ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗୋଲାମୁଣ୍ଡା ରେ କୁରାଲ ପୂଜା ଅନୁଷ୍ଠିତ 

ଗୋଲାମୁଣ୍ଡା ରେ କୁରାଲ ପୂଜା ଅନୁଷ୍ଠିତ 

ଜୁନାଗଡ଼ ( ମ ନି ସ): କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ସ୍ଥିତ ଜଗନ୍ନାଥ ମନ୍ଦିର ପରିସରରେ ମହାଆଡ଼ମ୍ବରରେ ରୀତିନୀତି ଅନୁଯାୟୀ କୁରାଳ ପଞ୍ଚମୀ ପୂଜା ଅନୁଷ୍ଠିତ ହୋଇଛି । କଳସ ଯାତ୍ରା ସମୟରେ ଶତାଧିକ ମହିଲା ସାମିଲ ହୋଇ ହୁଲ , ହୁଳି ହରିବୋଲ ଶଙ୍ଖ ଘଣ୍ଟ ନାଦରେ ପୋଖରୀ ତୁଠରୁ ପୂଜକଙ୍କ ମନ୍ତ୍ରପାଠ ପରେ ପାଣି ଉଠାଇ ପୂଜା ମଣ୍ଡପରେ ସ୍ଥାପନ ପରେ ପୂଜା କାର୍ଯ୍ୟ ଆରମ୍ଭ ହୋଇଥିଲା। ମହାପ୍ରଭୁ ବ୍ରହ୍ମା,ଲକ୍ଷ୍ମୀନାରାୟଣ ,ଶିବ,ଗଣେଶ ମୂର୍ତ୍ତି ସହ ସମାଜର କୁଲଦେବତା ରୁଦ୍ରପାଳ , ରତ୍ନେଶ୍ୱରୀ ଏବଂ ସୁଦର୍ଶନ ଚକ୍ରର ମୂର୍ତ୍ତି ସ୍ଥାପନ କରାଯାଇଛି । ଏହି ପୂଜା ଗତ ୨୪ ତାରିଖରେ ଆରମ୍ଭ ହୋଇ ୨୭ ତାରିଖରେ ଶେଷ ହେବ ବୋଲି କମିଟି ପକ୍ଷରୁ ପ୍ରକାଶ ପାଇଛି। ଦୂର୍ଗେଶ୍ୱର ରଣା ସଭାପତି କାର୍ଯ୍ୟ ନିର୍ବାହ କରିଥିବା ବେଳେ ସମ୍ପାଦକ ଭାବରେ କୁମର ରଣା ତୁଲାଇଥିଲେ।ଶୁକଦେବ ମୁଣ୍ଡ ପୂଜକ କାର୍ଯ୍ୟ ସମ୍ପାଦନ କରୁଥିବା ବେଳେ ସୁଦୂର ରାଜ୍ୟ ଛତିଶଗଡର ଡିଙ୍ଗର ପାଣ୍ଡେ ପୁରାଣ ପାଠକ ରୂପେ ଯୋଗ ଦେଇଛନ୍ତି। ଏହି ପୂଜାରେ ଘନଶ୍ୟାମ ରଣା ଏବଂ ତାଙ୍କ ଧର୍ମପତ୍ନୀ ଗୌରୀ ରଣା କର୍ତ୍ତା କାର୍ଯ୍ୟ ତୁଲାଇଥିଲେ ବେଳେ ଯୁବଗୋଷ୍ଠୀ ଏବଂ ଗ୍ରାମବାସୀ ସହଯୋଗ କରିଥିଲେ ।

ଜଗ ମୋହନ ସା ଙ୍କ ରିପୋର୍ଟ୍ 

Related posts

କଳିଙ୍ଗନଗର ଠାରେ ୧ ଲକ୍ଷ ୧୫ ହଜାର କୋଟି ଟଙ୍କାର ଶିଳ୍ପ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଓ ଶୁଭ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

masiha

ଗୋରୁମହିଷାଣୀ ଯୁକ୍ତ ୨ ଆଇରନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଏଡ୍ସ,ସିକିଲ ସେଲ,ହେପାଟାଇଟସ୍ – ବି ଏବଂ ବିଭିନ୍ନ ରୋଗ ସମ୍ବନ୍ଧୀୟ ସଚେତନା କାର୍ଯ୍ୟକ୍ରମ

Sunil Chandra Nayak

ଶିକ୍ଷକ ବୈକୁଣ୍ଠ ବେମାଲ ଙ୍କୁ OUWJ ଦ୍ଵାରା ଶିକ୍ଷା ସମ୍ମାନ-୨୦୨୪ ରେ ସମ୍ମାନୀତ 

masiha

Leave a Comment

error: Content is protected !!