ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଇରଙ୍ଗପୁରରେ ଅନ୍ତର୍ଜାତୀୟ ପ୍ରତିମୂର୍ତ୍ତି ସଂରକ୍ଷଣ ଓ ସଫେଇ ଦିବସ ପାଳିତ 

ରାଇରଙ୍ଗପୁରରେ ଅନ୍ତର୍ଜାତୀୟ ପ୍ରତିମୂର୍ତ୍ତି ସଂରକ୍ଷଣ ଓ ସଫେଇ ଦିବସ ପାଳିତ 

ରାଇରଙ୍ଗପୁର,- ରାଇରଙ୍ଗପୁର ସହରରେ ବାମନଘାଟି ସାଂସ୍କୃତିକ ପରିଷଦ, ସେବାସ୍ତମ୍ଭ, ରାଇରଙ୍ଗପୁର ପ୍ରେସ କ୍ଲବ ଓ ଶହୀଦ ନୁଦୁରାମ ସୋରେନ ମେମୋରିଆଲ ଟ୍ରଷ୍ଟର ମିଳିତ ଆନୁକୂଲ୍ୟରେ ଅନ୍ତର୍ଜାତୀୟ ପ୍ରତିମୂର୍ତ୍ତି ସଂରକ୍ଷଣ ଓ ସଫେଇ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ସହରର ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଥିବା ଉତ୍କଳମଣି ଗୋପବନ୍ଧୁ ଦାସ, କବିବର ରାଧାନାଥ ଓ ନେତାଜୀ ସୁବାସ ବୋଷଙ୍କ ପ୍ରତିମୂର୍ତ୍ତି ସଫେଇ କରାଯାଇଥିଲା। ପରେ ଟ୍ୟାକ୍ସି ଷ୍ଟାଣ୍ଡ ପରିସରରେ ଥିବା ଶହୀଦ ନୁଦୁରାମ ସୋରେନଙ୍କ ପ୍ରତିମୂର୍ତ୍ତି ସଫେଇ ସହ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା। ଏହି ଅବସରରେ ଉପସ୍ଥିତ ବ୍ୟକ୍ତିମାନେ ପ୍ରତିମୂର୍ତ୍ତି ସ୍ଥାପନ ପରେ ତାକୁ ଉଚିତ ସମ୍ମାନ ପ୍ରଦର୍ଶନ ଉପରେ ଗୁରୁତ୍ୱାରୋପ କରିଥିଲେ।

କାର୍ଯ୍ୟକ୍ରମରେ ଶିକ୍ଷାବିତ ଦିଲ୍ଲୀପ କୁମାର ମହାନ୍ତି, ବାମନଘାଟି ସାଂସ୍କୃତିକ ପରିଷଦର ଆବାହକ ଓ ବରିଷ୍ଠ ସାମ୍ବାଦିକ ସୌରଭ ପଟ୍ଟନାୟକ, ଆଧ୍ୟାପକ ଡ଼ଃ ଦିଗମ୍ବର ଗିରି,ଅଧ୍ୟାପକ ବିଜୟ ରାମ,ଅବସରପ୍ରାପ୍ତ ଶିକ୍ଷକ ସୁଶାନ୍ତ ପରୀକ୍ଷା,ସାରସତ୍ୱ ସାଧକ ରଞ୍ଜନ କୁମାର ନନ୍ଦ,ଗୌତମ ମଣ୍ଡଳ,ସାମ୍ବାଦିକ ଖୁଦିରାମ ମହାନ୍ତି,ଦୁଷ୍ମନ୍ତ ଦାସ, ରାଜେଶ ପ୍ରଜାପତି,ଶହୀଦ ନୁଦୁରାମ ସୋରେନ ମେମୋରିଆଲ ଟ୍ରଷ୍ଟର ପଦାଧିକାରୀ ମନରଞ୍ଜନ ମୁର୍ମୁ, ସେବାସ୍ତମ୍ଭର ମୋଚିରାମ ମାଝୀ,ସତ୍ୟକାମ ମହାନ୍ତି ଓ ଟ୍ୟାକ୍ସ ଷ୍ଟାଣ୍ଡର କର୍ମକର୍ତ୍ତା, ଲତିକା, ସୁଷମା ଓ ସଂଜୁ ପ୍ରମୁଖ ଉପସ୍ଥିତ ଥିଲେ।

ରାଇରଙ୍ଗପୁର ରୁ ଅକ୍ଷୟ ବିଶ୍ବାଳ

Related posts

ଜିଲ୍ଳା ସ୍ତରୀୟ ଆଶା, ଗାଁ କଲ୍ୟାଣ ସମିତି ଏବଂ ମହିଳା ଆରୋଗ୍ୟ ସମିତି ସମ୍ମିଳନୀ ଅନୁଷ୍ଠିତ

Sunil Chandra Nayak

ଆମେ ଜାଣିବା ଆମେ ଜିତିବା କାର୍ଯ୍ୟକ୍ରମ

masiha

ବାସନ୍ତୀ ପାଠାଗାରର ମାସିକ ସାହିତ୍ୟ ଆସର 

Sunil Chandra Nayak

Leave a Comment

error: Content is protected !!