ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜୁହାର ପରିବାର ୟୁକେ ତରଫରୁ ଗରିବ ରୋଗୀ ମାନଙ୍କୁ ଆର୍ଥିକ ସହାୟତା

ନର୍ଲା (ମନିସ)କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ବଲବସପୁର ଗ୍ରାମ ନିବାସୀ ଯୋଗେଶ୍ୱର ସାହୁ(୫୦) କର୍କଟ ରୋଗରେ ଦୀର୍ଘ ଦିନ ହେଲା ଭୁବନେଶ୍ୱର ସ୍ଥିତ ସମ୍ ଅଲଟିମେଟ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ତାଙ୍କର ରହିବା ଖାଇବା ପାଇଁ ଆର୍ଥିକ ସ୍ଥିତି ଦୁର୍ବଳ ଥିଲା । ତା ପରେ ଏହି ଖବର ନର୍ଲା ବ୍ଲକର ସରିଆଁ ଗ୍ରାମର ଯୁବ ସ୍ବେଚ୍ଛାସେବୀ ମିଲନ କୁମାର ଭୋଇ ଜୁହାର ପାରିବାର ୟୁକେ ଟିମକୁ ଜଣାଇ ଥିଲେ । ଏହା ପରେ ଫେବୃଆରୀ ୮ ତାରିଖରେ ୧୦୦୦୦ ଟଙ୍କା ରହିବା ଖାଇବା ପାଇଁ ଏବଂ ମାର୍ଚ୍ଚ ୧୪ ତାରିଖ ରେ ବ୍ରେନ ଏମ ଆର ଆଇ ପାଇଁଁ ୮୦୦୦ ଟଙ୍କାର ଆର୍ଥିକ ସହାୟତା କରିଛନ୍ତି। ପୂର୍ବରୁ ମଧ୍ୟ ଜୁହାର ପରିବାର ୟୁକେ ଟିମ ସରିଆଁର କିଡନୀ ରୋଗୀ ଗୋବିନ୍ଦ ଗୌଡ଼(୧୨) ଙ୍କୁ ୧୦୦୦୦, ବ୍ରେନ ହେମରେଜ ରୋଗୀ ଅଚିନ ମାଝୀଙ୍କୁ ୫୦୦୦ ଟଙ୍କା , ସାନଗୁଣ୍ଡୁରୀ କର୍କଟ ରୋଗୀ ଅଞ୍ଜଳି ରଣାଙ୍କୁ ୧୦୦୦୦ ଟଙ୍କା, ଯମୁନାବହାଲ ର ରକ୍ତ କର୍କଟ ରୋଗୀ ହୋଲିକା ଭୋଇଙ୍କୁ ୬୦୦୦ ଟଙ୍କା , ଲାଞ୍ଜିଗଡ଼ର ରକ୍ତ କର୍କଟ ରୋଗୀ ପ୍ରଜ୍ଞାନିସି ବାଗଙ୍କୁ ୫୦୦୦ ଟଙ୍କା, ଭୁବନେଶ୍ୱର ରୋଗୀ ଆଦିତ୍ୟ ଜେନା(୬) ଙ୍କୁ ୧୦୦୦୦ ଟଙ୍କା , ଭଦ୍ରକ ଜିଲ୍ଲା ର ରୋଗୀ ସୁବୋଧ ସାହୁଙ୍କୁ ୧୦୦୦୦ ଟଙ୍କା ଏବଂ କୋଭିଡ ସମୟରେ ୧୨୦୦୦ ଟଙ୍କା ଶୁଖିଲା ଖାଦ୍ୟ ବାଣ୍ଟିବା ପାଇଁ ଆର୍ଥିକ ସହାୟତା ଦେଇଥିଲେ। ଜୁହାର ପରିବାର ୟୁକେର ମୁଖ୍ୟ ସଦସ୍ୟ ଦେବାଶିଷ ମିଶ୍ର , ଉତ୍ତମ ତ୍ରିପାଠୀ , ଅଙ୍କନ ନାଏକ ଓ ଶ୍ରୀରାମ ପଣ୍ଡାଙ୍କ ସହଯୋଗ ରେ ସମସ୍ତ ରୋଗୀ ସହାୟତା ପାଇଛନ୍ତି । ଜୁହାର ପରିବାର ୟୁକେ ନିରୀହ ରୋଗୀଙ୍କୁ ସହାୟତା କରୁଥିବା ଏପରି ମହତ କାର୍ଯ୍ୟ ପାଇଁ କଳାହାଣ୍ଡି ଜିଲ୍ଲାର ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି।

ପ୍ରଦୀପ କୁମାର ଗଉଡ ନର୍ଲା ମସୀହା ପ୍ରତିନିଧି

Related posts

ଜଙ୍ଗଲ ସୁରକ୍ଷା ପାଇଁ ସଚେତନତା ଶିବିର 

masiha

ରାଇରଙ୍ଗପୁରରେ ଅଲ୍ ଇଣ୍ଡିଆ ଡେମୋକ୍ରେଟିକ ୟୁଥ୍ ଅରଗାନାଇଜେସନ ଆନୁକୁଲ୍ୟରେ ୮ ଦଫା ଦାବି ନେଇ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ ସଭା

masiha

ମୁନିଗୁଡା ବାଇପାସ୍ ରାସ୍ତା ନିର୍ମାଣ ନେଇ ବିଭାଗୀୟ ଅଧିକାରୀଙ୍କ ସହ ବିଜେଡି ଓ ବଣିକ ସଙ୍ଘ ନେତାଙ୍କ ସହ ଆଲୋଚନା

Sunil Chandra Nayak

Leave a Comment

error: Content is protected !!