ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଦ୍ଯୁତ ତାର ସ୍ପର୍ଶରେ ମହିଳା ମୃତ

ମୟୂରଭଞ୍ଜ – ୧/୦୮ ( ମସିହା)ମୟୂରଭଞ୍ଜ ଜିଲ୍ଲାର ସିମାନ୍ତ ତିରିଂ ଥାନା ଅନ୍ତର୍ଗତ ନୂଆଗାଁ – ଵେଗନାଡିହି ଗାଁର ସହଦେବ ମହାନ୍ତଙ୍କ ପତ୍ନୀ ଛବିରାଣୀ ମହାନ୍ତ(୩୦) ପୂର୍ବାହ୍ନ ୯ ଘଟିକା ସମୟରେ ଗାଧୋଇ ବାହାରେ ଓଦା ଲୁଗା ଶୁଖାଉଥିଲେ ।ସେହି ପାଖାପାଖି ଵିଦ୍ଯୁତ ତାର ଯାଇଛି । ହଠାତ୍ ଆକାଶରେ ବିଜୁଳି ଚଡ଼କ ମାରିଥିଲା ।ଭୟରେ ଓଦା ଲୁଗା ଗୁଡିକ ଶୁଖାଇ ବା ସମୟରେ ଅସାବଧାନତା ଯୋଗୁଁ ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଯିବା ଫଳରେ ସେ ସେଠାରେ ପଡି ଯାଇଥିଲେ ।ତାଙ୍କୁ ରାଇରଙ୍ଗପୁର ହସ୍ପିଟାଲ ଅଣା ଯାଇଥିଲା । ଡାକ୍ତର ମୃତ ଘୋଷଣା କରିଥିଲେ । ତିରିଂଥାନାର ପୋଲିସ ପହଞ୍ଚି ତଦନ୍ତ କରିବା ସହ ଏକ ଅପମୃତ୍ୟୁ ମାମଲା କେଶ ନମ୍ବର ୧୨/୨୩ ରୁଜୁ କରି ଶବ ବ୍ୟବଚ୍ଛେଦ କରାଇ ପରିବାର ବର୍ଗଙ୍କୁ ହସ୍ତାନ୍ତର କରିଛି ।ମା’ର କୁ ହରାଇ ଛୋଟ ଛୁଆ ଦୁଇଟି ଦୁଃଖରେ ଭାଙ୍ଗି ପଡ଼ିବା ସହ ପରିବାର ବର୍ଗ ହତାଶ ହୋଇ ପଡିଛନ୍ତି ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

କାମାକ୍ଷାନଗରରେ ବିଦେଶୀ ମଦ ଦୋକାନ ଅନ୍ୟତ୍ର ଉଠାଇବା ଦାବିରେ ରେକୁଳା ଗ୍ରାମବାସୀ ଉପଜିଲ୍ଲାପାଳଙ୍କୁ ଦେଲେ ଦାବିପତ୍ର

ଚନ୍ଦାହାଣ୍ଡି ଠାରେ ଶ୍ରୀ ହରିକଥା ପରାୟଣ ଉଦଯାପିତ     

Sunil Chandra Nayak

ବାସନ୍ତୀ ସ୍ବାଇଁଙ୍କ କବିତା ସଙ୍କଳନ ଗୀତିଧାରା ଲୋକାର୍ପିତ

Sunil Chandra Nayak

Leave a Comment

error: Content is protected !!