ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କଳାହାଣ୍ଡି : ଥୁଆମୂଳ ରାମପୁର ବ୍ଲକ ରେ କଫି ଚାଷ । ଆଦିବାସୀ ମହିଳା ଙ୍କୁ ନୂଆ ପରିଚୟ ଦେବ କଫି ଚାଷ…

ପ୍ରଥମ ପର୍ଯ୍ୟାୟରେ ୩ଶହ ଏକରରେ ଆରମ୍ଭ ହୋଇଛି କଫି ଚାଷ

କଫି ମହକରେ ପୁଣି ମହକିବ କଳାହାଣ୍ଡି ଜିଲ୍ଲା।ଆଦିବାସୀ ଅଧୁଷିତ ଅଞ୍ଚଳବାସୀଙ୍କ ସାମାଜିକ ସୁରକ୍ଷାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଛି ଜିଲ୍ଲାରେ ପୁଣି ଥରେ କଫି ଚାଷ । ୧୯୮୦ ମସିହାରେ ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଥୁଆମୂଳ ରାମପୁର ର କଫି ଚାଷକୁ ନେଇ ରାଜ୍ୟ ତଥା ଦେଶରେ ଚର୍ଚ୍ଚାରେ ରହିଆସିଥିଲା । କିନ୍ତୁ ସେ ସମୟର ସଚେତନତାର ଅଭାବ ଯୋଗୁ ଅଞ୍ଚଳରେ ଲୋପ ପାଇବାକୁ ବସିଥିଲା କଫି ଚାଷ l ଯାହାର ଉଦାହରଣ ଥୁଆମୂଳ ରାମପୁର ରାସ୍ତା ଉପରେ ଏବେ ବି ଥିବା କଫି ଗଛ । ବର୍ତ୍ତମାନ ମଧ୍ୟ ରାସ୍ତାର ଉଭୟ ପାର୍ଶ୍ବରେ ଥିବା ୨୦ରୁ ଉର୍ଦ୍ଧ କଫି ଗଛ ଏହି ଅଞ୍ଚଳର କଫି ଇତାହାସର ମୁକସାକ୍ଷୀ।

ତେବେ ଦୀର୍ଘ ବର୍ଷ ପରେ ପୁଣି କଫି ଚାଷଆରମ୍ଭ ହୋଇଛି।ଏନେଇ ରାଜ୍ୟ ସରକାରକ ଳାହାଣ୍ଡି ଜିଲାପାଳଙ୍କୁ ଆବଶ୍ୟକୀୟ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେବା ପରେ ଥୁଆମୂଳ ରାମପୁର ବ୍ଲକରେ ଏବେ ପ୍ରଥମ ପର୍ଯ୍ୟାୟରେ ୩ଶହ ଏକର ଜମିରେ କଫି ଚାଷ ଆରମ୍ଭ ହୋଇଛି। ସେହିପରି ୨ଶହ ଏକର ଜମିରେ କଫି ଚାରା ଉତ୍ପାଦନ କରାଯାଉଛି। ଓଡ଼ିଶାର କୋରାପୁଟ କଫି ଦେଶ ତଥା ବିଦେଶରେ ବେଶ ସୁନାମ ଅର୍ଜନ କରିଛି। ରାଜ୍ୟ ସରକାରଙ୍କ ପକ୍ଷରୁ ଏହାର ବିପଣନ ବ୍ୟବସ୍ଥା ଯୋଗୁ ଏହା ବେଶ ଆଦର ଲାଭ କରିଛି। କୋରାପୁଟ କଫି ପରେ କଳାହାଣ୍ଡି ଜିଲ୍ଲାରେ ପୁଣି କଫି ଚାଷ ପାଇଁ ଉଦ୍ୟମ ଆରମ୍ଭ ହୋଇଛି। ସରକାରଙ୍କ ଉଦ୍ୟମରେ ଜଳଛାୟା ବିଭାଗର ଅଧିକାରୀମାନଙ୍କୁ ଡାକି କଫି ଚାଷର ଆରମ୍ଭ କରିବା ନେଇ ନିର୍ଦ୍ଦେଶ ଦେଇଥିଲେ ରାଜ୍ୟ ସରକାର। ଏମ୍ ଜି ଏନ୍‌ ଆର୍‌ ଇ ଜି ଏସ୍ ଯୋଜନା, କଫି ବୋର୍ଡ, ଡିଏମ୍ଏଫ୍ ଫଣ୍ଡ ଦ୍ଵାରା ଜଳଛାୟା ବିଭାଗ ପକ୍ଷରୁ କଫି ଚାଷ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଏହା ଦ୍ୱାରା ଅଞ୍ଚଳର ଲୋକେ ରୋଜଗାର ପାଇବା ସହ ସେହି ଅଞ୍ଚଳରେ ଥିବା ୧୦ଟି ମହିଳା ସ୍ଵୟଂ ସହାୟକ ଗୋଷ୍ଠୀଙ୍କୁ ଏଥିରେ ନିୟୋଜିତ କରାଯାଇ କଫି ବଗିଚାର ରକ୍ଷଣାବେକ୍ଷଣ କରାଯାଉଛି। ଜିଲ୍ଳାର ଥୁଆମୂଲ ରାମପୁର ବ୍ଲକର କାଣିଗୁମା, ଗୋପୀନାଥ ପୁର ଗ୍ରାମପଞ୍ଚାୟତ ର ବଡବଫ୍ଲା, ମହୁଲ ପାଟଣା ପଞ୍ଚାୟତ ଉପର ଚବରି ଓ ମହୁଲ ପାଟଣା ରେ କଫି ଚାଷ ଆରମ୍ଭ ହୋଇଛି। କଫି ଚାଷ କରିବା ପାଇଁ ଆଗ୍ରହ ଥିବା କଫି ଚାଷୀଙ୍କ ପ୍ରଡ୍ୟୁସର ଗୋଷ୍ଟି ଗଠନ କରି ଜଳ ଛାୟା ବିଭଗର ମୂର୍ତ୍ତିକା ସଂରକ୍ଷଣ କମିଟି ଦ୍ବାରା କଫି ଚାଷ ନିମନ୍ତେ ଆହୁରି ପଦକ୍ଷେପ ଗ୍ରହଣ କରାଯିବା ସହ ସେମାନଙ୍କୁ ବିନା ମୂଲ୍ୟରେ କଫି ଚାରା ରାଜ୍ୟ ସରକାର ପକ୍ଷରୁ ଯୋଗାଇ ଦେବାର ମଧ୍ୟ ବ୍ୟବସ୍ଥା କରାଯିବ ବୋଲି ଜଳଛାୟା ପ୍ରକଳ୍ପ ନିର୍ଦ୍ଦେଶକ ପ୍ରସନ୍ନ ପ୍ରଧାନ ପ୍ରକାଶ କରିଛନ୍ତି । ସେପଟେ ରାଜ୍ୟ ସରକାରଙ୍କ ଏଭଳି ନିଷ୍ପତି ଅଞ୍ଚଳବାସୀଙ୍କ ପାଇଁ ରୋଜଗାରର ଏକ ମାଧ୍ୟମ ପାଲଟିଥିବା ସେମାନେ ପ୍ରକାଶ କରିଛନ୍ତି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…

Related posts

ରାଜ୍ୟ ରେ ୧ମ ଥର ପାଇଁ ଏକାଦଶାହ କାର୍ଯ୍ୟ ରେ ହେଲା ଆମ୍ବ ଚାରା ବଣ୍ଟନ 

Sunil Chandra Nayak

ଗାଁ କଲ୍ଯାଣର ଜରୁରୀକାଳୀନ ବୈଠକ ଅନୁଷ୍ଠିତ

Sunil Chandra Nayak

ବସ୍ତା ଅଞ୍ଚଳ ର ସମାଚାର

masiha

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort