ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମା ଠାକୁରାଣୀ ଙ୍କ କଳସୀ ଯାତ୍ରା ଶୁଭାରମ୍ଭ 

ମା ଠାକୁରାଣୀ ଙ୍କ କଳସୀ ଯାତ୍ରା ଶୁଭାରମ୍ଭ 

ଡାବୁଗାଁ, ୨୩/୪ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସଦର ମହକୁମା ଠାରେ ୯ ଦିନ ବ୍ୟାପୀ ମାଁ‘ ଠାକୁରାଣୀ ଙ୍କ କଳସୀ ଯାତ୍ରା ସୋମବାର ସନ୍ଧ୍ୟାରେ ଶୁଭାରମ୍ଭ ହୋଇଯାଇଛି | ସନ୍ଧ୍ୟାରେ ମା ଠାକୁରାଣୀ ଙ୍କ କଳସୀ ମଣ୍ଡପ ଠାରୁ ବାହାରି ମାଁ ଠାକୁରାଣୀ ମନ୍ଦିରର ପୋଖରୀରୁ ପୂଜାର୍ଚ୍ଚନା କରି ପ୍ରାୟ ୫୦ ରୁ ଉର୍ଦ୍ଧ ବାଳିକା ଝିଅ ମାନେ ମୁଣ୍ଡରେ କଳସ ବୋହି ବହୁ ଆଡମ୍ବରରେ ଶୋଭାଯାତ୍ରା ବାହାରି ବାଜା ବଜାଇ ବାଣ ଫୁଟାଇ ଗ୍ରାମ ମଧ୍ୟରେ ଥିବା ମାଁ ଙ୍କ କଳସୀ ମଣ୍ଡପ ଠାରେ ରାତ୍ର ପ୍ରାୟ ୧୦ ଘ. ସମୟରେ ପହଞ୍ଚି ମାଁ ଙ୍କୁ ସ୍ଥାପନା କରାଯାଇଛି | ଏହି ଯାତ୍ରା ଆଜିଠାରୁ ୯ ଦିନ ଧରି ଚାଲିବ | ଚଳିତ ବର୍ଷ କଳସ ଯାତ୍ରା ବହୁ ଆଡମ୍ବରରେ ଯାତ୍ରା କମିଟି ଙ୍କ ପ୍ରଚେଷ୍ଟାରେ ଆଦିବାସୀ ନୃତ୍ୟ, ବ୍ୟାଣ୍ଡ ବାଜାରେ ଓ ଭକ୍ତ ମାନଙ୍କ ନୃତ୍ୟରେ କମ୍ପି ଉଠିଥିଲା ଡାବୁଗାଁ ସହର | ୯ ଦିନ ବ୍ୟାପୀ ହେବାକୁ ଥିବା କଳସୀ ଯାତ୍ରା ପାଇଁ କଳସୀ ମଣ୍ଡପ କୁ ବିଭିନ୍ନ ଆଧୁନିକ ଆଲୋକମାଳାରେ ସାଜସଜା କରାଯାଇଥିଲା ବେଳେ ବିଭିନ୍ନ ପ୍ରକାରର ତୋରଣ ଗୁଡିକ ତିଆରି କରାଯାଇଛି | ଡାବୁଗାଁ କଳସୀ ମଣ୍ଡପ ଆଲୋକ ମାଳାରେ ଝଲସି ଉଠିଛି | ଏହି କଳସ ଶୋଭାଯାତ୍ରାରେ ପ୍ରାୟ ୨ ହଜାର ରୁ ଉର୍ଦ୍ଧ ଭକ୍ତ ଉପସ୍ଥିତ ଥିଲେ | ଏଥିରେ କମିଟି ସଭାପତି ଭାବେ ସତ୍ୟ ରଞ୍ଜନ ପାତ୍ର , ଉପସଭାପତି ବିନୋଦ ସୌରା, ସମ୍ପାଦକ କୁନୁ ପାତ୍ର ଏବଂ କୋଷାଧ୍ୟକ୍ଷ ଭାବେ ସୁରେନ୍ଦ୍ର ରେଲିଙ୍କ ସମେତ ବହୁ ଭଦ୍ର ବ୍ୟକ୍ତି ମାନେ ଯୋଗ ଦେଇଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ଧର୍ମଗଡ: ବର୍ଡ଼ର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, କାଙ୍କେରୀରେ ସାହିତ୍ୟ ଆଲୋଚନା ଚକ୍ର

masiha

ଲଘୁଚାପ ଜନିତ ଲଗାଣ ବର୍ଷାରେ ବେହାଲ କଳାହାଣ୍ଡି: ଜଳମଗ୍ନ ଗୋଲାମୁଣ୍ଡା ବ୍ଲକ ଓ ଜୁନାଗଡ଼ ବ୍ଲକ ର ବିଭିନ୍ନ ଗ୍ରାମ ଜଳ ମଗ୍ନ

Sunil Chandra Nayak

ବର୍ଷାରେ ଭିଜିଲା ପ୍ରବାସୀ ଶ୍ରମିକ ସଚେତନତା ଶିବିର ସରପଞ୍ଚ ଓ କାର୍ଯ୍ୟନିର୍ବାହୀ ଅଧିକାରୀ ଙ୍କ ଖାମଖିଆଲିକୁ ନେଇ ଅସନ୍ତୋଷ

Sunil Chandra Nayak

Leave a Comment

error: Content is protected !!