ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗୋଲାମୁଣ୍ଡା ରେ କୁରାଲ ପୂଜା ଅନୁଷ୍ଠିତ 

ଗୋଲାମୁଣ୍ଡା ରେ କୁରାଲ ପୂଜା ଅନୁଷ୍ଠିତ 

ଜୁନାଗଡ଼ ( ମ ନି ସ): କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ସ୍ଥିତ ଜଗନ୍ନାଥ ମନ୍ଦିର ପରିସରରେ ମହାଆଡ଼ମ୍ବରରେ ରୀତିନୀତି ଅନୁଯାୟୀ କୁରାଳ ପଞ୍ଚମୀ ପୂଜା ଅନୁଷ୍ଠିତ ହୋଇଛି । କଳସ ଯାତ୍ରା ସମୟରେ ଶତାଧିକ ମହିଲା ସାମିଲ ହୋଇ ହୁଲ , ହୁଳି ହରିବୋଲ ଶଙ୍ଖ ଘଣ୍ଟ ନାଦରେ ପୋଖରୀ ତୁଠରୁ ପୂଜକଙ୍କ ମନ୍ତ୍ରପାଠ ପରେ ପାଣି ଉଠାଇ ପୂଜା ମଣ୍ଡପରେ ସ୍ଥାପନ ପରେ ପୂଜା କାର୍ଯ୍ୟ ଆରମ୍ଭ ହୋଇଥିଲା। ମହାପ୍ରଭୁ ବ୍ରହ୍ମା,ଲକ୍ଷ୍ମୀନାରାୟଣ ,ଶିବ,ଗଣେଶ ମୂର୍ତ୍ତି ସହ ସମାଜର କୁଲଦେବତା ରୁଦ୍ରପାଳ , ରତ୍ନେଶ୍ୱରୀ ଏବଂ ସୁଦର୍ଶନ ଚକ୍ରର ମୂର୍ତ୍ତି ସ୍ଥାପନ କରାଯାଇଛି । ଏହି ପୂଜା ଗତ ୨୪ ତାରିଖରେ ଆରମ୍ଭ ହୋଇ ୨୭ ତାରିଖରେ ଶେଷ ହେବ ବୋଲି କମିଟି ପକ୍ଷରୁ ପ୍ରକାଶ ପାଇଛି। ଦୂର୍ଗେଶ୍ୱର ରଣା ସଭାପତି କାର୍ଯ୍ୟ ନିର୍ବାହ କରିଥିବା ବେଳେ ସମ୍ପାଦକ ଭାବରେ କୁମର ରଣା ତୁଲାଇଥିଲେ।ଶୁକଦେବ ମୁଣ୍ଡ ପୂଜକ କାର୍ଯ୍ୟ ସମ୍ପାଦନ କରୁଥିବା ବେଳେ ସୁଦୂର ରାଜ୍ୟ ଛତିଶଗଡର ଡିଙ୍ଗର ପାଣ୍ଡେ ପୁରାଣ ପାଠକ ରୂପେ ଯୋଗ ଦେଇଛନ୍ତି। ଏହି ପୂଜାରେ ଘନଶ୍ୟାମ ରଣା ଏବଂ ତାଙ୍କ ଧର୍ମପତ୍ନୀ ଗୌରୀ ରଣା କର୍ତ୍ତା କାର୍ଯ୍ୟ ତୁଲାଇଥିଲେ ବେଳେ ଯୁବଗୋଷ୍ଠୀ ଏବଂ ଗ୍ରାମବାସୀ ସହଯୋଗ କରିଥିଲେ ।

ଜଗ ମୋହନ ସା ଙ୍କ ରିପୋର୍ଟ୍ 

Related posts

ଖାଉଟି କାର୍ଡ ବଣ୍ଟନରେ ଅନିୟମିତତା, ହିତାଧିକାରୀଙ୍କ ଠାରୁ ୫୦ ଟଙ୍କା ଆଦାୟ ଅଭିଯୋଗରେ ବିରିକୋଟ ଓ ବଡ଼ଛତରଙ୍ଗ ପଞ୍ଚାୟତର ହିତାଧିକାରୀଙ୍କ ମଧ୍ୟରେ ଅସନ୍ତୋଷ ତଦନ୍ତ ପାଇଁ ଦାବି

ନନ୍ଦାହାଣ୍ଡି ବ୍ଲକରେ ଜିଲ୍ଲାପାଳଙ୍କ କ୍ଷେତ୍ର ପରିଦର୍ଶନ : ପ୍ରଶାସନିକ କାର୍ଯ୍ୟ, ଉନ୍ନୟନମୂଳକ ଯୋଜନା ଓ ଜନସେବା ପ୍ରଦାନର ସମୀକ୍ଷା 

ଜିଲ୍ଲା ସ୍ତରୀୟ ଲୋକ ମହୋତ୍ସବ” ମଣ୍ଡେଇ- ୨୦୨୪ “ପାଳନ ଉପଲକ୍ଷେ ଚିତ୍ରାଙ୍କନ ( ୱାଲ୍ ପେଣ୍ଟିଂ)ପ୍ରତିଯୋଗିତା 

masiha

Leave a Comment

error: Content is protected !!