ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ରାଇରଙ୍ଗପୁର ଆରଏମସି ଅଫିସ ରେ ଦୁବୃର୍ତ୍ତ ତାଲା ଭାଙ୍ଗି କମ୍ପ୍ୟୁଟର ସମେତ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଲୁଟ୍ 

ରାଇରଙ୍ଗପୁର ଆରଏମସି ଅଫିସ ରେ ଦୁବୃର୍ତ୍ତ ତାଲା ଭାଙ୍ଗି କମ୍ପ୍ୟୁଟର ସମେତ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଲୁଟ୍ 

 ମୟୂରଭଞ୍ଜ -୧୨/୦୩ // ରାଇରଙ୍ଗପୁର ସହରରେ ଡକାୟତ ଓ ଲୁଟେରା ସକ୍ରିୟ ।କିଛି ଦିନ ହେଲା ଲୁଟେରା ଓ ଡକାୟତମାନେ ସରକାରୀ ତାଲାବନ୍ଦ ଥିବା ସରକାରୀ ବାସଗୃହ, ସରକାରୀ କାର୍ଯ୍ୟାଳୟ, ବ୍ୟାଙ୍କ୍ , ରାସ୍ତାରେ ଯାଉଥିବା ଫାଇନାନ୍ସ କର୍ମଚାରୀ,ରାସ୍ତାରେ ଏକୁଟିଆ ଯାଉଥିବା ଆରୋହୀ ମାନଙ୍କ ଉପରେ ଆକ୍ରମଣ ମାତ୍ରାଧିକ ବଢ଼ି ଯାଇଛି । ଆଜି ରାଇରଙ୍ଗପୁରର ରାଜସ୍ବ ଡାକବଙ୍ଗଳା ,ଆରଆଇ ଅଫିସ, ଉପଖଣ୍ଡ ସୂଚନା ପାଠାଗାର ନିକଟସ୍ଥ ଆରଏମସି ଅଫିସ ଘରେ ବୁଧବାର ମଧ୍ୟରାତ୍ରରେ ଦୁବୃର୍ତ୍ତ ମାନେ ମୁଖ୍ୟ ଗେଟ୍ ତାଲାକାଟି ଅଫିସ ଘରେ ପଶି ୨ଟି କମ୍ପ୍ୟୁଟର ମିନିଟର,ହାର୍ଡ ଡିସ୍କ, ୨ ଟି ପ୍ରିଣ୍ଟର ,୧ ଟି ଇନଭର୍ଟର ସହ ଏକ୍ସାଇଡ ଵେଟେରୀ , କମ୍ପ୍ୟୁଟର ମାଉସ ପ୍ରମୁଖ ଚୋରୀ କରି ନେଇଥିବା ଆରଏମସି ସଂପାଦକ ମନୋରଞ୍ଜନ ବେହେରା ଟାଉନଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ସେହିଭଳି ଆରଏମସି ଗୃହ ନବୀକରଣ ଚାଲିଥିବାବେଳେ ଠିକାଦାର ଅଶ୍ବିନୀ ମହାନ୍ତଙ୍କ ୧ ଟି ଓ୍ବେଲଡିଂ ମେସିନ ,୨ ଟା କଟର ମେସିନ‌ , ୩ ଟି ଡ୍ରିଲିଂ ମେସିନ,୬ ଏମ୍ ଏମ୍‌ ର ଦୁଇଟି ତାର ଵଣ୍ଡଲ ଆରଏମସି ଗୃହରୁ ଚୋରୀ କରି ନେଇଛନ୍ତି ।ଆରଏମସି ସଂପାଦକ ମନୋରଞ୍ଜନ ବେହେରା ଏବଂ ଠିକାଦାର ଅଶ୍ବିନୀ ମହାନ୍ତ ମିଳିତ ଭାବେ ଟାଉନଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।

 ଚୋର ଙ୍କ ର ସେତିକିରେ ମନ ଥଣ୍ଡା ହେଲା ନାହିଁ । ନିକଟସ୍ଥ ଘରୋଇ ବିବେକାନନ୍ଦ ସ୍କୁଲର ଫେନ ଓ ୨୫ ଟି ଚେୟାର ଚୋରୀ କରି ନେଇଛନ୍ତି ।ପରେ ବିଏସଏନଏଲର କାର୍ଯ୍ୟାଳୟ କୁ ଯାଇ ସେଠାରେ ଫେଲ ମାରି ଚମ୍ପଟ ହୋଇଥିଲେ ।ଖବର ପାଇ ରାଇରଙ୍ଗପୁର ଏସଡିପିଓ ଗୋକୁଳାନନ୍ଦ ସାହୁ , ରାଇରଙ୍ଗପୁର ଟାଉନ ଥାନାଧିକାରୀ ଜ୍ୟୋତିପ୍ରକାଶ ସ୍ବାଇଁ ,ସମସ୍ତ ପୋଲିସ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍ କରିଛନ୍ତି । ସରକାରୀ ଅଫିସ ଓ ସରକାରୀ କାର୍ଯ୍ୟାଳୟ ଉପରେ ଲୁଟେରା ଙ୍କ ଲୁଟ୍ ନେଇ ସରକାରୀ କର୍ମଚାରୀ ମହଲରେ ଆତଙ୍କ ଖେଳିଯାଇଛି । ସମସ୍ତେ ନିଜକୁ ଅସୁରକ୍ଷିତ ମଣୁଛନ୍ତି । ଥାନାଠାରୁ ୫୦୦ ମିଟର,କୋର୍ଟ ଠାରୁ ୧୦୦ ମିଟର, ଉପଜିଲ୍ଲାପାଳ କାର୍ଯ୍ୟାଳୟ ଠାରୁ ୫୦ ମିଟର ଦୂରରେ ଅବସ୍ଥିତ ଏହି ଆରଏମସି କାର୍ଯ୍ୟାଳୟ ।ଉଜ୍ବଳ ଆଲୋକ ବିଛୁରିତ ହୋଇପଡୁଛି ସେହି ସ୍ଥାନରେ ।ତାହା ସତ୍ଵେ ଲୁଟେରା ଙ୍କ ଲୁଟ୍ ସମସ୍ତଙ୍କୁ ଚକିତ କରୁଛି ।ପୋଲିସ ର ନିଦ ହଜିଯାଇଛି । ପୋଲିସ ସମସ୍ତ ଥାନାକୁ ଖବର ଦେବା ସହ ସୀମା ଉପରେ ନଜର ରଖିଛନ୍ତି ।ନିକଟରେ ବହଳଦା ଏସବିଆଇ ବ୍ୟାଙ୍କ ରେ ଦିନ ୧୦ ଟା ବେଳେ ଇନ୍ ପଏଣ୍ଟରେ ଲକ୍ଷାଧିକ ଟଙ୍କା ଲୁଟ୍ କରିଥିଲେ । ସେହିଭଳି ରାଇରଙ୍ଗପୁର ଅମଲା ମାନଙ୍କ ଗୃହରେ ତାଲା ଭାଙ୍ଗି ଟିଭି, ଟଙ୍କା ଲୁଟ୍ କରି ନେଇଥିଲେ । ରାଇରଙ୍ଗପୁର ଉପଖଣ୍ଡରେ ପୋଲିସ କର୍ମଚାରୀ ମରୁଡି ଯୋଗୁଁ ପଡୋଶୀ ଝାଡଖଣ୍ଡ ଲୁଟେରା, ସ୍ଥାନୀୟ ଦୁବୃର୍ତ୍ତ ଙ୍କ ଵାମନଘାଟୀ ଉପଖଣ୍ଡର ବିଭିନ୍ନ ସ୍ଥାନରେ ଲୁଟ, ରାହାଜାନୀ, ଡକାୟତି ମାତ୍ରାଧିକ ବୃଦ୍ଧି ପାଇଛି ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

ଗ୍ରାହକ ସେବାକେନ୍ଦ୍ରରୁ ଙ୍କ ଲକ୍ଷାଧିକ ଟଙ୍କା ହଡପ ଘଟଣାରେ କୋର୍ଟ ଚାଲାଣ ହେଲା ଅଭିଯୁକ୍ତ ଯୁବକ

masiha

ଚାକିରି ଦେବା ନାଁରେ ଠକେଇ ଅଭିଯୋଗ : ମାଷ୍ଟର ମାଇଣ୍ଡ ସହ ଦୁଇ ସହଯୋଗୀ ଗିରଫ 

masiha

ପ୍ରେମିକାର ମୃତ ଦେହ ସହ ପ୍ରେମିକର ରକ୍ତାକ୍ତ ଶରୀର ଉଦ୍ଧାର

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort