୀ ଶିଶୁ ବିଦ୍ୟlମନ୍ଦିର ଠାରେ ବିଭାଗ ଓ ଦକ୍ଷିଣ ସମ୍ଭାଗ ର ସଂସ୍କୃତି ମହୋତ୍ସବ ଅନୁଷ୍ଠିତ ହୋଇ ଯାଇଛି l ଏଥିରେ କଳାହାଣ୍ଡି, ମାଲକାନଗିରି, କୋରାପୁଟ ରାୟଗଡା, ଓ ନବରଙ୍ଗପୁର ଜିଲ୍ଲା ର ୨୧୦ ଜଣ ପ୍ରତିଭାଗୀ ୪୬ ଜଣ ଆଚାର୍ଯ୍ୟ ଆଚାର୍ଯ୍ୟl ଅଂଶଗ୍ରହଣ କରିଥିଲେ l ଉଦ୍ଘାଟନୀ ଉତ୍ସବ ରେ ଜୁନାଗଡ଼ ନଗରପାଳ ମୁକେଶ ଅଗ୍ରୱାଲ, ଦକ୍ଷିଣ ସମ୍ଭାଗ ସଭାପତି ରୂପ ସିଂ ରାଉତ ସ୍ଥାନୀୟ ଶିଶୁଵିଦ୍ୟାମନ୍ଦିର ପରିଚାଳନା କମିଟି ସଭାପତି ଈଶ୍ୱର ପୂଝରୀ ଉପ ସଭାପତି ଶୁଭେନ୍ଦୁ ପଣ୍ଡା ସମ୍ପାଦକ ହେମନ୍ତ କୁମାର ମୁଣ୍ଡ, ପ୍ରଧାନ ଆଚାର୍ଯ୍ୟ ଶ୍ରବଣ କୁମାର ସାହୁ ଉପସ୍ଥିତ ଥିଲେ l ଉଦଯାପନୀ ଉତ୍ସବ ରେ ପୂର୍ବତନ ବିଧାୟକ ହିମାଂଶୁ ଶେଖର ମେହେର ଶିକ୍ଷା ବିକାଶ ସମିତି ଜିଲ୍ଲା ପ୍ରମୁଖ ଗରିବ ସୁନାନୀ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ସାଫଲ୍ୟ ମଣ୍ଡିତ କରିଥିଲେ l କଳାହାଣ୍ଡି ଜିଲ୍ଲା ବିଭାଗ ନିରୀକ୍ଷକ ବିପିନ ବିହାରୀ ମିଶ୍ର ଙ୍କ ତତ୍ୱାବଧାନ ରେ ୧୩ ଜଣ ପରିଚାଳକ ଦାୟିତ୍ୱ ସମ୍ପାଦନ କରିଥିଲେ l ଏହି ମହୋତ୍ସବ ରେ ସଂସ୍କୃତି ବୋଧ, ପ୍ରଶ୍ନ ମଞ୍ଚ, ପତ୍ରବlଚନ, ମୂର୍ତ୍ତି କଳା, କଥାକଥନ, ଲୋକ ନୃତ୍ୟ ପ୍ରଭୁତି ପ୍ରତିଯୋଗିତା ରେ ଛାତ୍ର ଛାତ୍ରୀ ମାନେ ଅଂଶ ଗ୍ରହଣ କରି ପୁରସ୍କୃତ ହୋଇଥିଲେ l

ଜୁନାଗଡ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ 

Related posts

ଚିଲିଗୁଡା ସାପ୍ତାହିକ ବଜାର ଦର ଆକାଶ ଛୁଆଁ ଖାଉଟି ହନ୍ତସନ୍ତ

ଲଡୁଗାଁ ପଂଚାୟତରେ ପିଡ଼ିଏସ ଚାଉଳ ବାଟମାରଣା ଅଭିଯୋଗ, ବ୍ଲକ ପ୍ରଶାସନର ଦ୍ୱାରସ୍ଥ ହେଲେ ହିତାଧିକାରୀ

masiha

ସରେଇପାଲି ରେ ରାଜ୍ୟ ସ୍ତରୀୟ ଆଦିବାସୀ ସମ୍ମିଳନୀ

masiha

Leave a Comment

error: Content is protected !!