ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଵାସିଙ୍ଗୀରେ ମା’ ମନସା ଦେବୀଙ୍କ ପୂଜା ଓ ଘଟ ଶୋଭାଯାତ୍ରା

ଵାସିଙ୍ଗୀରେ ମା’ ମନସା ଦେବୀଙ୍କ ପୂଜା ଓ ଘଟ ଶୋଭାଯାତ୍ରା

ମୟୂରଭଂଜ – ୧୮/୧୦ — ମୟୂରଭଂଜ ଜିଲ୍ଲାର ବହଳଦା ବ୍ଳକ ଅନ୍ତର୍ଗତ ଵାସିଙ୍ଗୀ ପଞ୍ଚାୟତର ବାସୀ ଙ୍ଗୀ ଗ୍ରାମର ଧୀରେନ ବାରିକଙ୍କ ଘରେ ବହୁ ବର୍ଷ ହେଲା ମା’ ମନସା ଦେବୀଙ୍କ ପୂଜାର୍ଚ୍ଚନା ହୋଇଆସୁଛି। ଶୁକ୍ରବାର ଓ ଶନିବାର ଦୁଇ ଦିନଧରି ପୂଜାର୍ଚନା ଧୁମଧାମରେ କରାଯାଇଛି ।ବହୁ ସଂଖ୍ୟାରେ ମାନସିକଧାରୀ ନିକଟସ୍ଥ ଜଳାଶୟ ରୁ ଜଳ ଆଣି ସିଦ୍ଧ ବୃକ୍ଷରେ ଥିବା ମା’ ଙ୍କ ପାଖରେ ପହଞ୍ଚିଥିଲେ ।ସେଠାରେ ପୂଜକଙ୍କ ଦ୍ଵାରା ପୂଜାର୍ଚ୍ଚନା କରାଯାଇଥିଲା ।ମାନସିକଧାରୀ ମାନେ ପୂଜାର୍ଚ୍ଚନା କରି ମା’ ଙ୍କ ଆଶୀର୍ବାଦ ନେଇଥିଲେ ।ବିଶ୍ବାସ ଅଛି ମା’ ମନସା ଦେବୀଙ୍କ ପାଖରେ ଯିଏ ମାନସିକ କରିଥାନ୍ତି ସେମାନେ କେବେହେଲେ ନିଷ୍ଠା ହୁଅନ୍ତି ନାହିଁ । ମା’ର ଙ୍କ ପୂଜା ଓ କଳଶ ଯାତ୍ରା ଦେଖିବାକୁ ଆଖପାଖ ପଡୋଶୀ ଝାଡ଼ଖଣ୍ଡରୁ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ଜନସମାଗମ ହୋଇଥିଲା ।କମିଟି ତରଫରୁ ସମସ୍ତ ଶ୍ରଦ୍ଧାଳୁଙ୍କୁ ଅନ୍ନପ୍ରସାଦ ବଣ୍ଟନ କରାଯାଇଥିଲା ।

ମୟୂରଭଂଜରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ 

Related posts

କଙ୍କଡ଼ାହାଡ଼ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ପ୍ରବେଶ ଉତ୍ସବ

masiha

ଅକ୍ଷୟ ତୃତୀୟାରେ ମହିସ୍କୁଦର ଗାଁ ରେ ଶତାଧିକ ଚାଷୀଙ୍କୁ ନେଇ ବ୍ଲକସ୍ତରୀୟ ଅଖିମୁଠି ଅନୁକୂଳ

Sunil Chandra Nayak

ବରବାହାଲରେ କଳଙ୍ଗା ସମାଜର ବାର୍ଷିକ ପୂଜା ମହୋତ୍ସବ ପାଳିତ …!!!

masiha

Leave a Comment

error: Content is protected !!