ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗଳ୍ପ ପ୍ରତିଯୋଗିତାରେ ପ୍ରଥମ ହେଲେ ଗୀତାଞ୍ଜଳି 

ଗଳ୍ପ ପ୍ରତିଯୋଗିତାରେ ପ୍ରଥମ ହେଲେ ଗୀତାଞ୍ଜଳି 

ବାଲେଶ୍ୱର, ୧୯/୧୦/୨୩- ମୋ ଅନୁଷ୍ଠାନ ହେଉଛି ଏକ ଶିକ୍ଷାର ଅନୁଷ୍ଠାନ । ପ୍ରତ୍ୟେକଙ୍କୁ କିଛି ନା କିଛି ଶିକ୍ଷା ଦେବା ଅନୁଷ୍ଠାନର ମୂଳ ଲକ୍ଷ୍ୟ । ଏହି ପରିପ୍ରେକ୍ଷୀରେ ପ୍ରତ୍ଯକ ରବିବାର ପରି ଗତ ତା ୧୫/୧୦/୨୩ ରିଖରେ ମୋ ଅନୁଷ୍ଠାନ ହ୍ବାର୍ଟସପ୍ ଗୃପରେ ଗଳ୍ପ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଯାହାର ପ୍ରସଙ୍ଗ ଥିଲା ” ଅମାବାସ୍ଯାର ଜହ୍ନ ” । ଏଥିରେ ଗୀତାଞ୍ଜଳି ପୃଷ୍ଟି, ଗତିରାଉତପାଟଣା, କଟକ, ରଶ୍ମିରେଖା ସାହୁ, କଳିଙ୍ଗନଗର, ଭୁବନେଶ୍ୱର, ଖୋର୍ଦ୍ଧା ଓ ସ୍ବର୍ଣ୍ଣପ୍ରଭା ମହାପାତ୍ର, ସୁବର୍ଣ୍ଣପୁର ଅଂଶ ଗ୍ରହଣ କରିଥିଲେ । ମୋଟ ୩ଟି ଲେଖା ଆସିଥିବାରୁ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ପରିବର୍ତ୍ତେ କେବଳ ପ୍ରଥମ ସ୍ଥାନକୁ ଗୁରୁତ୍ୱ ଦିଆଯାଇଥିଲା । ସମୀକ୍ଷା କରିଥିଲେ ଅନୁଷ୍ଠାନର ସଭାପତି ତଥା ଅନୁଷ୍ଠାନର ମୁଖ୍ୟ ସମୀଷକ ନାରାୟଣ ଚନ୍ଦ୍ର ସେନାପତି । ଶ୍ରୀ ସେନାପତିଙ୍କ ସମୀକ୍ଷାରୁ ଗୀତାଞ୍ଜଳି ପୃଷ୍ଟି ପ୍ରଥମ ସ୍ଥାନ ଅଧିକାର କରି ନିଜ ଅଞ୍ଚଳ ତଥା ଅନୁଷ୍ଠାନର ଶୋଭା ବର୍ଦ୍ଧନ କରିଛନ୍ତି । ସୁନ୍ଦର ରଚନା ପାଇଁ ସମସ୍ତଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି ସମ୍ପାଦକ କବିକମଳ ନରେନ୍ଦ୍ର ପ୍ରସାଦ ବେହେରା ।।

ବାଲେଶ୍ୱରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ବାମନଘାଟୀ ପ୍ରଶାସନ ତରଫରୁ ରାଇରଙ୍ଗପୁର ଠାରେ ୧୪ତମ ଜାତୀୟ ଭୋଟର ଦିବସ-୨୦୨୪ ପାଳିତ

masiha

ବିଧାୟିକା ସୀମାରାଣୀ ଙ୍କ ଉପସ୍ଥିତି ରେ ହିନ୍ଦୋଳ ଏନ୍ଏସି ର ସମୀକ୍ଷା ବୈଠକ ଅନୁଷ୍ଠିତ 

Sunil Chandra Nayak

ପାର୍ବତୀ ଗୋବିନ୍ଦ ସ୍ମୃତି ସଂସଦ ସମେତ ତିନୋଟି ସଙ୍ଗଠନର ମିଳିତ ଆନୁକୂଲ୍ୟରେ ସାହିତ୍ୟ ଓ ସାରସ୍ୱତ କାର୍ଯ୍ୟକ୍ରମ ଆସନ୍ତା ୫ରେ…… 

masiha

Leave a Comment

error: Content is protected !!