ଶ୍ରୀ ଶ୍ରୀ ଜ୍ଞାନ ମନ୍ଦିର ଗୁରୁଜୀ ଓ ଗୁରୁମାତା ଙ୍କୁ ନେଇ ଏକ ଦିନିଆ ଦକ୍ଷତା ତାଲିମ ଶିବିର ଆୟୋଜିତ
ଜୁନାଗଡ଼ (ମ ନି ସ):-ଗୁରୁଦେବ ଶ୍ରୀ ଶ୍ରୀ ରବିଶଙ୍କର ଜୀଙ୍କ ବାଙ୍ଗାଲୋର ଆର୍ଟ ଅଫ ଲିଭିଂ ରୁ ବୈଦିକ ବେଦ ବିଜ୍ଞାନ ବିଦ୍ୟାପୀଠ ଦ୍ୱାରା ପରିଚାଳିତ ଓଡିଶାର ବିଭିନ୍ନ ଏସଏସଜିଏମ ଗୁଡ଼ିକ ମଧ୍ୟରୁ କଳାହାଣ୍ଡି ଜିଲ୍ଲାର ଗୋଲାମୁଣ୍ଡା ବ୍ଲକର ଲିମସେର, ଧର୍ମଗଡ଼ ବ୍ଲକର ତମ୍ବାଛଡ଼ା, ତାରାପୁର ଶ୍ରୀ ଶ୍ରୀ ଜ୍ଞାନ ମନ୍ଦିରର ଗୁରୁଜୀ ଓ ଗୁରୁମାତାବୃନ୍ଦଙ୍କୁ ନେଇ କଳାହାଣ୍ଡି ଜିଲ୍ଲାର ଶ୍ରୀ ଶ୍ରୀ ଜ୍ଞାନ ମନ୍ଦିର ସଂଯୋଜକ ତଥା ପରିଚାଳକ ଶ୍ରୀ ଯୁକ୍ତ ଜୀବନ ଜ୍ୟୋତି ନେଗିଙ୍କ ଆହ୍ବାନକ୍ରମେ ତରାପୁର ଶ୍ରୀ ଶ୍ରୀ ଜ୍ଞାନ ମନ୍ଦିରଠାରେ ଶିକ୍ଷକ ଏକ ଦିନିଆ ଦକ୍ଷତା ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବରେ ବିଦ୍ୟାଧର ଶବର ଫିତା କାଟି ତାଲିମର ଶୁଭ ଉଦଘାଟନ କରିଥିଲେ।ଏହି ସ୍କୁଲ ଗୁଡିକରେ ଗରିବ, ନିରୀହ, ଅନାଥ ନିଃସହାୟ ଦରିଦ୍ର ଛାତ୍ର ଛାତ୍ରୀଙ୍କୁ ନେଇ ଶିକ୍ଷା ଦାନ କରାଯାଉଛି।ଏଥିରେ ତିନୋଟି ଏସଏସଜିଏମ ବିଦ୍ୟାଳୟର ସମସ୍ୟା ତଥା ଶିକ୍ଷକଙ୍କ ଶିକ୍ଷାଦାନ ଅନୁଭୁତି ମୂଳକ ଶିକ୍ଷାର ତୃଟି ସଂଶୋଧନ ସକାଶେ ତାଲିମ ଦିଆଯାଇଛି। ଏଥିରେ ଜିତେନ୍ଦ୍ର ନାଏକ ଗୁରୁଜୀ ବିଜ୍ଞାନ ବିଷୟରେ ଏକ ଡେମୋ କ୍ଲାସ ପ୍ରଦାନ କରିଥିବା ଦୃଶ୍ୟ ପ୍ରତିଫଳିତ ହୋଇ ଥିବାବେଳେ ସେଥିରୁ ଶିକ୍ଷାର୍ଥି କେନ୍ଦ୍ରିକ ଶିକ୍ଷାଦାନ ଉପରେ ଶ୍ରୀ ଯୁକ୍ତ ପରମ ଜ୍ୟୋତି ନେଗୀ ମହାଶୟ ଗୁରୁତ୍ୱ ଦେଇ ଶିକ୍ଷା ପ୍ରଦାନ କରିଥିଲେ। ପୁଣି ଗୁରୁଜୀ ଓ ଗୁରୁମାତା ବୃନ୍ଦା କିପରି ଛାତ୍ର ଛାତ୍ରୀଙ୍କୁ ବୌଦ୍ଧିକ, ଶାରୀରିକ, ନୈତିକ, ଆଧ୍ୟାତ୍ମିକ ବିକାଶ ହୋଇ ପାରିବ ତାହା ପୁଙ୍ଖାନୁପୁଙ୍ଖ ଭାବରେ ପ୍ରଶିକ୍ଷଣ ଦେଇଥିଲେ। ସର୍ବ ପ୍ରଥମେ ଶ୍ରୀ ଯୁକ୍ତ ଜୀବନ ଜ୍ୟୋତି ନେଗି ଓ ଶ୍ରୀ ଯୁକ୍ତ ପରମ ଜ୍ୟୋତି ନେଗି ମହାଶୟ ଗୁରୁଦେବ ଶ୍ରୀ ଶ୍ରୀ ରବିଶଙ୍କର ଜୀ ତଥା ବିଦ୍ୟାଦାତ୍ରୀ ମାତା ସରସ୍ୱତୀଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ଧୂପଦୀପ ପ୍ରଜ୍ବଳନ କରି ନଡ଼ିଆ ଭଗ୍ନ କରାଯାଇ ଗୁରୁପୂଜା କରାଯାଇଥିଲା। ତରାପୁର ଶ୍ରୀ ଶ୍ରୀ ଜ୍ଞାନ ମନ୍ଦିରର ଗୁରୁଜୀ ଓ ଗୁରୁମାତା ବୈଦିକ ରୀତି ନୀତି ପରମ୍ପରା ଅନୁସାରେ ଶ୍ରୀ ଯୁକ୍ତ ନେଗୀ ମହାଶୟଦ୍ବୟଙ୍କୁ ବନ୍ଦାପନା କରିବା ସହିତ ଆସିଥିବା ଗୁରୁଜୀ ଓ ଗୁରୁମାତା ମାନଙ୍କୁ ଅତିଥି ସଂସ୍କାର କରିଥିଲେ। ତରାପୁରର ପ୍ରଧାନ ଗୁରୁଜୀ ଚନ୍ଦ୍ରମଣି ଶବର ସଭା ଓ ତାଲିମ କାର୍ଯ୍ୟର ସ୍ବାଗତ ସମ୍ବର୍ଦ୍ଧନା ଦେଇ ଶୁଭାରମ୍ଭ କରିଥିଲେ। ପୁଣି ଶ୍ରୀ ଯୁକ୍ତ ନେଗି ମହାଶୟ ଶିକ୍ଷଣ କାର୍ଯ୍ୟ ଉପାଦାନ ଗୁଡ଼ିକ ହେଲା ଫାଇବ ଟି ଓ ଫାଇବ ଇ ବିଷୟରେ ପ୍ରାଧାନ୍ୟ ଦେବା ପାଇଁ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ। ଏଥିରେ ଲିମସେର ପ୍ରଧାନ ଗୁରୁଜୀ ସରୋଜ କୁମାର ଟୋଲଟିଆ, ତମ୍ବଛଡା ପ୍ରଧାନ ଗୁରୁଜୀ ନିରାକାର ବାଗ, ଲିମସେରର ବରିଷ୍ଠ ସହଯୋଗୀ ଗୁରୁଜୀ ମଣ୍ଟୁ ଛତ୍ରିଆ, ଜଗଜ୍ଜୀବନ ସା, ଅରୁଣୀ ବିଶି ରୁଚି, ତାରାପୁରର ବରିଷ୍ଠ ସହଯୋଗୀ ଗୁରୁଜୀ କୃଷ୍ଣ ଚନ୍ଦ୍ର ପୁଝାରୀ, ରୁଚି ଟୋଲଟିଆ, ଚୈତନ୍ୟ ବାଗ, ତରାପୁରର ଚୈତନ୍ୟ ଶବର, ଉପେନ୍ଦ୍ର ନାଏକ, ତମ୍ବାଛଡାର ମାୟାଧର ବଗର୍ତ୍ତୀ, ମହେଶ ହଂସ, ଗୁରୁମା ନିଲେନ୍ଦ୍ରୀ ପଟେଲ, ତରଙ୍ଗିଣୀ ମାଝୀ, ବଣ୍ଟି ମାଝୀ, ପ୍ରଫୁଲ୍ଲ ମାଝି,ଯୁଗେନ୍ଦ୍ର ଧଙ୍ଗଡାମାଝି , ଗୁରୁମାତା ରିତାଞ୍ଜଳି ମିଶ୍ର ତମ୍ବାଛଡାର ସଞ୍ଜୟ ସେନାପତି, ବବୃବାହାନ ସେନାପତି ,ତଥା ଅନ୍ୟାନ୍ୟ ନୂତନ ଗୁରୁଜୀ ଓ ଗୁରୁମାତାମାନେ ତାଲିମ ପ୍ରଶିକ୍ଷଣ ନେଇଥିଲେ।
ଜୁନାଗଡ଼ ନିର୍ବାଚନ ମଣ୍ଡଳୀରୁ ଜଗଜ୍ଜୀବନ ସାଙ୍କ ରିପୋର୍ଟ

