ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଭେନ ସହ ଲକ୍ଷାଧିକ ଟଙ୍କାର ଗୁଟୁଖା ଜବତ 

ଭେନ ସହ ଲକ୍ଷାଧିକ ଟଙ୍କାର ଗୁଟୁଖା ଜବତ 

ବନ୍ଧୁଗାଁ ତା, ୨୮/୧୦/୨୫,କୋରାପୁଟ ଜିଲ୍ଲା ବନ୍ଧୁଗାଁ ଥାନା ଅନ୍ତର୍ଗତ ସୋମବାର ଦିନ ସନ୍ଧ୍ୟାରେ ଏକ ଭ୍ୟାନ ସହିତ ଲକ୍ଷାଧିକ ଟଙ୍କାର ଗୁଟଖା ଯବତ କରିଛି ବନ୍ଧୁଗାଁ ପଲିସ ଇ ଏଥିସହ ଗୁଟଖା ବେପାରରେ ଥିବା ତିନିଜଣ ବେପାରିଙ୍କୁ ପଲିସ ଗିରଫ କରି ୩୫/୩ ଦଫା ଅନୁଯାଇ ଭାରତୀୟ ନାଗରିକ ସୁରକ୍ଷା ସଂହିତାରେ ସେମାନଙ୍କୁ ବେଲରେ ଛଡା ଯାଇଥିବା ଜାଣିବାକୁ ପାଇଛୁ I ରାୟଗଡ଼ାର ଏକ ବ୍ୟବସାୟୀ ଅନେକ ଦିନ ହେଲାଣି ବନ୍ଧୁଗାଁ ଓ ନାରାୟଣ ପାଟଣା ଅଞ୍ଚଳର ପ୍ରତ୍ୟକ ଦୋକାନକୁ ଖୁଲମ ଖୁଲା ଗୁଟଖା ବ୍ୟବସାୟୀ ଙ୍କୁ ଯୋଗେଇ ଦେଉଥିଲେ I ଏହି ପ୍ରକାର ଭାବରେ ଦୁଇ ବ୍ଲକର ଗୁଟଖା ବ୍ୟବସାୟୀ ଙ୍କୁ ନିତି ଗୁଟଖା ଯୋଗେଇ ଦେଉ ଆସୁଥିବା ବେଳେ ସୋମବାର ଦିନ ବନ୍ଧୁଗାଁ ପଲିସ ହାବୁଡ଼ରେ ପଡିଥିଲେ I ଗୁଟଖା ଭ୍ୟାନ ଏପି ୩୯ ୟୁ ୧୦୦୪ ନମ୍ବର ଥିବା ଭ୍ୟାନରେ ବନ୍ଧୁଗାଁ ବ୍ଲକର ଆଲମଣ୍ଡା ଅଞ୍ଚଳକୁ ଗୁଟଖା ଯାଉଥିବା ବେଳେ ବନ୍ଧୁଗାଁ ଥାନାର ପଲିସ ବିଶେଷ ସୂତ୍ର ପାଇ ଭ୍ୟାନ ଟିକୁ ଅଟକେଇ ଯାଞ୍ଚ କରି ଭ୍ୟାନରେ ଥିବା ଲକ୍ଷାଧିକ ଟଙ୍କାର ଗୁଟଖା ଥିବାର ଦେଖି ଭ୍ୟାନଟିକୁ ବନ୍ଧୁଗାଁ ଥାନାକୁ ନେଇ ଅଟକ ରଖିବା ସହ ୧୧୫/୨୫ ଧାରା ଅନୁସାରେ ମାମଲା ରୁଜୁ ହୋଇଥିବା ଥାନା ଅଧିକାରୀ ଶ୍ରୀ ପ୍ରଶ୍ନ କୁମାର ମିଶ୍ର ସୂଚନା ପ୍ରଦାନ କରିଛନ୍ତି I ପ୍ରକାଶ ଥାଉକି ଲୋକେ ପ୍ରଚୁର ପରିମାଣରେ ଗୁଟଖା ଖାଇ ଅନେକ ଲୋକେ କର୍କଟ ରୋଗରେ ଆକ୍ରାନ୍ତ ହୋଇ ନାଇଁ ନ ଥିବା ଅସୁବିଧା ର ସମୁଖୀନ ହୋଇଥିବାର ଦେଖିବାକୁ ମିଳୁଛି I ଏପଟେ ଗୁଟଖା ବେପାରି ମାନେ ଗୁଟଖା ବେପାର କରି ମାଲାମାଲ ହୋଉଛନ୍ତି I ତେଣୁକରୀ ପ୍ରସାଶନଙ୍କୁ ଅଞ୍ଚଳବାସି ଙ୍କ ନିବେଦନ କି ଏହିପରି ରୋଗରେ ଆକ୍ରାନ୍ତ ହୋଇଥିବା ପରି ଗୁଟଖା ବେପାରକୁ ରକ ଲଗେଇବା ବ୍ୟବସାୟିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ସାଧାରଣ ରେ ଦାବି ହୋଇଛି I 

 ସଞ୍ଜିବ କୁମାର ବାଙ୍ଗାରି ରିପୋର୍ଟର

Related posts

କଲମପୁର ଠିପି ଖୋଲା ବିଦେଶୀ ମଦ ଦୋକାନରେ ଗୋଷ୍ଠୀ ବିବାଦ

masiha

ଜଗନ୍ନାଥ ଏକ୍ସପ୍ରେସ ଟ୍ରେନରୁ ୩ ମୋବାଇଲ ଲୁଟେରା ଜଳେଶ୍ୱରରେ ଗିରଫ 

Sunil Chandra Nayak

କକଡାଗୁଡା ରେ ଗଣ୍ଡଗୋଳ, ଫାର୍ସା ଚୋଟରେ ଜଣେ ଗୁରୁତ୍ତର 

Sunil Chandra Nayak

Leave a Comment

error: Content is protected !!