ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭଗଵାନ ବିର୍ସା ମୁଣ୍ଡାଙ୍କ ବଳିଦାନ ଦିବସ ରେ ବିଜେପିର ଶ୍ରଦ୍ଧାଞ୍ଜଳି

ଭଗଵାନ ବିର୍ସା ମୁଣ୍ଡାଙ୍କ ବଳିଦାନ ଦିବସ ରେ ବିଜେପିର ଶ୍ରଦ୍ଧାଞ୍ଜଳି

ରାଉରକେଲା : ଵିଶ୍ରା ଛକରେ ଥିବା ଭଗବାନ ବିର୍ସା ମୁଣ୍ଡାଙ୍କ ପ୍ରତିମୂର୍ତ୍ତୀରେ ବିଜେପି ଜିଲ୍ଲା ସଭାନେତ୍ରୀ ପୂର୍ଣ୍ଣିମା କେରକେଟାଙ୍କ ନେତୃତ୍ୱରେ ବିଜେପିର ନେତ୍ରୁ ବୃନ୍ଦ ତାଙ୍କର ବଳିଦାନ ଦିବସରେ ଶ୍ରଦ୍ଧାଞ୍ଜଳି ପୂର୍ବକ ମାଲ୍ୟାର୍ପଣ କରିଥିଲେ । ନେତ୍ରୁ ବୃନ୍ଦ ସେହି ମହାନ ସ୍ୱାଧୀନ ସଂଗ୍ରାମୀଙ୍କ ସ୍ତୁତି ଚାରଣ କରି କହି ଥିଲେଯେ ଭଗଵାନ ବିର୍ସା ମୁଣ୍ଡା ୧୮୯୪ ମସିହାରେ ସେ ଇଂରେଜ ଙ୍କ ବିରୁଦ୍ଧରେ ନିଜ ଜନଜାତିଙ୍କୁ ନେଇ ଦୁର୍ଭିକ୍ଷ ଓ ମହାମାରୀ ରୁ ମୁକ୍ତି ପାଇଁ କର ଛାଡ଼ ଆନ୍ଦୋଳନ କରିଥିଲେ । ସେ ବିହାର, ଝାରଖଣ୍ଡର ସ୍ୱାଧୀନ ସଂଗ୍ରାମୀଙ୍କୁ ଏକାଠି କରି ବିପ୍ଳବ ଆରମ୍ଭ କରିଥିଲେ । ୨୫ ବର୍ଷ ବୟସରେ ଭାରତର ସ୍ଵାଧୀନତା ସଂଗ୍ରାମରେ ଯୋଡ଼ି ହୋଇ ଥିଲେ । ୧୮୯୭ ରୁ ୧୯୦୦ ମଧ୍ୟରେ ବ୍ରିଟିଶ ସହିତ ଲଢି ଥିଲେ । ଅଗଷ୍ଟ ୧୮୯୭ ମସିହାରେ ସେ ଖୁଣ୍ଟି ପୋଲିସ ଷ୍ଟେସନ ଉପରେ ଆକ୍ରମଣ କରିଥିଲେ। ୧୮୯୮ ରେ ଟାଙ୍ଗୀ ନଦୀ ଉପକୂଳରେ ଏବଂ ୧୯୦୦ ଜାନୁଆରୀ ମାସରେ ତୋମ୍ବାଡ଼ି ପାହାଡ଼ ଉପରେ ମୁହାଁ ମୁହିଁ ହୋଇ ଥିଲେ । ଏହାର ଦୁଇ ମାସ ପରେ ବିର୍ସା ମୁଣ୍ଡାଙ୍କୁ ଗିରଫ କରାଯାଇ ରାଞ୍ଚି ଜେଲରେ ରଖା ଯାଇ ଥିଲା । ଜୁନ ୯ ତାରିଖରେ ତାଙ୍କର ମୃତ୍ୟୁ ଘଟିଥିଲା । ସେ ହିଁ ମହାନ ସ୍ୱାଧୀନ ସଂଗ୍ରାମୀଙ୍କ ମୃତ୍ୟୁ ଦିବସକୁ ବିଜେପି ବଳିଦାନ ଦିବସ ରୂପେ ସମଗ୍ର ଦେଶରେ ପାଳନ କରୁଛି । ଏହି କାର୍ଯ୍ଯକ୍ରମରେ ବରିଷ୍ଠ ନେତା ଗଙ୍ଗାଧର ଦାଶ, ହରି ରାଉତରାୟ, ବାବୁଲି ମୁର୍ମୁ, ମନୋଜ ମାହେଶ୍ୱରୀ , ରଞ୍ଜିତ ନାୟକ, ରଞ୍ଜିତା କିସପୋଟ୍ଟା, ଦିଲ୍ଲୀପ ସିଂ, ନିରଞ୍ଜନ ପଟେଲ, ଅଭୟ ବେହେରା, ମଙ୍ଗଳ ମୁଣ୍ଡାରୀ, ନିରଜ୍ ଚତୃବେଦୀ, ମଞ୍ଜିତ ସିଂ, ସଂଗ୍ରାମ ପ୍ରଧାନ, ସୂର୍ଯ୍ୟକାନ୍ତ ପ୍ରଧାନ, ଗୁଦ୍ଦୁ ସିଂ, ଦିଲ୍ଲୀପ କିସାନ, ସନ୍ତୋଷ ଜେନା, ଏମ ଡି ସମିମ୍, ଏମ ଡି ସରିଫ, ଗଦାଧର ପୃଷ୍ଟି, ଅରବିନ୍ଦ ଶର୍ମା, ରୁକ୍ମଣୀ କୁମ୍ଭାର, ଦେବକୀ ବିଶୋଇ ଆଦି ବହୁ କର୍ମୀ ଉପସ୍ଥିତ ଥିଲେ । 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଟ୍ୟାଲେଣ୍ଟ ହଣ୍ଟ୍ ଇଣ୍ଟିଗ୍ରାଲ୍ ବିଦ୍ୟାଳୟର ୫ମ ବାର୍ଷିକ ଉତ୍ସବ ଅନୁଷ୍ଠିତ 

Sunil Chandra Nayak

ଉତ୍କଳମଣିଙ୍କ ଜନ୍ମପୀଠରେ ପାଳିତ ହେଲା ଓଡ଼ିଶା ଦିବସ ୨୦୨୬

Sunil Chandra Nayak

ପଲ୍ସ ପୋଲିଓ କାର୍ଯ୍ୟକ୍ରମ -୨୦୨୫ ସମ୍ଭନ୍ଧୀୟ ଜିଲ୍ଲା କାର୍ଯ୍ୟକାରିଣୀ କମିଟି ବୈଠକ

Sunil Chandra Nayak

Leave a Comment

error: Content is protected !!