ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପଶ୍ଚିମ ଓଡିଶା ସାଂସ୍କୃତିକ ପରିଷଦର ବାର୍ଷିକ କାର୍ଯ୍ୟକାରିଣୀ ସଭା

ପଶ୍ଚିମ ଓଡିଶା ସାଂସ୍କୃତିକ ପରିଷଦର ବାର୍ଷିକ କାର୍ଯ୍ୟକାରିଣୀ ସଭା

ରାଉରକେଲା: ଇସ୍ପାତ ନଗରୀର ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ପଶ୍ଚିମ ଓଡିଶା ସାଂସ୍କୃତିକ ପରିଷଦ ର ବାର୍ଷିକ କାର୍ଯ୍ୟକାରିଣୀ ସଭା ସେକ୍ଟର ୮ ସ୍ଥିତ ନିଜସ୍ୱ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି | ଅନୁଷ୍ଠାନ ର ସଭାପତି ସ୍ୱରୂପ ପାଣିଗ୍ରାହୀଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି ସଭାରେ ସାଧାରଣ ସମ୍ପାଦକ ପ୍ରକାଶ ପାଢ଼ୀ, କୋଷାଧକ୍ଷ ଗୌରୀ ଶଙ୍କର ପ୍ରଧାନଙ୍କ ସହିତ ବରିଷ୍ଠ ସଦସ୍ୟ ନୀଳମଣି ପ୍ରଧାନ, ଡ଼କ୍ଟର ଗଜେନ୍ଦ୍ର ମେହେର, ପୀତବାସ ପ୍ରଧାନ, ଭଗବାନ ପତି, ଦେବେଶ ପୁରୋହିତ ଡ଼କ୍ଟର ସୁବୋଧ ମେହେର, ଅଜିତ ପୂଜାରୀ, ଅଦ୍ୱେତ ପଣ୍ଡା,ଶଙ୍କର ତ୍ରିପାଠୀ, ଅଜୟ ପୂଜାରୀ ଇତ୍ୟାଦି ଉପସ୍ଥିତ ଥିଲେ | ସଭା ଆରମ୍ଭରେ ଦିବଂଗତ ସଭ୍ୟ ଲକ୍ଷ୍ମଣ ନାୟକ, ହାରାଚନ୍ଦ ବଡ଼ପଣ୍ଡା ଏବଂ ଯଜ୍ଞପ୍ରକାଶ ମିଶ୍ର ର ଆତ୍ମାର ସଦଗତି ନିମିତ୍ତ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା | ପରିଷଦର ସାଧାରଣ ସମ୍ପାଦକ ପ୍ରକାଶ ପାଢ଼ୀ ବିଗତ ବର୍ଷର ବାର୍ଷିକ ବିବରଣୀ ପାଠକରି ସୂଚନା ଦେଇଥିଲେ ଯେ ପରିଷଦ ର ନିୟମିତ କାର୍ଯ୍ୟକ୍ରମ ଯଥା, ନୁଆଁଖାଇ ଭେଟଘାଟ, ପୁଷପୁନି ଭେଟଘାଟ, ବୀର ସୁରେନ୍ଦ୍ର ସାଏ ଓ ଗଙ୍ଗାଧର ମେହେର ଜୟନ୍ତୀ ଓ ସମ୍ବଲପୁରୀ ଦିନ ପାଳନ ସହିତ, ଶୁଭେନ୍ଦୁ ପଣ୍ଡା ଙ୍କ ନେତୃତ୍ୱରେ ସେକ୍ଟର ୪ ଜି ବ୍ଲକ ରେ ବୃକ୍ଷ ରୋପଣ ଓ ରକ୍ତ ଦାନ ଶିବିର , ଉମେଶ ବେହେରାଙ୍କ ନେତୃତ୍ୱରେ ବିଭିନ୍ନ ଶିକ୍ଷା ଅନୁଷ୍ଠାନରେ ନିଶାମୁକ୍ତ ସଚେତନତା ଆଲୋଚନା, ପୀତବାସ ପ୍ରଧାନଙ୍କ ନେତୃତ୍ୱରେ ଯୋଗ ପ୍ରଶିକ୍ଷଣ ଶିବିର ମାନ ଅନୁଷ୍ଠିତ ହୋଇଥିଲା । ୫୬ ଜଣ ଆଜୀବନ ସଭ୍ୟଙ୍କର ନାମ ରେଜିଷ୍ଟ୍ରି ଭୁକ୍ତ କରାଯାଇଥିଲା | ସେହିଦିନ ପରିଷଦ ତରଫରୁ ପ୍ରଥମ କରି ଡ଼କ୍ଟର ସୁବୋଧ ମେହେରଙ୍କ ସମ୍ପାଦନରେ ପ୍ରକାଶିତ ଇ – ପତ୍ରିକା ” ଝୁଲକା ” ର ଅନୁଷ୍ଠାନିକ ଉନ୍ମୋଚନ କରାଯାଇଥିଲା । ଏହି ଇ – ପତ୍ରିକା ବର୍ଷକୁ ଚାରିଗୋଟି ସଂସ୍କରଣରେ ଉନ୍ମୋଚନ ହେବ ଯଥା – ପଣା ସଂକ୍ରାନ୍ତି, ଗଙ୍ଗାଧର ମେହେର ଜୟନ୍ତୀ, ନୁଆଁଖାଇ ଏବଂ ପୁଷପୁନି ସଂଖ୍ୟା ପ୍ରକାଶନର ନିଷ୍ପତି ନିଆଯାଇଥିଲା । କୋଷାଧକ୍ଷ ଗୌରୀ ଶଙ୍କର ପ୍ରଧାନ ୨୦୨୩-୨୪, ବର୍ଷର ଅଡିଟେଡ଼ ଏକାଉଣ୍ଟ ଉପସ୍ଥାପନ କରିଥିଲେ ଓ ଆଲୋଚନା ପରେ ତାହା ସର୍ବସମତି କ୍ରମେ ପାରିତ ହୋଇଥିଲା । ପଶ୍ଚିମ ଓଡିଶାର ମାନ୍ୟଗଣ୍ୟ ପ୍ରତିଭା ମାନଙ୍କୁ ବିଭିନ୍ନ ଅବସରରେ ସମ୍ମାନିତ କରାଯିବା ପାଇଁ ଅଜୟ ପ୍ରଧାନ ପ୍ରସ୍ତାବ ରଖିଥିଲେ ।ପରିଷଦର ପ୍ରାକ୍ତନ ସଭାପତି ଭଗବାନ ପତି ପଶ୍ଚିମ ଓଡିଶାର ବିଭିନ୍ନ ସ୍ମରଣୀୟ ଘଟଣା ତଥା ଐତିହ୍ୟ ଉପରେ ନିୟମିତ ଆଲୋଚନା ସଭା ଆୟୋଜନ ପାଇଁ ପ୍ରସ୍ତାବ ଦେଇଥିଲେ। ବୀର ସୁରେନ୍ଦ୍ର ସାଏଙ୍କ ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ପ୍ରବୀର ମିଶ୍ର ପ୍ରସ୍ତାବ ଦେଇଥିବାବେଳେ ଶୁଭେନ୍ଦୁ ପଣ୍ଡା ପରିଷଦର ସାମାଜିକ ଗଣମାଧ୍ୟ୍ୟମ ପ୍ଲାଟଫର୍ମ ରେ ଆମ ଅନୁଷ୍ଠାନ ର ପ୍ରଚାର ଓ ପ୍ରସାର କରିବା ଏବଂ କାର୍ଯ୍ୟକର୍ତ୍ତା ଚୟନ ସମ୍ବନ୍ଧରେ ନଳିନୀକାନ୍ତ ଧର ପ୍ରସ୍ତାବ ପ୍ରଦାନ କରିଥିଲେ । ପରିଷଦର ପ୍ରାକ୍ତନ ସଭାପତି ଅଦ୍ୱେତ କୁମାର ପଣ୍ଡା ପରିଷଦ ର ଅଧିନିୟମରେ କେତେକ ସଂଶୋଧନ ଆଣି ଏକ ନୂତନ ଅଧିନିୟମ ଉପସ୍ଥାପନା କରିଥିଲେ ଓ ସଭ୍ୟ ମାନଙ୍କର ଆଲୋଚନା ପରେ ସର୍ବସମ୍ମତି ତାହା ଗୃହୀତ ହୋଇଥିଲା । ଆସନ୍ତା ଦୁଇ ବର୍ଷ ପାଇଁ ନୂତନ କର୍ମକର୍ତ୍ତା ମନୋନୟନ କରଯାଇଥିଲା। ପରିଷଦର ସଭାପତି ରୂପେ ସ୍ୱରୂପ ପାଣିଗ୍ରାହୀ, ଉପସଭାପତି ଡ଼କ୍ଟର ଅଜୟ ମିଶ୍ର, ସୁଧାଂଶୁ ଶେଖର ବଡ଼ପଣ୍ଡା, ସାଧାରଣ ସମ୍ପାଦକ ପ୍ରକାଶ ପାଢ଼ୀ, ଯୁଗ୍ମ ସାଧାରଣ ସମ୍ପାଦକ ଶୁଭେନ୍ଦୁ ପଣ୍ଡା,କୋଷାଧକ୍ଷ ଗୌରୀ ଶଙ୍କର ପ୍ରଧାନ, ଯୁଗ୍ମ କୋଷାଧକ୍ଷ ନରେନ୍ଦ୍ର ମିଶ୍ର, ସାଂସ୍କୃତିକ ସମ୍ପାଦକ ସୂର୍ଯ୍ୟ ନାରାୟଣ ପାଢ଼ୀ, ସେବା ସମ୍ପାଦକ ଡ଼କ୍ଟର ସୁବୋଧ ମେହେର ମନୋନୀତ ହୋଇଥିଲେ | ସଭା ଶେଷରେ ସୂର୍ଯ୍ୟ ନାରାୟଣ ପାଢ଼ୀ ଧନ୍ୟବାଦ ଅର୍ପଣ କରିଥିଲେ | ଏହି ସଭାକୁ ଅଶୋକ ଭଇଁସା , ପ୍ରତାପ ମେହେର, ଦେବାଶିଷ ମିଶ୍ର, ଅରିଅର ଜାଲ, ନିବାଶ ଦାସ, ମଦନ ବେହେରା, କେଶବ ସେଟ, ମନୋଜ ସେଟ, ଶ୍ରୀକାନ୍ତ ଷଡ଼ଙ୍ଗୀ ଓ ଅନ୍ୟାନ୍ୟ ସଭ୍ୟ ମାନେ ସହଯୋଗ କରିଥିଲେ ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଜିଲ୍ଲା ଓୟୁଜେ ସଂଘର ଦ୍ବିବାର୍ଷିକ ସାଧାରଣ ପରିଷଦ ବୈଠକ ଓ କର୍ମକର୍ତ୍ତା ଚୟନ 

masiha

ମଧୁସୂଦନ ଦାସ ଥିଲେ ଓଡ଼ିଆ ଜାତିର ଅସ୍ମିତାର ପ୍ରତୀକ

Sunil Chandra Nayak

ରାଉରକେଲା ସ୍ମାର୍ଟ ସିଟି ଲିମିଟେଡର ୨୯ତମ ନିର୍ଦ୍ଦେଶକ ମଣ୍ଡଳୀ ବୈଠକ ଅନୁଷ୍ଠିତ

masiha

Leave a Comment

error: Content is protected !!