ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ବେଲଗୁଣ୍ଠା: ଦ୍ରୁତଗାମୀ ବୋଲେରୋ ଧକ୍କାରେ ୪ ଗାଈ ମୃତ, ଜଗନ୍ନାଥପ୍ରସାଦ ପୋଲିସ ଦ୍ୱାରା ଗାଡ଼ି ଓ ଡ୍ରାଇଭର ଅଟକ

ବେଲଗୁଣ୍ଠା: ଦ୍ରୁତଗାମୀ ବୋଲେରୋ ଧକ୍କାରେ ୪ ଗାଈ ମୃତ, ଜଗନ୍ନାଥପ୍ରସାଦ ପୋଲିସ ଦ୍ୱାରା ଗାଡ଼ି ଓ ଡ୍ରାଇଭର ଅଟକ

ବେଲଗୁଣ୍ଠା, ୦୫/୦୮ ବେଲଗୁଣ୍ଠା ଅଞ୍ଚଳରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିବା ନେଇ ସୂଚନା ମିଳିଛି । ଆଜି ରାତ୍ର ପ୍ରାୟ ୮ଟା ୧୫ ମିନିଟ୍ ସମୟରେ ହରିଜନ ଉଢୁରା ଠାରେ ଏକ ଦ୍ରୁତଗାମୀ ବୋଲେରୋ ଗାଡ଼ିର ଧକ୍କାରେ ଘଟଣାସ୍ଥଳରେ ୪ଟି ଗାଈଙ୍କର ମୃତ୍ୟୁ ହୋଇଛି ।ପ୍ରାଥମିକ ସୂଚନା ଅନୁଯାୟୀ,ଦୁର୍ଘଟଣା ଘଟାଇବା ପରେ ବୋଲେରୋଟି ଅତି ଦ୍ରୁତଗତିରେ ଜଗନ୍ନାଥପ୍ରସାଦ ଆଡ଼କୁ ପଳାଉଥିଲା। ତେବେ କୌଣସି ସୂତ୍ରରୁ ଖବର ପାଇ ଜଗନ୍ନାଥପ୍ରସାଦ ପୋଲିସ ତତ୍ପରତା ପ୍ରକାଶ କରି ଉକ୍ତ ବୋଲେରୋ ଗାଡ଼ି ସହିତ ଡ୍ରାଇଭରଙ୍କୁ ଅଟକ ରଖିଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ, ବେଲଗୁଣ୍ଠା ଥାନା ପୋଲିସ ଖବର ପାଇ ତକ୍ଷଣାତ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି । ସମ୍ପୃକ୍ତ ଦୁର୍ଘଟଣାଗ୍ରସ୍ତ ବୋଲେରୋକୁ ଜବତ କରା ଯାଇଛି ଗାଡ଼ିର ନମ୍ବର ଓଡ଼ି୩୩ଏଡବ୍ଲୁ୪୦୩୭ପୋଲିସର ଅଧିକ ତଦନ୍ତ ପରେ ଏ ସମ୍ପର୍ଣ୍ଣ ବିସ୍ତୃତ ତଥ୍ୟ ସାମ୍ନାକୁ ଆସିବ।

Related posts

ବୃଦ୍ଧଙ୍କ ନିଖୋଜ ଘଟଣାରେ ନୂଆମୋଡ଼ କାଣ୍ଡାମାରେ ପହଞ୍ଚିଲା ସନ୍ଧାନୀ କୁକୁର, ସାଇଣ୍ଟିଫିକ ଟିମ ଗୁଣି ସନ୍ଦେହରେ ହତ୍ୟା : ୩୦ କିମି ଦୂର ରେଳଧାରଣାରେ ଫିଙ୍ଗିଦେଲେ ଶବ ୪ ସନ୍ଦିଗ୍ଧ ଅଟକ, ତଦନ୍ତ ଜାରି

Sunil Chandra Nayak

ଲକ୍ଷେ ଟଙ୍କା ଗୋଟିଏ ମୁଦି ଚୋରି ଘଟଣାରେ:୨ ଗିରଫ 

masiha

ସ୍କୁଟି ଡିକିଭାଙ୍ଗି ପଚାଶ ହଜାର ଟଙ୍କା ଲୁଟିନେଲେ ଦୃବୃତ୍ତ

Sunil Chandra Nayak

Leave a Comment

error: Content is protected !!