ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଖବର ସଂଗ୍ରହ ବେଳେ ପୂର୍ବତନ ସରପଞ୍ଚ ଓ ତାଙ୍କ ଭାଇଙ୍କ ଦ୍ୱାରା ସାମ୍ବାଦିକଙ୍କୁ ମରଣାନ୍ତକ ଆକ୍ରମଣ,ଥାନାରେ ଅଭିଯୋଗ 

ଖବର ସଂଗ୍ରହ ବେଳେ ପୂର୍ବତନ ସରପଞ୍ଚ ଓ ତାଙ୍କ ଭାଇଙ୍କ ଦ୍ୱାରା ସାମ୍ବାଦିକଙ୍କୁ ମରଣାନ୍ତକ ଆକ୍ରମଣ,ଥାନାରେ ଅଭିଯୋଗ 

ଜଳେଶ୍ଵର, ୨୩/୪ (ମନିସ) ଖବର ସଂଗ୍ରହ ବେଳେ ପୂର୍ବତନ ସରପଞ୍ଚ ଓ ତାଙ୍କ ଭାଇଙ୍କ ଦ୍ୱାରା ସାମ୍ବାଦିକଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା ସ୍ଥାନୀୟ ଅଞ୍ଚଳରେ ମୁଖ୍ୟ ଆଲୋଚ୍ୟ ବିଷୟ ହୋଇଛି। ସୁଚନା ଅନୁଯାୟୀ ନାମ୍ପୋ ଫାଣ୍ଡି ଅନ୍ତର୍ଗତ କାଶୀଡିହା ଛକରେ ଗତ କାଲି ଅପରାହ୍ନରେ ଏକ ମାଲବାହୀ ପିକଅପ୍ ଗାଡି ଯାହାର ନଂ ଡବ୍ଲ୍ୟୁବି-୪୯–୨୯୩୧ରେ ପାଖାପାଖି ୫୦ଜଣ ଶ୍ରମିକ ବୋଝେଇ ହୋଇ ଯାଉଥିବା ସମୟରେ ଉକ୍ତ ଗାଡିଟି କାଶୀଡିହା ଛକରେ ଅଟକିଥିଲା। ତାହା ଦେଖି କାଶୀଡିହା ଗ୍ରାମର ସାମ୍ବାଦିକ ରାମକୃଷ୍ଣ ନାୟକ ଏହି ଘଟଣାକୁ ନିୟୁଜର ଏକ ଅଂଶ ଭାବି କ୍ୟାମେରାରେ ରେକଡିଙ୍ଗ କରି ଉକ୍ତ ଗାଡିର ଡ୍ରାଇଭରକୁ ଏପରି ବିପଦ ସଂଙ୍କୁଳ ଭାବେ ଶ୍ରମିକ ମାନଙ୍କୁ କାହିଁକି ବୋଝେଇ କରି ନେଉଛ ବୋଲି ପଚାରିବାରୁ ଉକ୍ତ ଗାଡିର ଡ଼୍ରାଇଭର ଶ୍ରୀ ନାୟକଙ୍କୁ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିଥିଲେ । ସେ ଉକ୍ତ ସ୍ଥାନରେ ଛିଡା ହୋଇଥିବା ସମୟରେ ପାଖାପାଖି ୧୦ ମିନିଟ୍ ମଧ୍ଯରେ ଉକ୍ତ ସ୍ଥାନକୁ ସୁଗୋ ପଞ୍ଚାୟତର ପୂର୍ବତନ ସରପଞ୍ଚ ଓ ତାଙ୍କର ସାନ ଭାଇ ଆସି ସମ୍ପୃକ୍ତ ସାମ୍ବାଦିକଙ୍କୁ ଅଶ୍ରାବ୍ୟ ଭାଷାରେ ଇତ୍ୟାଦି ଗାଳି ଦେବା ସହିତ ତାଙ୍କ କଲର ଧରି କାନ୍ଧରେ ଥିବା ବ୍ୟାଗକୁ ଟାଣି ରାସ୍ତା ଉପରକୁ ଫୋପାଡି ଦେବା ସହିତ ଗାଲରେ ଏକ ଶକ୍ତ ଚାପୁଡା ମାରିଥିଲେ। ଦୁଇ ଭାଇ ମିଶି ସାମ୍ବାଦିକଙ୍କୁ ରାସ୍ତା ଉପରେ ନିସ୍ତୁକ ମାଡ ମାରି ଚାଲିଥିବା ସମୟରେ ରାସ୍ତାରେ ଯାଉଥିବା ଲୋକ ଓ ଆଖପାଖ ଲୋକମାନେ ଘଟଣାସ୍ଥଳକୁ ଆସି ସେମାନଙ୍କ କବଳରୁ ତାଙ୍କୁ ଉଦ୍ଧାର କରିଥିଲେ।ଉକ୍ତ ଘଟଣା ସମ୍ପର୍କରେ ଗତ କାଲି ରାତିରେ ଜଳେଶ୍ୱର ଥାନାରେ ଏକ ଏତଲା ପ୍ରଦାନ କରା ଯିବା ସହିତ ଘଟଣାର ତଦନ୍ତ କରି ଦୋଷୀମାନଙ୍କ ବିରୁଦ୍ଧରେ ଦୃଢ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହିତ ସେମାନଙ୍କୁ ଗିରଫ କରିବାକୁ ସାମ୍ବାଦିକ ଶ୍ରୀ ନାୟକ ଦାବି କରିଛନ୍ତି । ଅପର ପକ୍ଷରେ ଆଜି ଜଳେଶ୍ଵର ଅଞ୍ଚଳର କେତେକ ବରିଷ୍ଠ ସାମ୍ବାଦିକ ଘଟଣାକୁ ନେଇ ଉଦବେଗ ପ୍ରକାଶ କରିବା ସହିତ ଜଳେଶ୍ଵର ଥାନା ଆଇ ଆଇ ସି ଅଶୋକ କୁମାର ବାରିକଙ୍କୁ ସାକ୍ଷାତ କରି ଦୋଷୀ ମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ନିବେଦନ କରିଛନ୍ତି।

Related posts

ଆମଗୁଡା ବଜାର ନିକଟରେ ବେଆଇନ ମଦ କାରବାର, ଚେଇଁ ଶୋଇଛି ଅବକାରୀ ବିଭାଗ 

masiha

ସ୍ପଷ୍ଟ ଦିବାଲୋକରେ ଯୁବକଙ୍କ ଗଳା କାଟି ହତ୍ୟା ପରେ ଉତ୍ତେଜନା ବୃଦ୍ଧି

Sunil Chandra Nayak

ନିଜ ଲୁଙ୍ଗି ଲଗାଇ ପାଗଳ ବ୍ୟକ୍ତି ଜଣକ ଗଛ ଉପରେ ଝୁଲି ଆତ୍ମହତ୍ୟା 

masiha

Leave a Comment

error: Content is protected !!