ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗୋଲାମୁଣ୍ଡା ରୁ କେଗାଁ ରାସ୍ତା ନିମ୍ନ ମାନର କାର୍ଯ୍ୟ ନେଇ ସାହୁଲ ମଙ୍ଗରାଜ ଙ୍କ ଅଭିଯୋଗ ସହ କେଗାଁ ପୋଲିସ୍ ରେ ଏଫଆଇଆର, ହେଲେ ତଦନ୍ତ କେବେ ?

ଗୋଲାମୁଣ୍ଡା ରୁ କେଗାଁ ରାସ୍ତା ନିମ୍ନ ମାନର କାର୍ଯ୍ୟ ନେଇ ସାହୁଲ ମଙ୍ଗରାଜ ଙ୍କ ଅଭିଯୋଗ ସହ କେଗାଁ ପୋଲିସ୍ ରେ ଏଫଆଇଆର, ହେଲେ ତଦନ୍ତ କେବେ ?

ଗୋଲାମୁଣ୍ଡା/୧୯/୧୦/ନିର୍ଭୟ ନିରପେକ୍ଷ ମସିହା/କଳାହାଣ୍ଡି ଜିଲ୍ଲା  ପୂର୍ତ୍ତ ବିଭାଗ ପକ୍ଷରୁ ଗୋଲାମୁଣ୍ଡା ରୁ କେଗାଁ ରାସ୍ତା ରେ ବ୍ୟାପକ ଅନିୟମିତତା କୁ ଗତ କିଛି ଦିନ ତଳେ ପତ୍ର ପତ୍ରିକାରେ ପ୍ରକାଶିତ ହୋଇଥିଲା, ହେଲେ ପୂର୍ତ୍ତ ବିଭାଗ ଦାୟିତ୍ଵ ରେ ଥିବା ବିଭାଗୟ ଅଧିକାରୀ ଅଣଦେଖା କରି ଥିବାରୁ ଗତ ତା ୭/୯/୨୩ଦିନ କେଗାଁ ଥାନା ରେ ଲିଖିତ ଭାବେ ଅଭିଯୋଗ କରାଯାଇଅଛି । କିନ୍ତୁ ଦୁଃଖର ବିଷୟ ଯେ କଥା ଦେଇ ଦୀର୍ଘ ଦୁଇ ମାସ ହେବ ଆଜି ପର୍ଯ୍ୟନ୍ତ କିଛି କାର୍ଯ୍ୟନୁଷ୍ଠାନ ଗ୍ରହଣ କରି ନାହାନ୍ତି । ଯଦି ପୋଲିସ ପ୍ରଶାସନ କିମ୍ବା ବିଭାଗୀୟ ଅଧିକାରୀ ଏମିତି କୁମ୍ଭକର୍ଣ୍ଣ ନିଦ୍ରା ରେ ରହିବେ ଆଗାମୀ ଦିନ ରେ ନ୍ୟାୟାଳୟ ରେ କେସ କରାଯିବା ସହିତ ବ୍ୟାପକ ଜନ ଆନ୍ଦୋଳନ କରାଯିବ ଓ ଏହା ପଛର ମୁଖ୍ୟ ଖଳନାୟକ ଙ୍କ ଭଦ୍ର ମୁଖା ଖୋଲି ଦିଆଯିବ  ବୋଲି ଅଭିଯୋଗ କାରୀ ସାହୁଲ ମଙ୍ଗରାଜ କହିଛନ୍ତି । ଯଦିଓ ଏହାର ଉଚିତ୍ କାର୍ଯ୍ୟନୁଷ୍ଠାନ ଗ୍ରହଣ ନ କଲେ ଥାନା ର ଦ୍ବାରସ୍ଥ ହୋଇ ଦୁର୍ନୀତି ମୁକ୍ତ ଓଡ଼ିଶା ଗଠନ ରେ ନିଜର ଉପସ୍ଥିତି ଜାହିର କରା ଯିବ ବୋଳି ପ୍ରକାଶ କରିଛନ୍ତି । ଉକ୍ତ ରାସ୍ତା ନିମ୍ନ ମାନର କାର୍ଯ୍ୟ ନେଇ ସାଧାରଣ ଲୋକଙ୍କ ମନରେ ଉଙ୍କି ମାରୁଛି, ଏହାର ପ୍ରକୃତ ତଦନ୍ତ ବିଭାଗୀୟ ଅଧିକାରୀ ତଦନ୍ତ ନ କରନ୍ତି ତାହେଲେ ଆଗାମୀ ଦିନରେ ଆନ୍ଦୋଳନ ତୀବ୍ରତର କରାଯିବ ବୋଲି ଗୋଲାମୁଣ୍ଡା ବ୍ଲକର ଜନ ସଂଗ୍ରାମ ସମିତି ସଭାପିତୀ ଶ୍ରୀ ସାହୁଲ ମଙ୍ଗରାଜ ବିଭାଗୀୟ ଅଧିକାରୀ ଙ୍କୁ ଚେତାବନୀ ଦେଇଛନ୍ତି, ଏହି ସଂମ୍ପର୍କରେ କେଗାଁ ପୋଲିସ ମେଘ ରାଜ ହାସଦା ଙ୍କୁ ପଚାରିବାରୁ ସେ କହିଲେ ଯେ,ବିଭାଗୀୟ ଅଧିକାରୀ ଙ୍କୁ ଅନ୍ ଲାଇନ୍ ରେ ପଠାଇ ଦିଆ ଯାଇଛି ବୋଳି ଫୋନ ଯୋଗେ ପ୍ରକାଶ କରିଛନ୍ତି, ଏହି ପରିପ୍ରେକ୍ଷୀରେ ପୂର୍ତ୍ତ ବିଭାଗ କାର୍ଯ୍ୟ ନିର୍ବାହୀ ଅଧିକାରୀ ଙ୍କୁ ଯୋଗା ଯୋଗ କରିବାରୁ କିଛି ଉତ୍ତର ମିଲି ପାରିଲା ନାହିଁ।

ଗୋଲାମୁଣ୍ଡା ରୁ ରାମ କୁମାର ସେନାପତିଙ୍କ ରିପୋର୍ଟ, ପ୍ରଗତି ଶିଳ ମସିହା

Related posts

ଯୋଡ଼ା ପୌରକାର୍ଯ୍ୟାଳୟ ପକ୍ଷରୁ ମହାପୁରୁଷଙ୍କ ପ୍ରତି ଏ କି ଭଳି ସମ୍ମାନ

masiha

ଅଲ୍ ଓଡ଼ିଶା ସିଡୁଲ୍ଡ କାଷ୍ଟ ଫେଡରେସନର ସଚେତନତା କାର୍ଯ୍ୟକ୍ରମ 

Sunil Chandra Nayak

ନାଗରିକ ସୁରକ୍ଷା କମିଟି ଆହ୍ୱାନରେ ପଥପ୍ରାନ୍ତ କବିତା ପାଠୋତ୍ସବ, ଅଗଷ୍ଟ ୨୦ ମହା କନଭେନସନ କୁ ସଫଳ କରିବାକୁ ଆହ୍ୱାନ

Sunil Chandra Nayak

Leave a Comment

error: Content is protected !!