ଡାବୁଗାଁ, ୧୮/୫ (ମ.ନି.ସ.)- ଗୁରୁବାର ଚଳିତ ବର୍ଷ ମାଟ୍ରିକ ପରୀକ୍ଷା-୨୦୨୩ ର ପରୀକ୍ଷା ଫଳ ପ୍ରକାଶ ପାଇଛି | ଏହି ପରିପ୍ରେକ୍ଷୀରେ ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ଅଧୀନ ଜିଲା ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ବିଭାଗ ଦ୍ଵାରା ପରିଚାଳିତ ଡାବୁଗାଁ ସରକାରୀ ବାଳିକା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରୀ ମାନେ ଚଳିତ ବର୍ଷ ମାଟ୍ରିକ ପରୀକ୍ଷା-୨୦୨୩ ରେ ଶତ ପ୍ରତିଶତ ସଫଳତା ହାସଲ କରିଛନ୍ତି | ସୂଚନାଯୋଗ୍ୟ:- ଚଳିତ ବର୍ଷ ବିଦ୍ୟାଳୟର ୮୯ ଜଣ ଛାତ୍ରୀ ମାଟ୍ରିକ ପରୀକ୍ଷା ଦେଇଥିଲେ | ଏଥିରେ ବି-୧ = ୪୨ ଜଣ, ବି-୨ = ୪୩, ସି =୩ ଜଣ ଓ ଡି=୧ ଜଣ ଛାତ୍ରୀ ପାସ କରିଛନ୍ତି | ବିଦ୍ୟାଳୟର ପାସ ହାର ଶତ ପ୍ରତିଶତ ରହିଛି | ଏଥିରେ ବିଦ୍ୟାଳୟରେ ଡାଳିମ୍ବ ହରିଜନ (୧ମ), ତିମି ନାୟକ (୨ୟ) ଓ ପାବନଦେଇ ଭତରା (୩ୟ) ସ୍ଥାନ ଅଧିକାର କରିଛନ୍ତି | ଏନେଇ ବିଦ୍ୟାଳୟର ପ୍ରଧାନଶିକ୍ଷୟତ୍ରୀ ଆରତୀ ବିଶୋୟୀ ଓ ସମସ୍ତ ଶିକ୍ଷୟତ୍ରୀ ଶିକ୍ଷକ ମାନେ ପାସ କରିଥିବା ସମସ୍ତ ଛାତ୍ରୀ ମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି | ଏହାସହ ଜିଲା ମଙ୍ଗଳ ଅଧିକାରୀ ପାଲକା ରବୀନ୍ଦ୍ର ବିଦ୍ୟାଳୟର ଶତପ୍ରତିଶତ ସଫଳତା ପାଇଁ ସମସ୍ତ ଛାତ୍ରୀ ଓ ଶିକ୍ଷୟତ୍ରୀ ଶିକ୍ଷକ ମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି |
previous post