ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗଳ୍ପ ପ୍ରତିଯୋଗିତାରେ ପ୍ରଥମ ହେଲେ ଗୀତାଞ୍ଜଳି 

ଗଳ୍ପ ପ୍ରତିଯୋଗିତାରେ ପ୍ରଥମ ହେଲେ ଗୀତାଞ୍ଜଳି 

ବାଲେଶ୍ୱର, ୧୯/୧୦/୨୩- ମୋ ଅନୁଷ୍ଠାନ ହେଉଛି ଏକ ଶିକ୍ଷାର ଅନୁଷ୍ଠାନ । ପ୍ରତ୍ୟେକଙ୍କୁ କିଛି ନା କିଛି ଶିକ୍ଷା ଦେବା ଅନୁଷ୍ଠାନର ମୂଳ ଲକ୍ଷ୍ୟ । ଏହି ପରିପ୍ରେକ୍ଷୀରେ ପ୍ରତ୍ଯକ ରବିବାର ପରି ଗତ ତା ୧୫/୧୦/୨୩ ରିଖରେ ମୋ ଅନୁଷ୍ଠାନ ହ୍ବାର୍ଟସପ୍ ଗୃପରେ ଗଳ୍ପ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଯାହାର ପ୍ରସଙ୍ଗ ଥିଲା ” ଅମାବାସ୍ଯାର ଜହ୍ନ ” । ଏଥିରେ ଗୀତାଞ୍ଜଳି ପୃଷ୍ଟି, ଗତିରାଉତପାଟଣା, କଟକ, ରଶ୍ମିରେଖା ସାହୁ, କଳିଙ୍ଗନଗର, ଭୁବନେଶ୍ୱର, ଖୋର୍ଦ୍ଧା ଓ ସ୍ବର୍ଣ୍ଣପ୍ରଭା ମହାପାତ୍ର, ସୁବର୍ଣ୍ଣପୁର ଅଂଶ ଗ୍ରହଣ କରିଥିଲେ । ମୋଟ ୩ଟି ଲେଖା ଆସିଥିବାରୁ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ପରିବର୍ତ୍ତେ କେବଳ ପ୍ରଥମ ସ୍ଥାନକୁ ଗୁରୁତ୍ୱ ଦିଆଯାଇଥିଲା । ସମୀକ୍ଷା କରିଥିଲେ ଅନୁଷ୍ଠାନର ସଭାପତି ତଥା ଅନୁଷ୍ଠାନର ମୁଖ୍ୟ ସମୀଷକ ନାରାୟଣ ଚନ୍ଦ୍ର ସେନାପତି । ଶ୍ରୀ ସେନାପତିଙ୍କ ସମୀକ୍ଷାରୁ ଗୀତାଞ୍ଜଳି ପୃଷ୍ଟି ପ୍ରଥମ ସ୍ଥାନ ଅଧିକାର କରି ନିଜ ଅଞ୍ଚଳ ତଥା ଅନୁଷ୍ଠାନର ଶୋଭା ବର୍ଦ୍ଧନ କରିଛନ୍ତି । ସୁନ୍ଦର ରଚନା ପାଇଁ ସମସ୍ତଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି ସମ୍ପାଦକ କବିକମଳ ନରେନ୍ଦ୍ର ପ୍ରସାଦ ବେହେରା ।।

ବାଲେଶ୍ୱରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

କୋଇଡା ଅଞ୍ଚଳରେ ଦନ୍ତା ଆକ୍ରମଣରେ ଵୃଦ୍ଧ ମୃତ

Sunil Chandra Nayak

ବିଞ୍ଝୁଆ ଗ୍ରାମର ବିବି କ୍ଲବ ତରଫରୁ ପୁଲଓ୍ବାମାର ଶହୀଦ ମାନଙ୍କୁ ଶ୍ରଦ୍ଧାଞ୍ଜଳୀ

Sunil Chandra Nayak

୧୯ ରୁ ସପ୍ତାହକୁ ୩ ଦିନ ଚାଲିବ ଜୁନାଗଡ଼ ରୋଡ଼-ହାବଡା ଇସ୍ପାତ ଏକ୍ସପ୍ରେସ

Sunil Chandra Nayak

Leave a Comment

error: Content is protected !!