କବିଭୂଷଣ ରାଜକିଶୋର ପଟ୍ଟନାୟକଙ୍କ ୧୨୨ତମ ରାଜ୍ୟ ସ୍ତରୀୟ ଜୟନ୍ତୀ ଓ ବାର୍ଷିକ ଉତ୍ସବ -୨୦୨୫ ମହା ସମାରୋହରେ ପାଳିତ
ଢେଙ୍କାନାଳ ଜର୍ଜ ସ୍କୁଲ ପ୍ରାଙ୍ଗଣରେ ତାଙ୍କର ଏକ ଆବକ୍ଷ ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ସରକାରଙ୍କ ନିକଟରେ ଦୃଢ଼ ଦାବୀ
ଢେଙ୍କାନାଳ: ତା.୧୫.୦୪.୨୦୨୫ : କବିଭୂଷଣ ରାଜକିଶୋର ପଟ୍ଟନାୟକ ସ୍ମୃତି ସଂସଦ ପକ୍ଷରୁ ଏହି ଅବସରରେ ଢେଙ୍କାନାଳ ଗର୍ବ ଗୌରବ,ସମର କବି ବ୍ରଜନାଥଙ୍କୁ ଆଲୋକକୁ ଆଣିଥିବା ମୁଖ୍ୟ ସୂତ୍ରଧର ଏ ମାଟିର ବିଶିଷ୍ଟ କବି ସାହିତ୍ୟିକ ତଥା ଶିକ୍ଷାବିତ୍ କବିଭୂଷଣ ରାଜକିଶୋର ପଟ୍ଟନାୟକଙ୍କର ରାଜ୍ୟସ୍ତରୀୟ ଜୟନ୍ତୀ ଉତ୍ସବ ତଥା ସଂସଦର ବାର୍ଷିକ ଉତ୍ସବ -୨୦୨୫ ସ୍ଥାନୀୟ ଢେଙ୍କାନାଳ ଜିଲ୍ଲା ଲେଖକ ସଂସଦ ସଂସ୍କୃତି ଭବନରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟସୂଚୀ
ଅନୁସାରେ ଅପରାହ୍ନ ୦୯ ଘଟିକା ସମୟରେ ସ୍ଥାନୀୟ କବିଭୂଷଣ ମାର୍ଗ ସ୍ଥିତ କବିକୁଟୀର ଠାରେ ସଂସଦର ସଭାପତି ଶଙ୍କର୍ଷଣ ଶତପଥୀଙ୍କ ପୌରୋହିତ୍ୟରେ କବିଙ୍କ ଆବକ୍ଷ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟାର୍ପଣ କରାଯାଇଥିଲା। ଏହି ଉପଲକ୍ଷେ ଅନୁଷ୍ଠିତ ପ୍ରାତଃ ଆଲୋଚନା ସଭାରେ କବିଭୂଷଣ ସ୍ମୃତି ସଂସଦର ସଭାପତି ଶଙ୍କର୍ଷଣ ଶତପଥୀ ଅଧ୍ୟକ୍ଷତା କରିଥିଲେ । ସମାଜସେବୀ ରାଜୀବ ଲୋଚନ ସିଂଦେଓ,ସୁସାହିତ୍ୟିକ ତପନ କୁମାର ଶତପଥୀ,ଉପସଭାପତି ଡ.ସମିର କୁମାର ସାହୁ,ଉପସଭାପତି ଡ.ପ୍ରମୋଦ କୁମାର ନାୟକ,ସଂପାଦକ,କବିପୁତ୍ର ଶିଳ୍ପୀ ପରେଶ ଚନ୍ଦ୍ର ପଟ୍ଟନାୟକ,କବି ଅବନୀ ମିଶ୍ର,ଉପ ସଭାପତି କବି ନିର୍ମଳା ମହାପାତ୍ର,ଡ.କବିତା ମହାନ୍ତି,ଆଲୋକ କୁମାର
ଦାସ,ଲକ୍ଷ୍ମୀପ୍ରସାଦ ପଟ୍ଟନାୟକ,ବିଭୁତି ଭୂଷଣ ପଟ୍ଟନାୟକ, ଆଶିଷ କୁମାର ପାଲ୍,କନ୍ୟା ସୁରମା,ପ୍ରତିମା ଓ ସୁକାନ୍ତି,ବୋହୂ ସୁମିତାରାୟ ପଟ୍ଟନାୟକ,ପୁତ୍ରବଧୂ ଅଞ୍ଜୁ ଅସ୍ମିନ,ନାତି ପି.ପରମଜିତ୍,ନାତୁଣୀ କିରଣମୟୀ ପ୍ରୀତିପୂଜା,ପୁତୁରା ଅବନିଶ ପଟ୍ଟନାୟ,ଢେଙ୍କାନାଳ ଜିଲ୍ଲା ଲେଖକ ସଂସଦ,ପଣ୍ଡିତ ଡା.ରୁଦ୍ରନାରାୟଣ ମିଶ୍ର ସ୍ମୃତି ସଂସଦ,ରେଣୁବାଲା ସ୍ମୃତି ସଂସଦର ଆଜୀବନ ସଭ୍ୟ,ତଥା କବିଭୂଷଣ ସ୍ମୃତି ସଂସଦର ସଙ୍ଗଠନ ସମ୍ପାଦକ ଶିକ୍ଷାବିତ୍ ଡ଼ା.ଦେବୀ ପ୍ରସାଦ ମିଶ୍ର ପ୍ରମୁଖ କବିଙ୍କ ପ୍ରତିମୂର୍ତ୍ତିରେ ଧୂପ,ଦୀପ,ପୁଷ୍ପ ଓ ଚନ୍ଦନ ଅର୍ପଣ କରିଥିଲେ।ଅପରାହ୍ନ ୦୪ ଘଟିକା ସମୟରେ କବିତା ପାଠୋତ୍ସବ “କବି ଓ କବିତା “ରେ ଅନେକ କବି ସ୍ବରଚିତ କବିତା ପାଠ କରିଥିଲେ ।ସଭାମୁଖ୍ୟ ଭାବରେ ଉପସଭାପତି କବି ନିର୍ମଳା ମହାପାତ୍ର ଓ ଅତିଥି ଭାବରେ ଉପସଭାପତି ଡ.ପ୍ରମୋଦ କୁମାର ନାୟକ,ସଂଯୋଜିକା ଭାବରେ ଡ.କବିତା ମହାନ୍ତି ଓ କାଦମ୍ବରୀ ମହାଖୁଡ଼ କବିତା ସଂଯୋଜନା କରିଥିଲେ।ଏକଦା କବିଙ୍କର ଚାକିରୀସ୍ଥାନ ଥିବା ସ୍ଥାନୀୟ ଜର୍ଜ ସ୍କୁଲ୍ ପ୍ରାଙ୍ଗଣରେ କବିଙ୍କର ଏକ ଆବକ୍ଷ ପ୍ରତିମୂର୍ତ୍ତି ସ୍ଥାପନ କରାଯିବା ପାଇଁ ସମୂହ ଭାବରେ ପ୍ରସ୍ତାବ ଆଗତ ହୋଇଥିଲା। ସଂଧ୍ୟା ୬ଟାରେ ସଭାପତି ଶଙ୍କର୍ଷଣ ଶତପଥୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସ୍ମୃତି ସଭାରେ ଉଦ୍ ଘାଟକ ଭାବରେ ମାନ୍ୟବର ଜିଲ୍ଲା ପରିଷଦ ଅଧ୍ୟକ୍ଷା ଅର୍ଚ୍ଚନା ପୁହାଣ,ବିଶିଷ୍ଟ ଅତିଥି ଭାବରେ ଶିକ୍ଷାବିତ୍ ଆପ୍ତକାମ ମିଶ୍ର ଅବସରପ୍ରାପ୍ତ ଅତିରିକ୍ତ ଶାସନ ସଚିବ ତପନ କୁମାର ଶତପଥୀ,ଡିଆଇଇଟିର ଅଧକ୍ଷ ଲକ୍ଷ୍ମଣ କୁମାର ସାହୁ ପ୍ରମୁଖ ଯୋଗଦାନ କରିଥିଲେ।ଉକ୍ତ କାର୍ଯ୍ୟକ୍ରମରେ ମଞ୍ଚାସୀନ ଅତିଥିବୃନ୍ଦ କବିଭୂଷଣଙ୍କ ଜୀବନୀ,ବହୁମୁଖୀ ପ୍ରତିଭା ଉପରେ ଆଲୋକପାତ କରିଥିଲେ ଓ ସମସ୍ତେ ସେଥିରୁ ପ୍ରେରଣା ଲାଭ କରି ନିଜ ନିଜ ଜୀବନକୁ ସାର୍ଥକ କରିବାକୁ ସଂକଳ୍ପ ନେବା ଉଚିତ୍ ବୋଲି ଦୃଢ଼ ଆହ୍ଵାନ ଜଣାଇଥିଲେ।କବି ଶିଳ୍ପୀ ପରେଶ ଚନ୍ଦ୍ର ପଟ୍ଟନାୟକ ମଙ୍ଗଳାଚରଣ ଗାନ ସହ ଶାନ୍ତିପାଠ କରିଥିଲେ । ସଂଗଠନର ଉପ ସଭାପତି ଡ.ସମିର କୁମାର ସାହୁ ସ୍ବାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ।ସଂପାଦକ ଶିଳ୍ପୀ ପରେଶ ଚନ୍ଦ୍ର ପଟ୍ଟନାୟକ ସଂପାଦକୀୟ ବିବରଣୀ ପାଠ କରିଥିଲେ। କବିଭୂଷଣଙ୍କର ପୂଣ୍ୟତୀର୍ଥ କପିଳାସ,ଶିଳ୍ପୀ ପରେଶଙ୍କର ବୋଉର କାଠବାକ୍ସ ଗଳ୍ପ ପୁସ୍ତକ,ଶଙ୍କର୍ଷଣ ଶତପଥିଙ୍କର ଲେଖକ ପରିଚିତି,ଡ.କବିତା ମହାନ୍ତିଙ୍କର ଶ୍ରୀମଦ୍ ଭାଗବତରେ ବଂଶାନୁଚରିତ,ସପ୍ତଶଯ୍ୟା ଶ୍ରୀ ଜଗନ୍ନାଥ ମଠର ମଠାଧୀଶ ସୁରମା ପଟ୍ଟନାୟକଙ୍କ ସୌଜନ୍ୟରୁ ହସ୍ତ ତିଆରି ପତ୍ରିକା ଶ୍ରୀ ରଙ୍ଗରାଜକୁ ମଞ୍ଚାସୀନ ଅତିଥିବୃନ୍ଦଙ୍କ କରକମଳରେ ଲୋକାର୍ପଣ କରାଯାଇଥିଲା। ଏହି ଅବସରରେ ଉପଯୁକ୍ତ ଚୟନ ପ୍ରକ୍ରିୟାରେ ରାଜ୍ୟସ୍ତରୀୟ ଗଞ୍ଜାମର ଲକ୍ଷ୍ମୀ ନାରାୟଣ ଦାସଙ୍କୁ ସମର କବି ବ୍ରଜନାଥ ସ୍ମୃତି ସମ୍ମାନ,ଅନୁଗୋଳର ଶିଳ୍ପୀ ଆନନ୍ଦ ଚନ୍ଦ୍ର ମହାପାତ୍ରଙ୍କୁ କବିଭୂଷଣ ସ୍ମୃତି ସମ୍ମାନ, ଢେଙ୍କାନାଳର ଡ.ରଜନୀକାନ୍ତ ତରେଇଙ୍କୁ ଶ୍ରୀରଙ୍ଗରାଜ ସମ୍ମାନ,କରୁଣାକର ବାରିକଙ୍କୁ କବି ପ୍ରତିଭା ସମ୍ମାନ,ବିଭାବନା ଅନୁଷ୍ଠାନକୁ ଶ୍ରେଷ୍ଠ ସଙ୍ଗଠନ ସମ୍ମାନ ଏଵଂ ଡ.ଅନୁପମା ମିଶ୍ର ମିଶ୍ର ଓ ଡ଼ା.ଦେବୀ ପ୍ରସାଦ ମିଶ୍ରଙ୍କ ଦ୍ଵାରା ପ୍ରାୟୋଜିତ ଶିକ୍ଷାବିତ୍ ପଣ୍ଡିତ ଡା.ରୁଦ୍ର ନାରାୟଣ ମିଶ୍ର ସ୍ମୃତି ଆଦର୍ଶ ଶିକ୍ଷକ ସମ୍ମାନ ନିହଲପ୍ରସାଦର ନିରଞ୍ଜନ ସାହୁଙ୍କୁ ପ୍ରଦାନ କରାଯାଇଥିଲା। ଡ୍ରଇଂ ପ୍ରତିଯୋଗିତାରେ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ, ଢେଙ୍କାନାଳର ଗୁରୁଛାତ୍ରୀ ଅଳକା ଭୋଇ ପ୍ରଥମ,ଶୁଭଲକ୍ଷ୍ମୀ ନାୟକ ଦ୍ଵିତୀୟ ଓ ଗୁରୁଛାତ୍ର ଚିତ୍ରସେନ ନାଏକ ତୃତୀୟ ସ୍ଥାନ ଅଧିକାର କରିଥିବାରୁ ମଞ୍ଚାସୀନ ଅତିଥିବୃନ୍ଦଙ୍କ ଦ୍ଵାରା ପ୍ରଶଂସାପତ୍ର ଓ ପୁରସ୍କାର ପ୍ରଦାନ କରାଯାଇଥିଲା।
ଏଥିସହ କବିଭୂଷଣ ସ୍ମୃତି ସଂସଦ ବଡଜେନା ସାହିତ୍ୟ ସଂସଦ,ଜିଲ୍ଲା ଲେଖକ ସଂସଦ,ଗଁଦିଆ ସ୍ମୃତି ସଂସଦ,ସାଗର ସାହିତ୍ୟ ସଂସଦ,ପଣ୍ଡିତ ଡା. ରୁଦ୍ରନାରାୟଣ ମିଶ୍ର ସ୍ମୃତି ସଂସଦ,ସାଂଧ୍ୟ ମହାବିଦ୍ୟାଳୟ,ପୂଜ୍ୟପୂଜା ପରିଷଦ,ଜନ ଜାଗ୍ରତ ମଂଚ ଭଳି ବିଭିନ୍ନ ଅନୁଷ୍ଠାନ ପକ୍ଷରୁ କର୍ମକର୍ତାମାନେ ଉଦ୍ଘାଟିକା ମୁଖ୍ୟ ଅତିଥି ଓ ମଞ୍ଚାସୀନ ଅତିଥିବୃନ୍ଦଙ୍କୁ ସ୍ୱତନ୍ତ୍ର ଭାବେ ସମ୍ମାନିତ କରାଯାଇଥିଲା। କବିଭୂଷଣଙ୍କ ଅମର କୃତିଗୁଡିକ ମଧ୍ୟରେ ‘ଶ୍ରୀମଦ୍ ଭଗବତ୍ ଗୀତା ପଦ୍ୟ ଅନୁବାଦ’, ‘ଗାୟତ୍ରୀ ରାମାୟଣ’, ‘ଶ୍ରୀହରି ଜନ୍ମାଷ୍ଟମୀ’, ‘ଉଦ୍ଧବ ସନ୍ଦେଶ ଓ ଭ୍ରମର ଗୀତ’, ‘ଶ୍ରୀ ଚୈତନ୍ୟ ଚରିତାମୃତ’, ‘ଶମ୍ଭୁକ୍ଷେତ୍ର କପିଳାସ ଓ ଶ୍ରୀଧର ସ୍ଵାମୀ’, ‘ଶ୍ରୀ ଗୀତଗୋବିନ୍ଦର ଭାଷ୍ୟଟୀକା’, ପିଲାମାନଙ୍କ ପାଇଁ ‘ସଜ ପାଠ’, ‘ଶିଶୁ ସଖା’, ‘ଶିଶୁ ସାଥୀ’, ‘ବର୍ଣ୍ଣବୋଧ’, ‘ଆଦର୍ଶ ମାନସାଙ୍କ’ ସହିତ ଇଂରାଜୀ ଭାଷାରେ ‘ଦି ରାମାୟଣ’, ‘ଦି ମହାଭାରତ ଷ୍ଟୋରି’,ପାଠାଗାର ପୁସ୍ତକ ପାଇଁ ‘ଜୀବନୀ ପ୍ରବାହ’ କାଳିଦାସଙ୍କର ‘କୁମାର ସମ୍ଭବ’ କାବ୍ୟକୁ ଓଡ଼ିଆରେ ଅନୁବାଦ ଆଦି ସଫଳ ସାହିତ୍ୟକୃତିଗୁଡିକ ସାହିତ୍ୟ ଓ ଆଧ୍ୟାତ୍ମିକ ଜଗତକୁ ଗୋଟିଏ ଗୋଟିଏ ଅମୂଲ୍ୟ ଦାନ କହିଲେ ଅତ୍ୟୁକ୍ତି ହେବନାହିଁ ବୋଲି ଅଭିମତ ରଖିଥିଲେ।ବିଭିନ୍ନ ସାରସ୍ଵତ ଅନୁଷ୍ଠାନମାନଙ୍କ ତରଫରୁ ସମସ୍ତ ଅତିଥିମାନଙ୍କୁ ମାନପତ୍ର,ଉତ୍ତରୀୟ,ଉପଢୌକନ ଓ ପୁଷ୍ପଗୁଚ୍ଛ ପ୍ରଭୃତି ପ୍ରଦାନ କରାଯାଇ ଥିଲା।କାର୍ଯ୍ୟକ୍ରମ ଶେଷରେ କବିଭୂଷଣ ସ୍ମୃତି ସଂସଦର ସଂଗଠନ ସଂପାଦକ ଡା.ଦେବୀ ପ୍ରସାଦ ମିଶ୍ର ସ୍ଵୀୟ ଅଭିଭାଷଣରେ ‘କବିଭୂଷଣ ସ୍ମରଣେ’ କବିତା ପାଠ କରିବା ସଙ୍ଗେ ସଙ୍ଗେ କବିଭୂଷଣ ରାଜ କିଶୋର ପଟ୍ଟନାୟକଙ୍କୁ ଜଣେ ସୁନାମଧନ୍ୟ ଲେଖକ,କବି,ପ୍ରାବନ୍ଧିକ, ସୁସାହିତ୍ୟିକ,ଜଣେ ଅତ୍ୟନ୍ତ ସଦଗୁଣଧାରୀ,ଅମାୟିକ,ସ୍ନେହୀ, ଧର୍ମପ୍ରାଣ,ପରୋପକାରୀ,ମହାନ୍ ସାରସ୍ଵତ ସାଧକ,ଶିକ୍ଷାବିତ୍ ପ୍ରବାଦ ପୁରୁଷ ଭାବରେ ବର୍ଣନା କରି ସେ ସର୍ବଜନାଦୃତ ହୋଇ ଅମରତ୍ୱ ଲାଭ କରିଛନ୍ତି ବୋଲି ଦୃଢ଼ ମତପ୍ରକାଶ କରିଥିଲେ।ଓଡ଼ିଶାର ଆଧ୍ୟାତ୍ମିକ ଓ ସାରସ୍ଵତ ଜଗତରେ ସେ ଜଣେ ଦେଦିପ୍ୟମାନ ଉଜ୍ଜ୍ଵଳ ତାରକା ଭାବରେ ଚିରଦିନ ପାଇଁ ପ୍ରତିଭାତ ଓ ଉଦ୍ଭାସିତ ହୋଇ ରହିବେ ବୋଲି ଦୃଢୋକ୍ତି ପ୍ରକାଶ କରିଥିଲେ । ପ୍ରାରମ୍ଭରେ ଢେଙ୍କାନାଳ ଜିଲ୍ଲା ଲେଖକ ସଂସଦ ସମ୍ପାଦକ ଶିକ୍ଷାବିତ୍ ହୃଦାନନ୍ଦ ଦ୍ବିବେଦୀ ଗୀତା ପାଠ ଓ ଡ . ପ୍ରମୋଦ କୁମାର ନାୟକ ସ୍ବାଗତ ସଙ୍ଗୀତଗାନ କରିଥିଲେ। ସଂଗଠନ ସମ୍ପାଦକ ଡ.ଦେବୀ ପ୍ରସାଦ ମିଶ୍ର ଓ ଗୁରୁ ଆଶିଷ ପାଲ୍ କାର୍ଯ୍ୟକ୍ରମ ସଂଯୋଜନା କରିଥିଲା। ପରିଶେଷରେ ସ୍ଥାନୀୟ ଅଗ୍ରଣୀ ଅନୁଷ୍ଠାନ ନୀତା ନୃତ୍ୟାଙ୍ଗନା ଓ ସୁରଙ୍ଗନା କଳା ନିକେତନ ପକ୍ଷରୁ ଗୁରୁ ଆଶିଷ ପାଲ୍,ସୁଶ୍ରୀ ବିକେ ଜିତେନ୍ଦ୍ର କୁମାର ବେହେରାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ବର୍ଣ୍ଣାଢ଼୍ୟ ସାଂସ୍କୃତିକ ବିଚିତ୍ରା କାର୍ଯ୍ୟକ୍ରମ ଦର୍ଶକମଣ୍ଡଳୀ ଦ୍ୱାରା ବେଶ୍ ଉପଭୋଗ୍ୟ ହୋଇଥିଲା।ସଂସଦର ସଂଗଠନ ସମ୍ପାଦକ ଓ ମିଡ଼ିଆ ପ୍ରଭାରୀ ଶିକ୍ଷାବିତ୍ ଡ.ଦେବୀ ପ୍ରସାଦ ମିଶ୍ର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିବା ପରେ କାର୍ଯ୍ୟକ୍ରମର ପରିସମାପ୍ତି ଘୋଷଣା କରାଯାଇଥିଲା।
ଡ ଦେବୀ ପ୍ରାସାଦ ମିଶ୍ର ଙ୍କ ରିପୋର୍ଟ୍

