ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ମଦୁଆକୁ ବାନ୍ଧି,ପୋଲିସ ଜିମାରେ ଦେଲେ ମହିଳା

ତେନ୍ତୁଳିଖୁଣ୍ଟି ୦୨/୦୫/୨୩ – ଏକ ଭାଇରାଲ ଭିଡିଓରେ ଶତାଧିକ ମହିଳା ମିଶି ଜଣେ ଲୋକକୁ ରଶିରେ ବାନ୍ଧିବା ଦୃଶ୍ୟ ଦେଖାଯାଉଛି। ଏହା ତେନ୍ତୁଳିଖୁଣ୍ଟି ବ୍ଲକ୍ ଅଞ୍ଚଳଗୁମ୍ମା ପଞ୍ଚାୟତ ଚିତ୍ରକୋଟ ଗ୍ରାମର। ମହିଳାମାନେ ଗାଁରେ ମଦରନ୍ଧା ଓ ବିକ୍ରି ବନ୍ଦ କରିବାକୁ ନେଇ ଘରେ ଘରେ  ସଚେତନ କରିଆସୁଛନ୍ତି। ଏଭଳି କି,ଗାଁରେ କାହାକୁ ମଦ ପିଈବାକୁ ମଧ୍ୟ ବାରଣ କରାଯାଇଛି। ତଥାପି ଯୁବକଟି ଅମାନିଆ ହୋଇ ମହିଳାଙ୍କୁ ଟିପ୍ପଣୀ କରିବା ସହ ଗାଁ ମଝିରେ ଦିନ ଦ୍ବିପ୍ରହରେ ପାଟିତୁଣ୍ଡ କରୁଥିଲା। ଏହା ଦେଖି କିଛି ମହିଳା ଅଣ୍ଟା ଭିଡି ବାହାରି ଥିଲେ। ଶତାଧିକ ମହିଳା ଏକତ୍ରିତ ହୋଇ ଯୁବକକୁ ଘେରି ଗୋଡହାତକୁ ରଶି ସାହାଯ୍ୟରେ ପୂରା ଦମରେ ବାନ୍ଧି ପକେଇ ଥିଲେ। ଏହା ପରେ ସ୍ଥାନୀୟ ପୋଲିସ୍ ଜିମ୍ମାରେ ଛାଡି ଦେଇଥିଲେ। ଏବେ ଏହି ଦୃଷ୍ୟକୁ ଦେଖିବା ଲୋକ ପ୍ରଶଂସା କରୁଥିବା ବେଳେ ମଦନିଶାସକ୍ତ ଲୋକେ ଘରେ ଲୁଚୁଛନ୍ତି।  

   କିଛିଦିନ ତଳେ ଅଞ୍ଚଳଗୁମ୍ମା ଓ ଚିତ୍ରକୋଟ ଠାରେ କଳସିଯାତ୍ରା ସମୟରେ ମଦ୍ୟପ ଙ୍କ ଯୋଗୁଁ ଦୁଇ ଗାଁରେ ଗୋଷ୍ଠୀ କନ୍ଦଳ ହୋଇ ମରଣନ୍ତାକ ଆକ୍ରମଣ ଘଟଣା ଘଟିଥିଲା, ଫଳରେ ଦୁଇ ଗାଁର ୨୦ ପରିବାର ମଧ୍ୟରେ ସମସ୍ୟା ସୃଷ୍ଟି ହୋଇଥିଲା। ତେନ୍ତୁଳିଖୁଣ୍ଟି ଥାନା ଅଧିନରେ ୨୦ ଜଣଙ୍କ ନାମରେ ମରନ୍ତାକ ଆକ୍ରମଣରେ ଅଭିଯୋଗ କରାଯାଇ କେସ ହୋଇଥିଲା ।

     ଦୁଇ ମଇ ରେ ଚିତ୍ରକୋଟ ଠାରେ ୧୨ ବର୍ଷିୟା କୃଷି ଭିତ୍ତିକ ବାଲିଯାତ୍ରା ସମ୍ପନ୍ନ ହେବାକୁ ଯାଉଛି। ଦୀର୍ଘ ତିନିମାସ ଧରି ବାଲି ଘରେ ପୂଜା ପଦ୍ଧତି ସହ ଯାତ୍ରା ଉତ୍ସବ ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଚାଲୁଛି। ଏହାକୁ ଆଖି ଆଗରେ ରଖି ଉଭୟ ଗ୍ରାମର ମହିଳାମାନେ ନିଜ ନିଜ ଗ୍ରାମରେ ଶତାଧିକ ସଂଖ୍ୟାରେ ବାହାରି ଗାଁରେ ମଦରନ୍ଧା ବନ୍ଦ କରିବା ସହ ମଦବିକ୍ରି ସମ୍ପୂର୍ଣ ବାରଣ କରାଯାଇଛି। ଏହି ପ୍ରରିପ୍ରେକ୍ଷୀରେ ଯିଏ ମଦ ପିଇବ ତାହାକୁ ବି ଆଉ ନ ଛାଡିବା କୁ ପଣ କରିଛନ୍ତି। ମଦ ପିଇ ପାଟିତୁଣ୍ଡ କରୁଥିବା ଲୋକଙ୍କୁ ଦୌଡିବାନ୍ଧି ପୋଲିସ୍ ହାତରେ ଧରେଇ ଦେଉଛନ୍ତି। ଶତାଧିକ ମହିଳା ସାଙ୍ଗରେ ତେନ୍ତୁଳିଖୁଣ୍ଟି ପୋଲିସ୍,ଅବକାରୀ ବିଭାଗ ମିଶି ଚଢାଉ କରି ଘରେ ଘରେ ପଶି ମଦ ନଷ୍ଟ କରୁଛନ୍ତି।ପୋଲିସ ଓ ଅବକାରୀ ବିଭାଗ ମିଶି ଚଢାଉ କରି ଘରେ ଘରେ ପଶି ମଦ ନଷ୍ଟ କରୁଛନ୍ତି। ଆଗକୁ ସବୁଦିନ ପାଇଁ ଏଭଳି ମଦବନ୍ଦ କରାଯିବାକୁ ନିଷ୍ପତ୍ତି ନେଇଥିବା ମହିଳା ମାନେ କହିଛନ୍ତି।

ଗୋବର୍ଦ୍ଧନ ସାହୁ ,ତେନ୍ତୁଳିଖୁଣ୍ଟି

Related posts

ବିବାହିତା ମହିଳାଙ୍କ ଆତ୍ମହତ୍ୟା, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ

Sunil Chandra Nayak

ବାଣପୁର ଥାନା ଅଞ୍ଚଳରେ ଅବକାରୀ ଚଢ଼ାଉ : ଦୁଇ ଗିରଫ ୧୦୦ ଲିଟର ଦେଶୀମଦ ସମେତ ଦୁଇ ବାଇକ୍ ଜବତ !!!

Sunil Chandra Nayak

ପୁଅ ରଜରେ ବୁଲିବାକୁ ବାହାରିଥିଲା/ରଥ ଯାତ୍ରା ହେଲାଣି ଘରକୁ ଫେରିନି/ପୂର୍ବ ଶତୃତାରୁ ଦୁଇ ଦିନ ହେଲା ଯୁବକଙ୍କୁ ଅପହରଣ ଅଭିଯୋଗ

Sunil Chandra Nayak

Leave a Comment

error: Content is protected !!