ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନାବରା ମହିଳା ମହାବିଦ୍ୟାଳୟ ଦୁର୍ନୀତି ବିରୋଧରେ ସାମ୍ବାଦିକ ସମ୍ମିଳନୀ

ନାବରା ମହିଳା ମହାବିଦ୍ୟାଳୟ ଦୁର୍ନୀତି ବିରୋଧରେ ସାମ୍ବାଦିକ ସମ୍ମିଳନୀ

ବସ୍ତା,୧୮/୧୨: ବସ୍ତା ବ୍ଲକ୍ ନାବରା ପଞ୍ଚାୟତ ନାବରା ମହିଳା ମହା ବିଦ୍ୟାଳୟ ଦୁର୍ନୀତି ବିରୋଧରେ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ। ନାବରା ମହିଳା ମହାବିଦ୍ୟାଳୟ କାର୍ଯ୍ୟରତ ଅଧକ୍ଷ ଅଜୟ କୁମାର ପ୍ରଧାନ ମନମୁଖୀ ଭାବେ କାର୍ଯ୍ୟ କରୁଛନ୍ତି। ସରକାରୀ ସ୍ଥରରେ ପଛୁଆ ବର୍ଗ,ଜନଜାତି ଛାତ୍ରୀ ମାନଙ୍କଠାରୁ ବେଆଇନ ଭାବେ ଅଧିକ ଅର୍ଥ ଶୋଷଣ କରୁଛନ୍ତି। ବହୁ ପୂର୍ବରୁ ଗ୍ରାମବାସୀ କଲେଜ ହତାରେ ବୃକ୍ଷ ରୋପଣ କରିଥିବା ବେଳେ ସେହି ଗଛକୁ ବିନା କୌଣସି ସରକାରି ନିର୍ଦ୍ଦେଶ ରେ କାଟି ଥିବା ବେଳେ ବିନା କୌଣସି ନିଲାମରେ ବେଆଇନ ଭାବେ କାଠକୁ ବିକ୍ରୀକରି ମୋଟା ଅଙ୍କରେ ଅର୍ଥ ତୋଷରପାତ କରିଛନ୍ତି ଅଧକ୍ଷ। ବାରମ୍ବାର ଏଭଳି ଅନିୟମିତତା ହେଉଥିବା ବେଳେ କଲେଜ ର ଛାତ୍ର ଛାତ୍ରୀ ନିଜକୁ ଅସୁରକ୍ଷିତ ମନେ କରୁଛନ୍ତି। ପୂର୍ବରୁ ଏହି କଲେଜରେ ସିଟ ସଂଖ୍ୟା ୨୫୬ ଥିବା ବେଳେ ଆବଶ୍ୟକ ଛାତ୍ରୀ ନଥିବା କାରଣରୁ ଏହି ସିଟ ସଂଖ୍ୟା କମାଇ ୧୨୮ ହୋଇଛି। ଚଳିତ ବର୍ଷ ଏହି କଲେଜ ରେ +୨ ବିଜ୍ଞାନ ନୂଆକରି ଖୋଲା ଯାଇଥିଲେ ମଧ୍ୟ ଆବଶ୍ୟକ ସିଟ ପୂରଣ ପାଇଁ ଛାତ୍ରୀ ଆଗ୍ରହ ପ୍ରକାଶ କରୁନାହାନ୍ତି। କଲେଜ ଅଧକ୍ଷ ଙ୍କ ଏଭଳି କଳା କାରନାମା ଜାରି ରହିଲେ ଆଗାମୀଦିନରେ କଲେଜ ସଂପୂର୍ଣ୍ଣ ବନ୍ଦ୍ ହୋଇଯିବ ସେଥିରେ ସନ୍ଦେହ ନାହିଁ ବୋଲି ସ୍ଥାନୀୟ ଲୋକ ସାମ୍ବାଦିକ ସମ୍ମିଳନୀ ରେ ଅଭିଯୋଗ କରିଛନ୍ତି। ସଂପୃକ୍ତ କଲେଜ ର ଅଧ୍ୟାପକ ମାନେ କଲେଜ ପରିବର୍ତ୍ତେ ବ୍ୟକ୍ତିଗତ ଭାବେ ଟିଉସନ ଚଳାଇ ଛାତ୍ରୀଙ୍କୁ ଶୋଷଣ କରୁଛନ୍ତି। ଆଉ ଯେଉଁ ଗରିବ ଛାତ୍ର ଛାତ୍ରୀ ଟିଉସନ ହେବାକୁ ମାନା କରୁଛନ୍ତି ତାଙ୍କୁ ଫେଲ କରିବାକୁ ଧମକ ଦେଇଛନ୍ତି ଅଧ୍ୟାପକ। ଏହି ସବୁ କାର୍ଯ୍ୟରେ ଲିପ୍ତଥିବା ଅଧ୍ୟାପକ ଙ୍କ ବିରୋଧରେ ଅଧକ୍ଷ ଙ୍କୁ ଅଭିଯୋଗ କଲେ ତାହାର କର୍ଣ୍ଣପାତ କରୁନାହାନ୍ତି ଅଧକ୍ଷ। ପ୍ରତି ଏସି, ଏସ ଟି , ଓବିସି ଓ ଏସି ବିଶି ଛାତ୍ରୀଙ୍କ ପାଇଁ ପ୍ରେରଣା ନାମକ ସରକାରୀ ଛାତ୍ର ବୃତ୍ତି ଅନ ଲାଇନ ଆବେଦନ ହେଉଥିବା ବେଳେ କଲେଜ ରୁ ପାସ କରିବା ପାଇଁ ମଧ୍ୟ ବେଆଇନ ଅର୍ଥ ଆଦାୟ କରୁଛନ୍ତି ଅଧକ୍ଷ।ଛାତ୍ରୀ ଙ୍କ ଠାରୁ ଆଦାୟ ଏହି ବେଆଇନ ଅର୍ଥର ରସିଦ ବି ଦିଆଯାଉନାହିଁ । ଏହି କଲେଜ ୫ ଟିରେ ପରିଗଣିତ ହୋଇଥିବା ବେଳେ ଏହି ଅନୁଦାନ ରାଶିରେ ନିର୍ମାଣ ହେଉଥିବା ଗୃହ ଆଦି ଅତ୍ୟନ୍ତ ନିମ୍ନ ମାନର ବୋଲି ମଧ୍ୟ ଅଭିଯୋଗ ହୋଇଛି। ଏହି ସବୁ ଅନିୟମିତତା ସମ୍ପର୍କରେ ଉପଜିଲ୍ଲାପାଳ ଙ୍କୁ ଅଭିଯୋଗ କରିଥିବା ସାମ୍ବାଦିକ ସମ୍ମିଳନୀ ରେ ସରପଞ୍ଚ ଡ଼ା ନଗେନ୍ଦ୍ର କୁମାର ସିଂହ,ବିଜୟ କର,ରାମକୃଷ୍ଣ ଦାସ,ଉମାକାନ୍ତ ମହାନ୍ତି,ବିଶ୍ଵନାଥ ଜେନା,ବିକର୍ତ୍ତନ ଜେନା,ରାମଚନ୍ଦ୍ର ପାତ୍ର,ଗୋପାଳ କୃଷ୍ଣ ଦାସ ଅଧିକାରୀ,ଧ୍ରୁବଚରଣ ପାତ୍ର,ବଂଶୀଧର ମହାନ୍ତି, ଜୟ ରାମ ପାତ୍ର,ଅନନ୍ତ ପାତ୍ର,ପର୍ଶୁରାମ ଦାସ ପ୍ରମୁଖ ଏହି ସାମ୍ବାଦିକ ସମ୍ମିଳନୀ ରେ ଉପସ୍ଥିତ ଥିଲେ।

ବସ୍ତା ରୁ ଜଗତ କୁମାର ଗିରି ଙ୍କ ରିପୋର୍ଟ୍ 

Related posts

ଏକ୍ ପେଡ୍ ମା କେ ନାମ୍-୨.୦ ପ୍ରଧାନମନ୍ତ୍ରୀଙ୍କ ୭୫ ତମ ଜନ୍ମଦିନରେ ଓଡିଶାରେ ଲାଗିବ ରେକର୍ଡ ସଂଖ୍ୟକ ୭୫ ଲକ୍ଷ ଗଛ

Sunil Chandra Nayak

ମଣ୍ଡିରୁ ଧାନ ଉଠା ଯାଉନଥିବାରୁ ପ୍ରତିବାଦ ସ୍ୱରୂପ ଚାଷିଙ୍କ ରାସ୍ତା ରୋକ, ପାପଡାହାଣ୍ଡି ରୁ ଉମରକୋଟ ରାସ୍ତା 2ଘଣ୍ଟା ଅବରୋଧ

Sunil Chandra Nayak

ପଞ୍ଚତତ୍ତ୍ବରେ ଲୀନ ହେଲେ ଯାତ୍ରା ଜଗତର ମହାନ କଳାକାର

masiha

Leave a Comment

error: Content is protected !!