ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ ଦୁଲୁକିବନ୍ଧ ଠାରେ ଏକ ବଡ଼ ଧରଣର ସଶସ୍ତ୍ର ଡକାୟତି

ଗୃହ ମାଲିକଙ୍କୁ ଠାକୁର ଘରେ ବନ୍ଦ କରି ଦେଇ ଆଲମିରା ଭାଙ୍ଗି ସାତ ଲକ୍ଷ ୩୫ ହଜାର ଟଙ୍କା, ୪ ଭରି ସୁନା ଓ ୨କେଜି ରୁପା ଲୁଟି ନେଇ ଡକାୟତ ଫେରାର..

କଲମପୁର ଥାନା ବଡକୁଟ୍ରୁ ଫାଣ୍ଡି ଅନ୍ତର୍ଗତ ଦୁଲୁକିବନ୍ଧ ଗ୍ରାମରେ ଜୈନିକ ବ୍ୟକ୍ତି ରାକେଶ ସରାଫ ଙ୍କ ଘରେ ଏକ ସଶସ୍ତ୍ର ଡକାୟତ ଦଳ ପଶି ଲକ୍ଷାଧିକ ନଗଦ ଟଙ୍କା ଓ ସୁନା ରୂପା ଗହଣା ଲୁଟି ନେଇଥିବାର ଖବର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଗତ କାଲି ବିଳମ୍ବିତ ରାତିରେ ଗୃହକର୍ତ୍ତା ରାଜେଶ ସରାଫ ଏକୁଟିଆ ଗୋଟିଏ କୋଠରୀରେ ଶୋଇଥିବା ସମୟରେ ୬ରୁ ୭ଜଣ ଡକାୟତ ବାଡ ଡେଇଁ ଘରେ ପଶିଥିଲେ ଓ ଘର ମାଲିକ ଙ୍କୁ ମାରଣାସ୍ତ୍ର ଦେଖାଇ ଭୟଭୀତ କରି ଠାକୁର ଘରେ ତାଙ୍କୁ ବନ୍ଦ କରି ଦେଇ ଆଲମିରା ଭାଙ୍ଗି ସାତ ଲକ୍ଷ ୩୫ ହଜାର ଟଙ୍କା, ୪ ଭରି ସୁନା ଓ ୨କେଜି ରୁପା ଲୁଟି ନେଇ ଫେରାର ହୋଇ ଯାଇଥିଲେ। ଏହି ସମୟରେ ଅନ୍ୟ କୋଠରୀରେ ପରିବାର ର ଅନ୍ୟାନ୍ୟ ସଦସ୍ୟ ଶୋଇ ଥିଲେ ହେଁ, ସେମାନେ ଘଟଣା ସମ୍ପର୍କରେ ଜାଣି ପାରି ନଥିଲେ। ଖବର ପାଇ ଧର୍ମଗଡ଼ ଉପଖଣ୍ଡ ପୋଲିସ ଅଧିକାରୀ ଧିରଜ ଚୋପଦାର,ଜୟପାଟଣା ଥାନା ଅଧିକାରୀ ମମତା ପାଣିଗ୍ରାହୀ, କଲମପୁର ଥାନା ଅଧିକାରୀ ଜିତେନ୍ଦ୍ର ବିଶ୍ଵାଳ ଓ ବଡ କୁଟ୍ରୁ ଫାଣ୍ଡି ଅଧିକାରୀ ଏସ, ମହାନ୍ତି ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। ଏନେଇ ବଡ କୁଟ୍ରୁ ଫାଣ୍ଡିରେ ଏକ ମାମଲା ରୁଜ୍ଜୁ ହୋଇଛି ଓ କଲମପୁର ଥାନା ଅଧିକାରୀ ଜିତେନ୍ଦ୍ର ବିଶ୍ଵାଳ ଏହି କେସ ର ତଦନ୍ତ ଭାର ନେଇଛନ୍ତି। ଖୁବ ଶୀଘ୍ର ଡକାୟତ ମାନଙ୍କୁ ଧରାଯିବ ବୋଲି ଉପଖଣ୍ଡ ପୋଲିସ ଅଧିକାରୀ ଧିରଜ ଚୋପଦାର ପ୍ରକାଶ କରିଛନ୍ତି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ଅଜଣା ବ୍ୟକ୍ତି ର‌ ଶବ ଉଦ୍ଧାର,ପୋଲିସର ତଦନ୍ତ ଜାରି

masiha

ନାବାଳିକା ଫ୍ୟାନରେ ରଶି ଲଗାଇ ଆତ୍ମହତ୍ଯା 

Sunil Chandra Nayak

୧୨ ଦଫା ଦାବିରେ ୧୫ ତାରିଖରେ ବନ୍ଦ ଡାକରା ଦେଲା ଲାଲବାହିନୀ, ଅଡିଓ ଟ୍ୟାପ ଜାରି

Leave a Comment

error: Content is protected !!