ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଖପ୍ରାଖୋଲ ରେ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଙ୍କ ସମୀକ୍ଷା ବୈଠକ,ବିଭିନ୍ନ ଉନ୍ନୟନ କାମ ର ସଫଳ ରୂପାୟନ ଉପରେ ଗୁରୁତ୍ବ

ଖପ୍ରାଖୋଲ ରେ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଙ୍କ ସମୀକ୍ଷା ବୈଠକ,ବିଭିନ୍ନ ଉନ୍ନୟନ କାମ ର ସଫଳ ରୂପାୟନ ଉପରେ ଗୁରୁତ୍ବ

ଖପ୍ରାଖୋଲ // ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ୍ ସଭାଗୃହ ଠାରେ ବଲାଙ୍ଗିର ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରଭାତ କୁମାର ମହାପାତ୍ର ବ୍ଲକ୍ ର ବିଭିନ୍ନ ଯୋଜନାରେ ଚାଲିଥିବା ଉନ୍ନୟନ କାମ ର ସମୀକ୍ଷା ବୁଧବାର ଅପରାହ୍ନରେ କରିଥିଲେ। ସମୀକ୍ଷା ବୈଠକ ରେ ଏ ପିଡି ପ୍ରଶାସନିକ ତରଣୀ ସୁନା, ଏ ପିଡି ଗ୍ରାମୀଣ ଗୃହ ନିର୍ମାଣ ଅନନ୍ୟା ଆଚାର୍ଯ୍ୟ, ପି ଏମ ଆଇ ଟି କ୍ଷୀରୋଦ ମିଶ୍ର, ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ଏମ ସି ଅଶୋକ କୁମାର ସାହୁ ପ୍ରମୁଖ ଯୋଗଦେଇ ମାଓ ପ୍ରଭାବିତ ଗାଁ ରେ କାର୍ଯ୍ୟକାରୀ ହେଉଥିବା ଗ୍ରାମୋଦୟା ଯୋଜନା, ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା, ଗ୍ରାମୀଣ ଆବାସ ଯୋଜନା, ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ବିଭାଗର ବିଦ୍ୟାଳୟ କାର୍ଯ୍ୟକ୍ରମ ସହିତ ବିଭିନ୍ନ ଉନ୍ନୟନ ବିଭାଗର ସମୀକ୍ଷା କରିବା ସହିତ କାମ ଗୁଡ଼ିକ କିଭଳି ସଫଳ ରୂପାୟନ ହୋଇପାରିବ ସେନେଇ ସମସ୍ତ ଉପସ୍ଥିତ ବିଭିନ୍ନ ବିଭାଗ ର କର୍ମଚାରୀଙ୍କ ସହ ଆଲୋଚନା କରିଥିଲେ। ଏହି ଅବସରରେ ବିଡ଼ିଓ ବିବେକାନନ୍ଦ ଷଡ଼ଙ୍ଗୀ, ଏ ପି ଓ ପ୍ରଶାନ୍ତ କୁମାର ସାହୁ, ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ପ୍ରତୀକ୍ଷା ସାହୁ, ଗ୍ରାମୀଣ ଆବାସ ବ୍ଲକ ସଂଯୋଜକ ଗୋବର୍ଦ୍ଧନ ବାଗ, ରାଜ କିଶୋର ନାଏକ ସମେତ ବ୍ଲକ୍ ର କନିଷ୍ଠ ଯନ୍ତ୍ରୀ, ପି ଇ ଓ,ଏ ଡିଓ, ଜିଓ ଟେକ୍ ସମେତ ବିଭିନ୍ନ ବିଭାଗର ଅଧିକାରୀ ଉପସ୍ଥିତ ଥିଲେ।

ଦୁର୍ଯୋଧନ ବର୍ଗେ ଙ୍କ ରିପୋର୍ଟ୍ 

Related posts

ବଜ୍ରାଘାତରେ ବଳଦର ମୃତ୍ୟୁ

masiha

ଲାୟନ୍ସ କ୍ଲବ୍ ପକ୍ଷରୁ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର

Sunil Chandra Nayak

ବିଲରେ ଟଳି ପଡିଲେ ଚାଷୀ

Sunil Chandra Nayak

Leave a Comment

error: Content is protected !!