ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସାଧାରଣ ନିର୍ବାଚନ -୨୦୨୪ ପ୍ରସ୍ତୁତି ପାଇଁ ଜିଲ୍ଲାସ୍ତରୀୟ ତାଲିମ୍ 

ସାଧାରଣ ନିର୍ବାଚନ -୨୦୨୪ ପ୍ରସ୍ତୁତି ପାଇଁ ଜିଲ୍ଲାସ୍ତରୀୟ ତାଲିମ୍ 

ରାୟଗଡ:ତା ସାଧାରଣ ନିର୍ବାଚନ-୨୦୨୪ ନିମନ୍ତେ ରାୟଗଡ ଜିଲା ପ୍ରଶାସନ ପକ୍ଷରୁ ବିଭିନ୍ନ ପର୍ଯ୍ୟାୟରେ ପ୍ରସ୍ତୁତି କାର୍ଯ୍ୟ ଚାଲିଛି। ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଶ୍ରୀ ମନୋଜ ସତ୍ୟବାନ ମହାଜନଙ୍କ ନିର୍ଦେଶକ୍ରମେ ମାନବ ସମ୍ବଳ ପରିଚାଳନା,ପୋଲିସ ଅଧିକାରୀ ଓ଼ ସେକ୍ଟର ଅଫିସର ମାନଙ୍କ ଦିନିକିଆ ସ୍ୱତନ୍ତ୍ର ତାଲିମ କାର୍ଯ୍ୟକ୍ରମ ସ୍ଥାନୀୟ ବିଜୁପଟନାୟକ ଆଦିଟୋରିଅମ ଠାରେ ଅନୁଷ୍ଠିତ ହୋଇଛି l ଗତ ତା ୨୯.୦୨.୨୪. ରିଖରେ ପୋଲିସ ସେକ୍ଟର ଅଫିସର ଓ କର୍ମଚାରୀଙ୍କୁ ସାଧାରଣ ନିର୍ବାଚନ ସଂକ୍ରାନ୍ତୀୟ ନ୍ୟସ୍ତ କରାଯାଇଥିବା ଦାୟିତ୍ୱ କିପରି ନିର୍ଭୁଲ ଭାବରେ ତୁଲାଇବେ ସେ ସମ୍ପର୍କରେ ତାଲିମ ଦିଆଯାଇଥିଲା । ଜିଲ୍ଲାର ଗୁଣପୁର, ବିଷମକଟକ ଓ଼ ରାୟଗଡ ବିଧାନସଭା ନିର୍ବାଚନମଣ୍ଡଳୀ ର ସୁପରିଚାଳନା ଦାୟିତ୍ୱରେ ଥିବା ସମସ୍ତ ସେକ୍ଟର ଅଫିସର ମାନଙ୍କୁ ସାଧାରଣ ନିର୍ବାଚନ ସମୟରେ ନିର୍ବାଚନ ଆୟୋଗଙ୍କ ନିୟମ ଅନୁସାରେ ଭିଭିନ୍ନ ସ୍ତରରେ କିପରି ନିଜ ନିଜର ଦାଇତ୍ୱ ସୁଚାରୁରୂପେ ତୁଲାଇବେ ସେ ସମ୍ପର୍କରେ ତାଲିମ ଆଜି ଅର୍ଥାତ ତା ୦୧.୦୩.୨୪ ରିଖରେ ଜିଲ୍ଲାପାଳ ନିଜେ ସ୍ଥାନୀୟ ସଦଭାବନା ସଭାଗୃହରେ ୧୬ଗୋଟି ନୋଡାଲ ଅଧିକାରୀ ମାନଙ୍କୁ ସମୀକ୍ଷା ଓ଼ ତାଲିମ ପ୍ରଦାନ କରି ଥିଲେ । ବିଭିନ୍ନ ରାଜନୈତିକ ଦଳ ଓ ପ୍ରାର୍ଥୀ ମାନେ ନିର୍ବାଚନ ଆୟୋଗଙ୍କ ନିୟମ ଅନୁଯାୟୀ ନିର୍ବାଚନ ସଂକ୍ରାନ୍ତୀୟ ନିଜର ଦାୟିତ୍ଵ ତୁଲାଇବା ଓ ପ୍ରସାର ପ୍ରଚାର କରିବା ପାଇଁ ପରାମର୍ଶ ଦିଆଯାଇଛି । ବିଭିନ୍ନ ରାଜନୈତିକ ଦଳ ର ପ୍ରାର୍ଥୀ ନିର୍ବାଚନ ସମୟରେ ଖବର କାଗଜ, ବୈଦ୍ୟୁତିକ ଗଣମାଧ୍ୟମରେ ନିଜର ପ୍ରସାର ପ୍ରଚାର ପାଇଁ ବିଜ୍ଞାପନ ଦେବା ପୂର୍ବରୁ ଏମ୍ ସି ଏମ୍ ସି କମିଟି ପାଖର ଆବେଦନ କରିପାରିବେ । ବିଭିନ୍ନ ପର୍ଯ୍ୟାୟରେ ଅନୁଷ୍ଠିତ ତାଲିମ ଶିବିରରେ ଜିଲାପାଳ ତଥା ଜିଲା ନିର୍ବାଚନ ଅଧିକାରୀ ଶ୍ରୀ ମହାଜନ, ଅତିରିକ୍ତ ଜିଲାପାଳ(ସାଧାରଣ)ଶ୍ରୀ ଭାସ୍କର ରଇତ, , ଜିଲାପରିଷଦ ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ଶ୍ରୀ ନିହାର ରଞ୍ଜନ କହଁର, ପିଏ ଆଇଟିଡ଼ିଏ ଦିଲ୍ଲୀପ କୁମାର ବେହେରା, ଉପଜିଲାପାଳ କଲ୍ୟାଣୀ ସଂଘମିତ୍ରା ଦେଵୀ,ଅତିରିକ୍ତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦନରେନ୍ଦ୍ର ନାୟକ, ନିର୍ବାଚନ ବିଭାଗ ଡେପୁଟି କଲେକ୍ଟର ସୂର୍ଯ୍ୟମାଣୀ ଭୋଇ,ସହରୀ ଜିଲ୍ଲାପାଳ ମୃତ୍ୟଞ୍ଜୟ ବରାଳ,ସମେତ ସମସ୍ତ ମାଷ୍ଟର ଟ୍ରେନର ତାଲିମ ପ୍ରଦାନ କରିଥିଲେ । ଏଥିରେ ଜିଲାର ସମସ୍ତ ବିଡ଼ିଓ, ତହସିଲଦାର, ପୋଲିସ ଅଧିକାରୀ ଙ୍କ ସହିତ ସାଧାରଣ ନିର୍ବାଚନ ପାଇଁ ପ୍ରସ୍ତୁତି ପରିଚାଳନା ଦାଇତ୍ୱରେ ଥିବା ସମୃକ୍ତ ଅଧିକାରୀ,କର୍ମଚାରୀ ମାନେ ଯୋଗ ଦେଇଥିଲେ ।

ରାୟଗଡ଼ା ରୁ ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଓଡ଼ିଶା ଡ଼୍ରାଇଭର ସଂଘ,ରାଇରଙ୍ଗପୁର ତରଫରୁ ଵିଭିନ୍ନ ଦାବି ନେଇ ଉପଜିଲ୍ଲାପାଳଙ୍କୁ ଲିଖିତ ଦାବିପତ୍ର

masiha

ଢେ଼ଙ୍କାନାଳ ଥିଙ୍କର୍ସ୍ ଫୋରମର ପୂଜ୍ୟପୁଜା କାର୍ଯ୍ୟକ୍ରମ

Sunil Chandra Nayak

କବି ଭରତ ଚନ୍ଦ୍ର ଦାଶଙ୍କୁ ମିଳିଲା ” ଆମ ମାଟିର ଗୀତିକବି ସମ୍ମାନ “

masiha

Leave a Comment

error: Content is protected !!