ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନୁଆପଡ଼ା ଜିଲ୍ଲାର ସୁନାବେଡ଼ା ଠାରେ ନୁଆପଡା ଜିଲ୍ଲାପାଳ ଶ୍ରୀଯୁକ୍ତ ମଧୁସୁଦନ ଦାଶ ଙ୍କ ଦ୍ୱାରା ବଣଜାତ ମହୁ ପ୍ରକ୍ରିୟାକରଣ କେନ୍ଦ୍ର’ର ଉଦ୍ଘାଟନ

ନୁଆପଡ଼ା ଜିଲ୍ଲାର ସୁନାବେଡ଼ା ଠାରେ ନୁଆପଡା ଜିଲ୍ଲାପାଳ ଶ୍ରୀଯୁକ୍ତ ମଧୁସୁଦନ ଦାଶ ଙ୍କ ଦ୍ୱାରା ବଣଜାତ ମହୁ ପ୍ରକ୍ରିୟାକରଣ କେନ୍ଦ୍ର’ର ଉଦ୍ଘାଟନ

ନୂଆପଡା,(ସୁଜିତ କୁମାର ପ୍ରଧାନ )(ଓରମାସ୍) ନୁଆପଡ଼ାର ସହଯୋଗରେ ନୁଆପଡ଼ା ଜିଲ୍ଲାପାଳ ସୁନାବେଡ଼ା ଠାରେ ପ୍ରଥମ ‘ମହୁ ପ୍ରକ୍ରିୟାକରଣ କେନ୍ଦ୍ର’ର ଉଦ୍ଘାଟନ କରିଛନ୍ତି।ଏହି ମହୁ ପ୍ରକ୍ରିୟାକରଣ କେନ୍ଦ୍ରଟି ‘ସୁନାବେଡ଼ା ନେଚୁରାଲ୍ସ ହନି ପ୍ରଡ୍ୟୁସର୍ ଏଣ୍ଟରପ୍ରାଇଜେସ୍’ ଦ୍ୱାରା ପରିଚାଳିତ ହେବ। ଚକୋଟିଆ ଭୁଞ୍ଜିଆ ଆଦିବାସୀ ସମ୍ପ୍ରଦାୟର ସକ୍ରିୟ ଅଂଶଗ୍ରହଣରେ ORMAS ନୁଆପଡ଼ା ଦ୍ୱାରା ଏହି ସଂସ୍ଥା ଗଠନ କରାଯାଇଛି। ଏହି ସମ୍ପ୍ରଦାୟର ସଦସ୍ୟମାନେ ସୁନାବେଡ଼ା ଜଙ୍ଗଲରୁ ବଣଜାତ ମହୁ ସଂଗ୍ରହ କରି ସିଧାସଳଖ ଉକ୍ତ ସଂସ୍ଥାକୁ ବିକ୍ରି କରିବେ। ଏହା ଦ୍ୱାରା ଜୀବିକା ନିର୍ବାହର ସୁଯୋଗ ସୃଷ୍ଟି ହେବା ସହ ସ୍ଥାନୀୟ ଜଙ୍ଗଲଜାତ ମହୁର ପ୍ରଚାର ଓ ପ୍ରସାର ହୋଇପାରିବ। ଏହି ଉଦ୍ୟୋଗ ପ୍ରତିଷ୍ଠା ପାଇଁ ‘ଚକୋଟିଆ ଭୁଞ୍ଜିଆ ଡେଭଲପମେଣ୍ଟ ଏଜେନ୍ସି’ ମଧ୍ୟ ସହଯୋଗ ପ୍ରଦାନ କରିଛନ୍ତି।

ORMAS ନୁଆପଡ଼ା ଦ୍ୱାରା ବଣଜାତ ମହୁର ମୂଲ୍ୟଯୁକ୍ତକରଣ (value addition) ଓ ବିପଣନ ମାଧ୍ୟମରେ ସ୍ଥାୟୀ ଜୀବିକାକୁ ପ୍ରୋତ୍ସାହିତ କରିବା, ଆଦିବାସୀ ଉଦ୍ୟୋଗୀକରଣକୁ ସୁଦୃଢ଼ କରିବା ଏବଂ ଚକୋଟିଆ ଭୁଞ୍ଜିଆ ଆଦିବାସୀ ସମ୍ପ୍ରଦାୟର ଅର୍ଥନୈତିକ ସଶକ୍ତୀକରଣରେ ସହାୟତା କରିବା ଏହି ପଦକ୍ଷେପର ମୁଖ୍ୟ ଲକ୍ଷ୍ୟ।

ନୁଆପଡ଼ା ଜିଲ୍ଲାପାଳ କହିଛନ୍ତି ଯେ ଏହି ପଦକ୍ଷେପ ଦ୍ୱାରା ମହୁ ଉତ୍ପାଦନ ଦ୍ୱିଗୁଣିତ ହେବ ଏବଂ ଗ୍ରାହକମାନେ ଶୁଲଭ ମୂଲ୍ୟରେ ଶୁଦ୍ଧ ଓ ଜୈବିକ (organic) ବଣଜାତ ମହୁ ପାଇପାରିବେ। ଏହି ମହୁ ଜିଲ୍ଲାର ୱେବସାଇଟ୍ www.nuapadahaat.com ରେ ମଧ୍ୟ ଉପଲବ୍ଧ ହେବ। DFO (ବନ୍ୟପ୍ରାଣୀ) କହିଛନ୍ତି ଯେ ସେମାନେ ଚେରେଚୁଆଁ ସ୍ଥିତ ଜଙ୍ଗଲ ଚେକ୍ ଗେଟ୍ ନିକଟରେ ଏକ ବିକ୍ରୟ କେନ୍ଦ୍ର (outlet) ଖୋଲିବେ, ଯେଉଁଠାରେ ସ୍ଥାନୀୟ ଜନସାଧାରଣ ଓ ପର୍ଯ୍ୟଟକଙ୍କ ପାଇଁ ଏହି ମହୁ ଉପଲବ୍ଧ କରାଯିବ। 

ଉଦ୍ଘାଟନୀ ଉତ୍ସବରେ ଶତାଧିକ ଗ୍ରାମବାସୀ, ଏବଂ ଜିଲ୍ଲାସ୍ତରୀୟ ଅଧିକାରୀ ଯଥା ମୁଖ୍ୟ ଉନ୍ନୟନ ଅଧିକାରୀ- ଶ୍ରୀ ଲମ୍ବୋଦର ଧରୁଆ, ବିଭାଗୀୟ ବନଖଣ୍ଡ ଅଧିକାରୀ- ଶ୍ରୀ ସମୀର ସାହୁ, ଜିଲ୍ଲା ଆଇନ ସେବା ପ୍ରାଧିକରଣ ର ସଚିବ ନୁଆପଡ଼ା- ଶ୍ରୀମତୀ ନବନୀତା ଦାଶ, ଜିଲ୍ଲା ଶ୍ରମ ଅଧିକାରୀ- ରବୀନ୍ଦ୍ର ବାର୍ଲା, ତହସିଲଦାର କୋମନା- ସୌରଭ ବିଶି, ସ୍ଵତନ୍ତ୍ର ଅଧିକାରୀ ସିବିଡିଏ- ବିଜୟାନନ୍ଦ ମଲ୍ଲିକ, ଗୋଷ୍ଠୀ ଉନ୍ନୟନ ଅଧିକାରୀ କୋମନା- ପବିତ୍ର ସାମଲ, ଜିଲ୍ଲା ଶିକ୍ଷା ଅଧିକାରୀ- ପ୍ରଶାନ୍ତ କୁମାର ମହାନ୍ତି ଏବଂ ବିଦେଶ ଘୋଷ, ଉପମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ , ଓରମାସ , ନୂଆପଡା ଉପସ୍ଥିତ ଥିଲେ ।

Related posts

କେନ୍ଦ୍ରାପଡ଼ାର ଅଗ୍ରଣୀ ମହୁ ଚାଷୀ ରାଜ୍ୟ ଓ ଜିଲ୍ଲା ସ୍ତରରେ ପୁରସ୍କୃତ

masiha

ପାଣି ପାଇଁ ରାସ୍ତାରୋକ, ରାସ୍ତା ଉପରେ କାଠଗଣ୍ଡି ରଖି ଟାୟାର ଜାଳି ପ୍ରତିବାଦ କଲେ ଗ୍ରାମବାସି

ରାଇରଙ୍ଗପୁର ମହିଳା ମହାବିଦ୍ୟାଳୟରେ ହର୍ଷୋଲ୍ଲାସର ସହିତ ଚନ୍ଦ୍ରଯାନ 3 ପାଇଁ ଅଭିନନ୍ଦନ ସଭା

masiha

Leave a Comment

error: Content is protected !!