ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅବ୍ୟବସ୍ଥା ଘେରରେ ବାଙ୍କିଲି ଉଚ୍ଚ ବିଦ୍ୟାଳୟ 

ଅବ୍ୟବସ୍ଥା ଘେରରେ ବାଙ୍କିଲି ଉଚ୍ଚ ବିଦ୍ୟାଳୟ 

କୋଲନରା :-୧୦/୦୮ : ରାଜ୍ୟ ସରକାର ଅନୁସୂଚିତ ଜାତି ଅନୁସୂଚିତ ଜନଜାତି ବର୍ଗର ଛାତ୍ର ଛାତ୍ରୀ ମାନଙ୍କ ପାଇଁ ଶିକ୍ଷା ର ଉନ୍ନତି ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରି ଆଦିବାସୀ ମାନଙ୍କ ର ଉନ୍ନତି ଚାହୁଁ ଥିବା ବେଳେ ରାୟଗଡ଼ା ଜିଲ୍ଲା କୋଲନରା ବ୍ଲକ ବାଙ୍କିଲି ଗ୍ରାମ ପଞ୍ଚାୟତ ସ୍ଥିତ ବାଙ୍କିଲି ଉଚ୍ଚ ବିଦ୍ୟାଳୟ ଠାରେ ଷଷ୍ଠ ଶ୍ରେଣୀ ର କିଛି ଛାତ୍ର ମାନଙ୍କୁ ଅଣ୍ଡା ଭିତରେ ପିଲା ହୋଇଥିବା ମଧ୍ୟାନ ଭୋଜନ ଖାଇବାକୁ ଦେଇଥିବା ଅଭିଯୋଗ ହୋଇଛି । ଏହି ପରି ପେକ୍ଷିରେ ଛାତ୍ର ମାନଙ୍କୁ ପଚାରି ବୁଝିବାରୁ ସେ ମାନେ କହିଥିଲେ କି ଆମକୁ ଭଲ ଖାଇବାକୁ ଦେଉନାହାନ୍ତି ବୋଲି କହିଥିଲେ । ଯଦି ଏହି ଭଳି ଖାଇବାକୁ ଦିଆ ଯାଉଅଛି ତେବେ ପ୍ରଧାନ ଶିକ୍ଷକ ଙ୍କ ସହ ମଧ୍ୟାନ ଭୋଜନ ଦେବା ମହିଳା ଗ୍ରୁପ ଏହିଭଳି ଖାଦ୍ୟ ଦେଉଛନ୍ତି ତାହା କି ଭଳି ଭାବେ ପ୍ରଧାନ ଶିକ୍ଷକ ଜାଣି ପାରୁ ନାହାଁନ୍ତି କି ଭଳି ବୋଲି ସାଧାରଣ ରେ ଆଲୋଚନା ହେଉଛି । ପିଲାଙ୍କୁ ଖାଇବା ଦେବା ପୂର୍ବରୁ ପ୍ରଧାନଶିକ ଚାଖି ପରଖିବା ଆବଶ୍ୟକ ଥିବା ବେଳେ, ଏଠାରେ କିନ୍ତୁ ପ୍ରଧାନଶିକ୍ଷଙ୍କୁ ଅବହେଳା ଯୋଗୁ ଏମିତି ପରିସ୍ଥିତି ଉପୁଜୁ ଥିବା ସ୍ଥାନୀୟ ଲକେ କହିଥିଲେ।ଜିଲ୍ଲା ପ୍ରଶାସନ ଏହି ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି। ଏହିଭଳି ପରିସ୍ଥିତି କାହିଁକି ରାୟଗଡା ଜିଲ୍ଲା ରେ ହିଁ ହୋହୁଛି ଜିଲ୍ଲା ପ୍ରଶାସନ କିଛି ଜାଣୁ ପାରୁନି କି ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏହାର ତଦନ୍ତ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାପାଇଁ ରାୟଗଡ଼ା ଜିଲ୍ଲା ଯୁବ କଂଗ୍ରେସ ଦାବୀ କରିଛି ।ଏହି ସମ୍ପର୍କରେ ବ୍ଲକ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଦେବାଶିଷ ମୁଣ୍ଡ, ଜିଲ୍ଲାମଙ୍ଗଳ ଅଧିକାରୀ ଭରତ ଭୂଷଣ ବିଶ୍ୱାଳ ଏବଂ ସ୍ଥାନୀୟ ସରପଞ୍ଚ ଙ୍କୁ ପଚାରି ବୁଝିବାରୁ କିଛି ପ୍ରତିଉତ୍ତର ମିଳି ପରିନଥିଲା ।ଏହାର ତଦନ୍ତ କରିବା ପାଇଁ ସାଧାରଣ ରେ ଦାବି ହୋଇଛି ।

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ନୂତନ ଥାନାଧିକାରୀଙ୍କ ଯୋଗଦାନ

Sunil Chandra Nayak

ଉତ୍କଳମଣି ଗୋପବନ୍ଧୁ ଦାଶଙ୍କ ୯୫ ତମ ଶ୍ରାଦ୍ଧ ବାର୍ଷିକ ପାଳିତ

Sunil Chandra Nayak

ପୂଜାରିଗୁଡ଼ା ଗ୍ରାମରେ ନୂଆଖାଇ ନିମନ୍ତେ ଭୋଜିଭାତର ମାହୋଲ 

Sunil Chandra Nayak

Leave a Comment

error: Content is protected !!