ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଡାବୁଗାଁ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ସଫଳତା

ଡାବୁଗାଁ, ୧୮/୫ (ମ.ନି.ସ.)- ଗୁରୁବାର ଚଳିତ ବର୍ଷ ମାଟ୍ରିକ ପରୀକ୍ଷା-୨୦୨୩ ର ପରୀକ୍ଷା ଫଳ ପ୍ରକାଶ ପାଇଛି | ଏହି ପରିପ୍ରେକ୍ଷୀରେ ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ଅଧୀନ ଜିଲା ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ବିଭାଗ ଦ୍ଵାରା ପରିଚାଳିତ ଡାବୁଗାଁ ସରକାରୀ ବାଳିକା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରୀ ମାନେ ଚଳିତ ବର୍ଷ ମାଟ୍ରିକ ପରୀକ୍ଷା-୨୦୨୩ ରେ ଶତ ପ୍ରତିଶତ ସଫଳତା ହାସଲ କରିଛନ୍ତି | ସୂଚନାଯୋଗ୍ୟ:- ଚଳିତ ବର୍ଷ ବିଦ୍ୟାଳୟର ୮୯ ଜଣ ଛାତ୍ରୀ ମାଟ୍ରିକ ପରୀକ୍ଷା ଦେଇଥିଲେ | ଏଥିରେ ବି-୧ = ୪୨ ଜଣ, ବି-୨ = ୪୩, ସି =୩ ଜଣ ଓ ଡି=୧ ଜଣ ଛାତ୍ରୀ ପାସ କରିଛନ୍ତି | ବିଦ୍ୟାଳୟର ପାସ ହାର ଶତ ପ୍ରତିଶତ ରହିଛି | ଏଥିରେ ବିଦ୍ୟାଳୟରେ ଡାଳିମ୍ବ ହରିଜନ (୧ମ), ତିମି ନାୟକ (୨ୟ) ଓ ପାବନଦେଇ ଭତରା (୩ୟ) ସ୍ଥାନ ଅଧିକାର କରିଛନ୍ତି | ଏନେଇ ବିଦ୍ୟାଳୟର ପ୍ରଧାନଶିକ୍ଷୟତ୍ରୀ ଆରତୀ ବିଶୋୟୀ ଓ ସମସ୍ତ ଶିକ୍ଷୟତ୍ରୀ ଶିକ୍ଷକ ମାନେ ପାସ କରିଥିବା ସମସ୍ତ ଛାତ୍ରୀ ମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି | ଏହାସହ ଜିଲା ମଙ୍ଗଳ ଅଧିକାରୀ ପାଲକା ରବୀନ୍ଦ୍ର ବିଦ୍ୟାଳୟର ଶତପ୍ରତିଶତ ସଫଳତା ପାଇଁ ସମସ୍ତ ଛାତ୍ରୀ ଓ ଶିକ୍ଷୟତ୍ରୀ ଶିକ୍ଷକ ମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ଶଙ୍କରାଖୋଲା ଆଞ୍ଚଳିକ ମାଧ୍ୟମିକ ଉଚ୍ଚ ବିଦ୍ୟାଳୟ ରେ ଛାତ୍ରୀ ଙ୍କର ଆତ୍ମରକ୍ଷା ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ

Sunil Chandra Nayak

ଡ଼ମ୍ବରୁଗଡ଼ ମଠ ପରିଚାଳନା କମିଟିର ସାଧାରଣସଭା ଅନୁଷ୍ଠିତ 

ରାଇରଙ୍ଗପୁର ଠାରେ ଉପଖଣ୍ଡ ସ୍ତରୀୟ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ

masiha

Leave a Comment

error: Content is protected !!