ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୫ଟି ସ୍କୁଲ ରେ ନିମ୍ନ ମାନର ଉପକରଣ ଅଭିଯୋଗ କଲା ପରିଚାଳନା କମିଟି 

ବ୍ଲକ ପ୍ରଶାସନ ବୁଝାଇବା ପରେ ଧାରଣାରୁ ଉଠିଲେ କମିଟି 

ରାଇଘର ୬/୫:-ରାଇଘର ପଞ୍ଚାୟତ ସମିତି ଅଧୀନରେ ଥିବା ଡୁମୁରିମୁଣ୍ଡା ଡି ଏନ କେ ଠାରେ ଥିବା ଇନ୍ଦିରା ଗାନ୍ଧୀ ଉଚ୍ଚ ବିଦ୍ୟାଳୟ ରେ ୫ଟି ଯୋଜନା ରେ ବିଦ୍ୟାଳୟ ରୁପନ୍ତୀକରଣ ପାଇଁ କିଣାଯାଇଥିବା ଉପକରଣ ନିମ୍ନମାନର ବୋଲି ଅଭିଯୋଗ କରିଛି ବିଦ୍ୟାଳୟ ପରିଚାଳନା କମିଟି |ଏହି ବିଦ୍ୟାଳୟ କାମ ପାଇଁ ୭୦ ଲକ୍ଷ ଟଙ୍କା ଆସିଥିବାବେଳେ ସେଥିରୁ ୧୬ ଲକ୍ଷ ଟଙ୍କାରୁ ଉର୍ଦ୍ଧ ଟଙ୍କାର ବିଭିନ୍ନ ଉପକରଣ କିଣିବାପାଇଁ ବ୍ୟବସ୍ତା ରହିଛି |କିନ୍ତୁ ଏହି ସବୁ ପରିଚାଳନା କମିଟି କିଣିବା ନିୟମ ଥିବା ବେଳେ ଏହା ସେମାନଙ୍କ ଅଜାଣତ ରେ କରାଯାଇ କିଣାଯାଇଥିବା ସାମଗ୍ରୀ ବଜାର ଦର ଠାରୁ ଅଧିକା ଥିବା ନେଇ ପରିଚାଳନା କମିଟି ଅଭିଯୋଗ କରିଛି |ଏହାକୁ ନେଇ ଶୁକ୍ରବାର ଅପରାହ୍ନ ରେ ସ୍କୁଲ ଫାଟକରେ ତାଲା ପକାଇଥିଲେ ଏହି ସମସ୍ୟାକୁ ସମାଧାନ କରିବା ପାଇଁ ଶନିବାର ସକାଳେ ପହଞ୍ଚି ଥିଲା ବ୍ଲକ ପ୍ରଶାସନ ବି ଡି ଓ ଦେବାଶିଷ କର ଙ୍କ ସହ ବ୍ଲକ ଅଧକ୍ଷା ନବୀନା ନାୟକ କିଣା ଯାଇଥିବା ସାମଗ୍ରୀ ସବୁ ବଦଳିବ ନୂତନ ସାମଗ୍ରୀ ଆସିବା କଥା କହିବା ପରେ କମିଟି ସଭାପତି କୁମୁଦ ରଞ୍ଜନ ବିଶ୍ୱାସ ,ଦୀପଙ୍କର ମଣ୍ଡଳ ,ସରପଞ୍ଚ ଚରଣ ଗଣ୍ଡ ,ସୁରଜ ରାୟ ,ନୀଳକାନ୍ତ ବିଶ୍ୱାସ ,ସୁଶୀଲ ବିଶ୍ୱାସ ସହମତି ପ୍ରକାଶ କରି ରାଜି ହେବାପରେ ସ୍କୁଲ ରୁ ତାଲା ଖୋଲିଥିଲା | ସେହି ପରି ଅବସ୍ତରେ ୫ଟି ବିଦ୍ୟାଳୟ ର ଶୁଭ ଉଦଘାଟନ ହୋଇଥିବା ଜଣାପଡିଛି l

ରାଇଘର ରୁ କିରଣ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ବିଶ୍ଵ ଶିଶୁ ଶ୍ରମିକ ବିରୋଧୀ ଦିବସ ପାଳନ 

masiha

ରାଉରକେଲା କଲେଜ ଦ୍ବାରା ବିଶ୍ବ ପଖାଳ ଦିବସ ପାଳିତ

masiha

ଜଙ୍ଗଲ ବିଭାଗ ତରଫରୁ ତାଲିମ ଶିବିର ଓ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ 

Sunil Chandra Nayak

Leave a Comment

error: Content is protected !!