ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ରାତି ଅଧରେ ବେଆଇନ ଭାବେ କେନ୍ଦୁପତ୍ର ଚୋରା ଚାଲାଣ

ଗୋଳାମୁଣ୍ଡା ତା ୧୮/୫/ନିର୍ଭୟ, ନିରପେକ୍ଷମସିହା/କଳାହାଣ୍ଡି ଜିଲ୍ଲା କେଗାଁ କେନ୍ଦୁପତ୍ର ରେଞ୍ଜ ଅନ୍ତର୍ଗତ ବୃନ୍ଦାବାହାଲ ସେକ୍ସନର ସର୍ଗିଗୁଡା ବାବେଗୁଡ଼ା ଠାରୁ କେନ୍ଦୁପତ୍ର ଚୋରା ଚାଲାଣ କରି ଲିମସେର ଠାରେ ଗଚ୍ଛିତ କରୁଛନ୍ତି ।ବିଭାଗୀୟ ଅଧିକାରୀଙ୍କ ସୂଚନାରୁ ପ୍ରକାଶ ଯେ ବେସରକାରୀ କମ୍ପାନୀରେ ଦୀର୍ଘ ଦୁଇ ବର୍ଷ ଧରି ଏପରି ସରକାରୀ ଓ ବେସରକାରୀ ଜମି ଗୁଡିକରେ ଥିବା କେନ୍ଦୁପତ୍ର ସଂଗ୍ରହ କରୁଛନ୍ତି । କେନ୍ଦୁପତ୍ର ତୋଳାଳୀଙ୍କୁ ଲୋଭ ଦେଖାଇ କେନ୍ଦୁପତ୍ର କିଣି ପିକ ଅପ ଭ୍ୟାନରେ ଆଣି ଲିମସେ ଛକ ପାଖରେ କେନ୍ଦୁପତ୍ର ଜମା କରୁଛନ୍ତି । ବିଭାଗୀୟ ଅଧିକାରୀ ଖବର ପାଇ ଚୁପ୍ ଚାପ୍ ରହିଛନ୍ତି ।କେନ୍ଦୁପତ୍ର ଦେଖି ଫୋନ୍ ଯୋଗେ ଯୋଗାଯୋଗ କଲେ ମଧ୍ୟ ବିଭାଗୀୟ ଅଧିକାରୀ ମାନେ କର୍ଣ୍ଣ ପାତ କରୁନାହାନ୍ତି ।ଏତେ ପରିମାଣରେ ରାଜ୍ୟସ୍ଵ ହାନି ହୋଇଥିଲେ ମଧ୍ୟ ସମସ୍ତ ସରକାରୀ କର୍ମଚାରୀ ଚୁପ୍ ଚାପ୍ ଅଛନ୍ତି । ବେସରକାରୀ ସଂସ୍ଥା କୁ କିଏ ପର୍ମିଟ ଦେବାରୁ ଖୁଲମଖୁଲା କେନ୍ଦୁପତ୍ର ଚାଲାଣ ହେଉଥିବା ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରୁଛି ।ପୁଣି ଦେଖିବାକୁ ମିଳୁଛି ଯେ, କାଲିପୁର ଗ୍ରାମସଭାର ରସିଦ ରେ କ୍ଷମତା ପ୍ରାପ୍ତଙ୍କ ଦସ୍ତଖତ ନ ଥିବାରୁ ସନ୍ଦେହ ସୃଷ୍ଟି ହୋଇଛି, ତେଣୁ ଉଚ୍ଚ କର୍ତ୍ତୃପକ୍ଷ ବେସରକାରୀ କମ୍ପାନୀ ପ୍ରତି କାର୍ଯ୍ୟାନୁଷ୍ଠାନ ନେବାକୁ ଅଞ୍ଚଳବାସୀଙ୍କ ପକ୍ଷରୁ ଦାବି ହେଉଛି।

ଗୋଳାମୁଣ୍ଡା ବ୍ଲକରୁ ରାମକୁମାର ସେନାପତି ଙ୍କ ରିପୋର୍ଟ, ପ୍ରଗତିଶୀଳ ମସିହା 

Related posts

ଏଟିଏମ କାଟି ଲୁଟିନେଲେ ଲକ୍ଷଲକ୍ଷ ଟଙ୍କା 

masiha

ଜମିବାଡି ନେଇ ଗଣ୍ଡଗୋଳ ଘଟଣାରେ ୨ ଗିରଫ

Sunil Chandra Nayak

ରାଇରଙ୍ଗପୁର ଅବକାରୀ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢାଉ; ୩୪୦ ଦେଶୀ ରନ୍ଧାମଦ ଏବଂ ୫୨୦୦ କେଜି ପୋଚ ଜବତ ସହ ୨ ଟି ମାମଲା ରୁଜୁ

Sunil Chandra Nayak

Leave a Comment

error: Content is protected !!