ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଭିଜିଲାନ୍ସ ଜାଲରେ ଡାବୁଗାଁ ଥାନା ପୋଲିସ ଏଏସଆଇ 

ଭିଜିଲାନ୍ସ ଜାଲରେ ଡାବୁଗାଁ ଥାନା ପୋଲିସ ଏଏସଆଇ 

ଡାବୁଗାଁ, ୨/୩ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ଥାନା ଏଏସଆଇ ସିମାଞ୍ଚଳ ମହାରଣା ଲାଞ୍ଚ ନେଉଥିବା ବେଳେ ଶନିବାର ଭିଜିଲାନ୍ସ ଟିମ ଗିରଫ କରିଛି | ସୂଚନାଯୋଗ୍ୟ:- ଡାବୁଗାଁ ଥାନା ଅଧିନ ରାଉଲିଗୁଡା ଗ୍ରାମର ମକରନ୍ଦ ଜାନୀ ୮. ୨. ୨୪ ଦିନ ରାତ୍ରି ପ୍ରାୟ ୭ ଘ. ସମୟରେ ଘରୁ ବାହାରି ରାସ୍ତାରେ ଚାଲିଚାଲି ନାଟ ଦେଖିବାକୁ ଯାଉଥିଲେ | ସେହି ସମୟରେ ସେହି ଗ୍ରାମର ପଦୁସିଂ ଜାନୀ ମୋଟରସାଇକେଲ ନଂ ଓଡି ୨୪ ଡି ୭୧୩୫ ଯୋଗେ ଆସି ପଛପଟୁ ଧକ୍କା ଦେଇଥିଲା | ପ୍ରତିବାଦ କରିବାରୁ ପଦୁସିଂ ଅସଭ୍ୟ ଭାଷାରେ ଗାଳିଗୁଲଜ କରି ଜୀବନରେ ମାରିଦେବାକୁ ଧମକ ଦେଇ ଏକ ଲୁହ ରଡ ଆଣି ମକରନ୍ଦ ଙ୍କ ମୁଣ୍ଡରେ ମାଡ ରାଇବାରୁ ମୁଣ୍ଡ ଫାଟି ଯାଇଥିଲା | ସେହି ସମୟରେ ମକରନ୍ଦଙ୍କ ଭାଇ ଓ ଭାଉଜ ଦେଖି ପଦୁ ସିଂ କୁ ଅଟକାଇବାରୁ ତାଙ୍କୁ ମଧ୍ୟ ଗାଳିଗୁଲଜ କରି ମାଡ କରିଥିଲା | ଏନେଇ ମକରନ୍ଦ ୯.୨.୨୪ ଦିନ ପଦୁସିଂ ଜାନୀ ଙ୍କ ନାମରେ ଡାବୁଗାଁ ଥାନାରେ ଏତଲା ଦେଇଥିଲେ | ଉକ୍ତ ଏତଲାକୁ ଭିତ୍ତି କରି ଥାନା କେସ ନଂ ୩୩ /୨୪ରେ ଏକ ମାମଲା ରୁଜୁ କରାଯାଇଥିଲା | ପରେ ପଦୁସିଂ ଜାନୀ ମଧ୍ୟ ମକରନ୍ଦ ଙ୍କ ନାମରେ ପାଲଟା ଅଭିଯୋଗ କରିଥିଲେ | ୮/୨/୨୪ ଦିନ ରାତ୍ରି ପ୍ରାୟ ୭ ଘ. ସମୟରେ ମୋଟାରସାଇକେଲ ଯୋଗେ ଘରକୁ ଆସୁଥିବା ବେଳେ ଗ୍ରାମର ମକରନ୍ଦ ଜାନୀ ପୂର୍ବ ଶତ୍ରୁତା ରଖି ଏକ ଲୁହା ରଡ ଧରି ଆକ୍ରମଣ କରି ମାଡ ମାରିଥିଲା | ଏନେଇ ପଦୁସିଂ ଜାନୀ ମକରନ୍ଦ ଜାନୀ ଓ ତାଙ୍କ ସ୍ତ୍ରୀ ଫନି ଜାନୀ ଙ୍କ ନାମରେ ଏତଲା ଦେଇଥିଲେ | ଉକ୍ତ ଏତଲାକୁ ଭିତ୍ତି କରି ଥାନା କେସ ନଂ ୩୪/୨୪ ରେ ଏକ ମାମଲା ରୁଜୁ କରଯାଇଥିଲା | ଉକ୍ତ ୨ ଟି ମାମଲା କୁ ଏଏସଆଇ ସିମାଞ୍ଚଳ ମହାରଣା ତଦନ୍ତ କରୁଥିଲେ | ଏହି ମାମଲାରୁ ମକରନ୍ଦ ଙ୍କ ସ୍ତ୍ରୀ ଙ୍କ ନାମ କାଟି ଦେବା ପାଇଁ ୫୦୦୦ ଟଙ୍କା ଲାଞ୍ଚ ମାଗିଥିଲେ | ଏନେଇ ମକରନ୍ଦ ଦୁର୍ନୀତି ନିବାରଣ ବିଭାଗ ଙ୍କ ନିକଟରେ ଅଭିଯୋଗ କରିଥିଲେ | ଦୁର୍ନୀତି ନିବାରଣ ବିଭାଗ ତାଙ୍କ ଅଭିଯୋଗ ଗ୍ରହଣ କରିଥିଲେ | ଶନିବାର ମଧ୍ୟାନ୍ନ ୧୨. ୧୫ ସମୟରେ ମକରନ୍ଦ ଏଏସଆଇ ଙ୍କୁ ୫ ହଜାର ଟଙ୍କା ଦେଇଥିଲେ | ଏହାପରେ ଭିଇଲାନ୍ସ ଟିମ ଏଏସଆଇ ସିମାଞ୍ଚଳ ମହାରଣା ଙ୍କୁ ରିବା ପାଇଁ ପହଞ୍ଚିଥିଲେ | ଭିଜିଲାନ୍ସ ଅଧିକାରୀ ମାନଙ୍କୁ ଦେଖି ଏଏସଆଇ ଜଣଙ୍କ ଲାଞ୍ଚ ନେଇଥିବା ଟଙ୍କା କୁ ଥାନାର ମାଲଖାନା ଭିତରକୁ ଫୋପାଡି ଦେଇଥିଲେ | ପରେ ଭିଜିଲାନ୍ସ ଅଧିକାରୀ ମାନେ ଏଏସଆଇ ଙ୍କୁ ମାଡିବସିଥିଲେ ଓ ମାଲଖାନା ମଧ୍ୟରୁ ଟଙ୍କା ଜବତ କରିଥିଲେ | ଏଥିରେ ମାଲକାନଗିରି ଭିଜିଲାନ୍ସ ଡିଏସପି ସଦାନନ୍ଦ ପାଣି ଙ୍କ ନେତୃତ୍ଵରେ ନବରଙ୍ଗପୁର ଭିଜିଲାନ୍ସ ଡିଏସପି ଜୟଶ୍ରୀ ପ୍ରଧାନ, ଜୟପୁର ଭିଜିଲାନ୍ସ ଇନିସ୍ପେକ୍ଟର ସରିତା ତ୍ରିପାଠୀ ଓ ସଞ୍ଜୟ ପ୍ରଧାନ, ନବରଙ୍ଗପୁର ଭିଜିଲାନ୍ସ ଇନିସ୍ପେକ୍ଟର ଭୀମସେନ ପୂଜାରୀ ଓ ମାଲକାନଗିରି, ଜୟପୁର ଓ ନବରଙ୍ଗପୁର ଭିଜିଲାନ୍ସ ଟିମ ଚଢାଉରେ ସାମିଲଥିଲେ | ଏନେଇ କୋରାପୁଟ ଭିଜିଲାନ୍ସ ଥାନା କେସ ନଂ ୬/୧.୩.୨୪ରେ ଏକ ମାମଲା ରୁଜୁ କରାଯାଇଛି |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ଯୁଣବଳଦା ଛକ ନିକଟ ଜାତୀୟ ରାଜପଥ ପାର୍ଶ୍ବରୁ ବାଇକ ଚୋରି

masiha

ବେକରେ ଗାମୁଛା ଲଗାଇ ମହୁଲ ଗଛରେ ଝୁଲି ପଡ଼ିଲେ ଯୁବକ

masiha

ତିନୋଟି ପୁରୁଣା ଚୋରି କେଶରେ ଫେରାର ଥିବା ଆସାମୀ ଗିରଫ  

Sunil Chandra Nayak

Leave a Comment

error: Content is protected !!