ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଓମ୍ ପ୍ରକାଶ ସାହୁଙ୍କ ଦ୍ୱାରା ବାଲୁକା କଳାରେ ସଚେତନ ବାର୍ତ୍ତା 

ଓମ୍ ପ୍ରକାଶ ସାହୁଙ୍କ ଦ୍ୱାରା ବାଲୁକା କଳାରେ ସଚେତନ ବାର୍ତ୍ତା 

କର୍ଲାମୁଣ୍ଡା: ବର୍ତ୍ତମାନ ଜଙ୍ଗଲ ପୋଡିର ତାତି ଗ୍ରୀଷ୍ମ ଋତୁର ପ୍ରବଳ ତାତିକୁ ଆହୁରି ଦ୍ବିଗୁଣିତ କରୁଛି l ଆଇମାଁ ପିଲା ବେଳେ ଜଙ୍ଗଲ ପୋଡିର ନିଆଁକୁ ଦେଖାଇ କହୁଥିଲା- “ଏଇ ଦେଖ ମାଙ୍କଡ଼ ବିହା” ଆମର ଏହି ଗୁଲିଗପ ବନ୍ୟ ଯନ୍ତୁଙ୍କ ପାଇଁ ତଥା ପରିବେଶ ପାଇଁ କେତେ ଯେ ବିପଦ ତାହା ସମସ୍ତେ ବୁଝିବା ନିହାତି ଦରକାର l ଲୋକ ମାନଙ୍କ ଖାମ ଖିଆଳି ମନୋଭାବ ପାଇଁ ଜଙ୍ଗଲ ପୋଡି ହୋଇ ଥାଏ l ଫଳରେ ଏହାର ପ୍ରଭାବରେ ବିଶ୍ୱତାପନ ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି l ଏହି ପରିପ୍ରେକ୍ଷୀରେ କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଗଜବାହାଲ ପଞ୍ଚାୟତ ଅନ୍ତର୍ଗତ ଡ଼ଙ୍ଗରମୁଣ୍ଡା ଗ୍ରାମର ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ଓମ ପ୍ରକାଶ ସାହୁ ଚାରି ଟନ ବାଲିରେ “ଷ୍ଟପ ଫରେଷ୍ଟ ଫାୟାର” ଶୀର୍ଷକ ସାତ ଫୁଟ ଉଚ୍ଚତା ବିଶିଷ୍ଟ ବାଲୁକା ଭାସ୍କର୍ଯ୍ୟ କଳା ନିର୍ମାଣ କରି ସଚେତନତା ବାର୍ତ୍ତା ପ୍ରଦାନ କରିଛନ୍ତି l

କର୍ଲାମୁଣ୍ଡାରୁ ସୁଶାନ୍ତ ରଣାଙ୍କ ରିପୋର୍ଟ, ମସୀହା

Related posts

ଉତ୍କଳ ଆଲୁମିନାରେ ଖଣି ନିରାପତ୍ତା ସପ୍ତାହ ପାଳିତ

masiha

ଗଣନାକାରୀଙ୍କ ସୁରକ୍ଷା ପାଇଁ ଆବଶ୍ୟକୀୟ ବ୍ୟବସ୍ଥା କରିବା ପାଇଁ ଜିଲ୍ଲାପାଳ ଏବଂ ମ୍ୟୁନିସିପାଲ୍ କମିଶନରଙ୍କୁ ଜରୁରୀ ନିର୍ଦ୍ଦେଶନାମା ଜାରି

Sunil Chandra Nayak

ରାୟଗଡା ସ୍ଵୟଂଶାସିତ ମହାବିଦ୍ୟାଳୟର ୫୮ତମ ପ୍ରତିଷ୍ଠା ଦିବସ ପାଳିତ 

masiha

Leave a Comment

error: Content is protected !!