ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜୁନାଗଡ଼ରେ ମାଁ ଠାକୁରାଣୀଙ୍କ ଝାମୁ ଯାତ୍ରା ସମ୍ପନ୍ନ, ଝାଞ୍ଜି ମଡ଼ା ଦର୍ଶନ ପାଇଁ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ

ଜୁନାଗଡ଼ରେ ମାଁ ଠାକୁରାଣୀଙ୍କ ଝାମୁ ଯାତ୍ରା ସମ୍ପନ୍ନ, ଝାଞ୍ଜି ମଡ଼ା ଦର୍ଶନ ପାଇଁ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ

ଜୁନାଗଡ଼୧୧/୧୦:(ମନୀ ସ) କଳାହାଣ୍ଡି ଜିଲ୍ଲାର ଜୁନାଗଡ଼ ସହରରେ ମାଁ ଠାକୁରାଣୀଙ୍କ ଝାମୁ ଯାତ୍ରା ଭକ୍ତିମୟ ପରିବେଶରେ ପାଳିତ ହୋଇଯାଇଛି। ଏହି ଅବସରରେ ମାଁଙ୍କ ଦର୍ଶନ ପାଇଁ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିବା ବେଳେ ସମଗ୍ର ଅଞ୍ଚଳ ଭକ୍ତିମୟ ହୋଇଉଠିଥିଲା।ଗତ ୭ ଅକ୍ଟୋବର ଅପରାହ୍ନ ୪ଟାରେ ମାଁ ଠାକୁରାଣୀଙ୍କ ପୀଠରୁ କଳସ ଯାତ୍ରା ଆରମ୍ଭ ହୋଇ ହାତୀ ନଦୀ ପର୍ଯ୍ୟନ୍ତ ଯାଇଥିଲା। ସେଠାରେ ବିଧିବିଧାନ ଅନୁଯାୟୀ ପୂଜାର୍ଚ୍ଚନା କରାଯିବା ପରେ ବାଲି ଆଣି ଶୋଭାଯାତ୍ରା ମାଧ୍ୟମରେ ମାଁଙ୍କ ମନ୍ଦିରକୁ ଫେରାଯାଇଥିଲା। ମନ୍ଦିରରେ ପହଞ୍ଚିବା ପରେ ସମସ୍ତ ଦେବାଦେବୀଙ୍କୁ ଆହ୍ୱାନ କରି ପୂଜାର୍ଚ୍ଚନା କରାଯାଇଥିଲା।

ପରବର୍ତ୍ତୀ ଦିନଗୁଡ଼ିକରେ ସକାଳ ଓ ସନ୍ଧ୍ୟାରେ ବୈଦିକ ରୀତିନୀତି ଅନୁସାରେ ପୂଜା କରାଯାଇଥିଲା। ଏହି ସମୟରେ ବିଭିନ୍ନ ଶ୍ରଦ୍ଧାଳୁ ନିଜର ମାନସିକ ପୂରଣ ପାଇଁ ମାଁଙ୍କ ଦର୍ଶନ କରିବାକୁ ଆସିଥିଲେ।ରବିବାର ୧୧ ଅକ୍ଟୋବର ଅପରାହ୍ନ ୪ଟା ୩୦ରେ ଦେବତାମାନଙ୍କ ଦ୍ୱାରା ପାରମ୍ପରିକ ଝାଞ୍ଜି ମଡ଼ା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ବିଶେଷ ଧାର୍ମିକ ରୀତିନୀତି ଓ ମାଁଙ୍କ ଦର୍ଶନ ପାଇଁ ହଜାର ହଜାର ଭକ୍ତଙ୍କ ଭିଡ଼ ଜମିଥିଲା। କାର୍ଯ୍ୟକ୍ରମରେ ଜୁନାଗଡ଼ ବିଧାୟକ ଶ୍ରୀ ଦିବ୍ୟ ଶଙ୍କର ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉପସ୍ଥିତ ଶ୍ରଦ୍ଧାଳୁଙ୍କୁ ଉଦ୍‌ବୋଧନ ଦେଇଥିଲେ।ଯାତ୍ରା ଅବସରରେ ଭକ୍ତମାନଙ୍କ ମନୋରଞ୍ଜନ ପାଇଁ ନାଟକ ପରିବେଷଣର ମଧ୍ୟ ଆୟୋଜନ କରାଯାଇଥିଲା। କମିଟି ସଦସ୍ୟମାନଙ୍କ ଅକ୍ଲାନ୍ତ ପରିଶ୍ରମ ଯୋଗୁଁ ସମଗ୍ର କାର୍ଯ୍ୟକ୍ରମ ଶାନ୍ତିଶୃଙ୍ଖଳାର ସହ ସମ୍ପନ୍ନ ହୋଇଥିଲା।ଯାତ୍ରା ପରିଚାଳନା କମିଟି: ମାଁ ଠାକୁରାଣୀ ଝାମୁ ଯାତ୍ରା ପାଳନ କମିଟି, ଜୁନାଗଡ଼ର ସଭାପତି ଶ୍ରୀ ସୂର୍ଯ୍ୟନାରାୟଣ ଠାକୁର, ଉପଦେଷ୍ଟା ଶ୍ରୀ ଉପେନ୍ଦ୍ର କୁମାର ପଣ୍ଡା ଓ ସମ୍ପାଦକ ଶ୍ରୀ ମନୋଜ ନାଏକଙ୍କ ସହ ଜିଲ୍ଲା କାର୍ଯ୍ୟକାରୀ ସଦସ୍ୟ ଶ୍ରୀ ସୁଶାନ୍ତ ନାଏକ, ଯୋଗୀନ୍ଦ୍ର ପୁଝାରୀ, ବିଜୟ ଶର୍ମା, ବେଣୁଧର ନାଏକ, ଦେବାଶିଷ ପୁରୋହିତ, ପ୍ରିୟବ୍ରତ ମିଶ୍ର, କିରଣ ବିଶି, ଅକ୍ଷୟ କୁମାର ମୁଣ୍ଡ, କୁନା ପଣ୍ଡା, ଗଙ୍ଗାଧର ଦାସ, ରମେଶ ରାଉତଙ୍କ ସମେତ ସମସ୍ତ ସଭ୍ୟ ଯାତ୍ରାର ସଫଳ ଆୟୋଜନରେ ସହଯୋଗ କରିଥିଲେ।

ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ଗାଁକୁ ଫେରିଲା ଦାଦନ ଶ୍ରମିକର ଶବ, ଶୋକାକୁଳ ପରିବେଶ ସୃଷ୍ଟି

masiha

ଶିକ୍ଷକ ଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା। ଭାବ ବିହ୍ଵଳ ହେଲେ ଛାତ୍ରଛାତ୍ରୀ….

masiha

ଜୁନାଗଡ଼ ଜାରିଙ୍ଗ ନିକଟରେ ସ୍କୁଟି ଓ କାର ମୁହଁ ମୁହିଁ ଧକ୍କା ,ଘଟଣା ସ୍ଥଳରେ ସ୍କୁଟି ଅରୋହି ମୃତ 

masiha

Leave a Comment

error: Content is protected !!