ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧଆମ ଓଡ଼ିଶା

ସାମ୍ନାକୁ ଆସିଲା ରାଜ୍ୟରେ ସାଇବର ଠକେଇର ବାର୍ଷିକ ରିପୋର୍ଟ; ବର୍ଷକରେ ୧୨.୯୬ କୋଟି ଲୁଟିନେଲେ ସାଇବର ଠକ

ସାଇବର ଠକେଇ ନେଇ ବ୍ୟାପକ ସତର୍କତାମୂଳକ ଅଭିଯାନ ସତ୍ତ୍ୱେ ସାଇବର ଲୁଟେରାମାନେ ଭିନ୍ନ ଭିନ୍ନ ଶୈଳୀରେ ଲୋକଙ୍କୁ ଟାର୍ଗେଟ କରୁଛନ୍ତି। ତେବେ ସାଇବର ଲୁଟେରାମାନେ ଚଳିତ ବର୍ଷ ରାଜ୍ୟର ବିଭିନ୍ନ ସ୍ଥାନରୁ ମୋଟ ୧୨ କୋଟି ୯୬ ଲକ୍ଷ ୩୫ ହଜାର ୭୮୧ ଟଙ୍କା ଲୁଟିଛନ୍ତି। ଭୁବନେଶ୍ବର ଡିସିପି ପ୍ରତୀକ ସିଂହ ଗଣମାଧ୍ୟମର ପ୍ରତିନିଧିଙ୍କୁ ଏହି ସୂଚନା ଦେଇଛନ୍ତି।

ସାଇବର ସେଲ୍‌ ପକ୍ଷରୁ ଠକେଇର ବାର୍ଷିକ ରିପୋର୍ଟ ପ୍ରଦାନ କରିବା ଅବସରରେ ଡିସିପି ଶ୍ରୀ ସିଂହ କହିଛନ୍ତି ଯେ, ଲୁଟ୍‌ ହୋଇଥିବା ଟଙ୍କାରୁ ୧ କୋଟି ୨୩ ଲକ୍ଷ ୨ ହଜାର ୮୦୪ ଫେରିଛି। କିନ୍ତୁ ୧ କୋଟି ୪୬ ଲକ୍ଷ ଟଙ୍କା ୨ ହଜାର ୩୧୯ ଟଙ୍କା ବ୍ଲକ ହୋଇରହିଛି। ମୋଟ୍‌ ୫୩ଟି ମାମଲାରୁ ୨୭ଟିରେ ତଦନ୍ତ ସଫଳ ହୋଇଛି। ସାଇବର ଠକେଇ ଅଭିଯୋଗରେ ୩୮ ଜଣ ଅଭିଯୁକ୍ତ ଗିରଫ ହୋଇଛନ୍ତି। ବିହାର, କୋଲକାତା, ଝାଡ଼ଖଣ୍ଡ ଓ ଛତିଶଗଡ଼ରୁ ଅଧିକ ଠକେଇ କଲ୍ ଆସିଥିବା ଜଣାଯାଇଛି।

ସାଇବର ଲୁଟେରାମାନେ ବିଭିନ୍ନ ରକମର ଥୋପ ଲଗାଇ ଲୁଟିଛନ୍ତି। କେତେବେଳେ କ୍ରେଡିଟ କାର୍ଡ ତ ପୁଣି କେତେବେଳେ ଲୋନ୍ ଆପ୍‌, ନ୍ୟୁଡ କଲ ଏବଂ ଫେକ୍ କଲ ମାଧ୍ୟମରେ ଲୁଟିଛନ୍ତି। ସେହିପରି କ୍ରେଡିଟ କାର୍ଡ, ବୀମା, ବୁଦ୍ୟତ ବିଲ୍‌ ପୈଠ, ଅନ୍‌ଲାଇନ୍‌ ସପିଂ, ଟ୍ରାଭେଲ ଟିକେଟ୍‌ ଠକେଇ ଆଦି ମାମଲାରେ ମୋଟ୍‌ ୩୮୧୧ଟି ଅଭିଯୋଗ ହୋଇଛି। ଏଥିରେ ୩୨୪୬ଟି ଆର୍ଥିକ ଠକେଇ ସାମିଲ ରହିଛି। ସେହିପରି ସୋସିଆଲ ମିଡିଆ ମାଧ୍ୟମରେ ୫୬୫ଟି ଫ୍ରଡ କଲ୍‌ ରହିଛି ବୋଲି ଡିସିପି କହିଛନ୍ତି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ତିର୍ତୋଲ ଅବକାରୀ ଥାନା ଅଧିକାରୀଙ୍କ ବଡ ସଫଳତା, ନକଲିମଦ ଜବତ ସାଙ୍ଗକୁ,ଜଣେ ଗିରଫ

Sunil Chandra Nayak

ମାମୁଁ ଘରେ ଭାଣିଜୀ ମୃତ;କାରଣ ଅସ୍ପଷ୍ଟ; ପୋଲିସର ତନାଘନା ଜାରି

masiha

କୁମ୍ବିଂ ଅପରେସନ ବେଳେ ଲ୍ୟାଣ୍ଡମାଇନ ବିସ୍ଫୋରଣ: ଦୁଇ ଏସଓଜି ଯବାନ ଗୁରୁତର

masiha

Leave a Comment

error: Content is protected !!