ନବ ବିବାହିତାଙ୍କୁ ହତ୍ୟା ଅଭିଯୋଗ, ସ୍ଵାମୀ ଗିରଫ
ଜୁନାଗଡ଼,୨୨/୪(ମ ନି ସ)ଜୁନାଗଡ଼ ଥାନା ଅନ୍ତର୍ଗତ ପିଲିକିଆ ଗ୍ରାମ ର ଜୈନକ ନବବିବାହିତା ଙ୍କ ହତ୍ୟା କାଣ୍ଡ ହୋଇଥିବା ବେଳେ ଏହି ଘଟଣାରେ ସ୍ଵାମୀ କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି l ଘଟଣାରୁ ପ୍ରକାଶ ଯେ ପିଲିକିଆ ଗ୍ରାମ ର ସତ୍ୟ ଭାମା ସରାଫ(୨୧) ଗତ ୪ ମାସ ତଳେ ଲବଣି ସରାଫ କୁ ବୈଦିକ ରୀତି ରେ ବିବାହ କରିଥିଲେ l ହେଲେ ରବି ବାର ଦିନ ସତ୍ୟଭାମା ସକlଲେ ଘରେ ମୃତ ଅବସ୍ତା ରେ ପଡି ଥିବା ପରିବାର ଲୋକେ ଦେଖିଥିଲେ l ପରିବାର ଲୋକେ ଜୁନାଗଡ ଥାନା କୁ ଖବର ଦେବା ପରେ ଘଟଣା ସ୍ଥଳକୁ ପୁଲିସ ପହଂଚି ପାରିପାର୍ଶ୍ୱିକ ସ୍ଥିତି ଅନୁଧ୍ୟାନ କରି ତଦନ୍ତ କରିଥିଲେ l ଏହା କୁ ନେଇ ଝିଅରବାପା ଘର ବଲାଙ୍ଗିର ଜିଲ୍ଲା ମୁରି ବାହାଲ ଥାନା ଅନ୍ତର୍ଗତ ଭୋଇ ପଡା ର ପରିକ୍ଷିତ ସରାଫ ନିଜ ଝିଅ ମୃତ ଘଟଣାକୁ ନେଇ ଏହା ଏକ ସୁପରିକଳ୍ପିତ ହତ୍ୟା କାଣ୍ଡ ବୋଲି ଜୁନାଗଡ ଥାନା ଲିଖିତ ଅଭିଯୋଗ କରିଥିଲେ l ଏହା କୁ ଭିତି କରି ଜୁନାଗଡ ଥାନା ରେ ଏକ ଯୌତୁକଜନିତ ହତ୍ୟା କାଣ୍ଡ ମାମାଲା ରୁଜୁ କରିବା ସହ ଅଭିଯୁକ୍ତ ସ୍ଵାମୀ ଲବଣି କୁ ଗିରଫ କରିଥିଲା l ଜୁନାଗଡ ଡାକ୍ତର ଖାନା ରେ ଶବ ବ୍ଯବଛେଦ କରାଯାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବା ସହ ଅଭିଯୁକ୍ତ ସ୍ଵାମୀ ଙ୍କୁ କୋର୍ଟ ଚାଲାଣ କରାଯାଇଛି l ତଦନ୍ତ ଅଧିକାରୀ ଭାବେ ଜୁନାଗଡ ଥାନା ର ସବିନ୍ସପେକ୍ଟର ସୋନୁ ଖାଲକୋ ତଦନ୍ତ ଦାୟିତ୍ଵ ରେ ରହିଥିବା ଜଣାଯାଇଛି l