ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସରସ୍ବତୀ ବିଦ୍ୟା ମନ୍ଦିରରେ ବୃକ୍ଷରୋପଣ

ସରସ୍ବତୀ ବିଦ୍ୟା ମନ୍ଦିରରେ ବୃକ୍ଷରୋପଣ

ବସ୍ତା ,୧୦।୮: ବସ୍ତା ବ୍ଲକ ସନ୍ତୋଷପୁର ସ୍ଥିତ ସରସ୍ବତୀ ବିଦ୍ୟା ମନ୍ଦିରରେ ଶନିବାର ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ମନୋରଞ୍ଜନ ବେହେରା ଓ ସମ୍ପାଦକ ପ୍ରଶାନ୍ତ କୁମାର କୁଣ୍ଡଙ୍କ ଯୋଗ ଦେଇ ପ୍ରକୃତି ଓ ପରିବେଶ ପ୍ରତି ଆକୃଷ୍ଟ ହେବାକୁ ହେଲେ ଅଧିକରୁ ଅଧିକ ମାତ୍ରାରେ ବୃକ୍ଷରୋପଣ କରାଯିବା ଏକାନ୍ତ ଆବଶ୍ୟକ ବୋଲି ପିଲାମାନଙ୍କୁ କହିଥିଲେ।ଅନ୍ୟମାନଙ୍କ ମଧ୍ୟରେ ହରିଶ୍ଚନ୍ଦ୍ର ଜେନା, ଜଗତ କୁମାର ଗିରି,ରବୀନ୍ଦ୍ର କୁମାର ଜେନା,ସରସ୍ୱତୀ କର, ମମତାରାଣୀ ଦାସ, ଦିବ୍ୟାଶା କୁଣ୍ଡ,ଶଶୀକଳା ଦାସ,ସଂଯୁକ୍ତା ପାତ୍ର,ସୁଲୋଚନା ସେନାପତି,ଦୁର୍ଗାମଣି ଦାସ,ସତ୍ଯଭାମା ପଣ୍ଡା,କନକଲତା ଦାସ,ଅନନ୍ତ ନନ୍ଦ ପ୍ରମୁଖ ଗୁରୁଜୀ ଓ ଗୁରୁମା ଯୋଗ ଦେଇ ବୃକ୍ଷରୋପଣର ଆବଶ୍ଯକତାକୁ ପିଲାଙ୍କ ନିକଟରେ ବର୍ଣ୍ଣନା କରିଥିଲେ।ବିଦ୍ୟାଳୟର ଛାତ୍ରଛାତ୍ରୀ କାର୍ଯ୍ୟକ୍ରମକୁ ପରିଚାଳନାରେ ସହଯୋଗ କରିଥିଲେ। ଶେଷରେ ବିଦ୍ୟାଳୟ ପରିସରରେ ବିଭିନ୍ନ ପ୍ରକାରର ଔଷଧୀୟ ଗଛ,ଫୁଲ ଏବଂ ଫଳନ୍ତି ଚାରା ରୋପଣ କରାଯାଇଥିଲା।

ଜଗତ କୁମାର ଗିରି ଙ୍କ ରିପୋର୍ଟ୍ 

Related posts

କାର୍ଯ୍ୟରେ ଯୋଗଦେଲେ ଶିକ୍ଷକ

masiha

ପାଇଛେଲିଆ ଜଙ୍ଗଲରୁ ଛୁଆ ହାତୀର କଙ୍କାଳ ଜବତ

ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖ ରାସ୍ତାରେ ଆଣ୍ଠୁଏ ପାଣି : ବିଡିଓଙ୍କୁ ଅଟକାଇଲେ ମହିଳା

Sunil Chandra Nayak

Leave a Comment

error: Content is protected !!