ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ପଥରରେ ଛେଚି ବ୍ୟକ୍ତିଙ୍କୁ ହତ୍ୟା ,ହତ୍ୟାକାରୀ ଥାନାରେ ଅଟକ 

ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ସାରଙ୍ଗଡ଼ ଥାନା ଅଞ୍ଚଳରେ ଜଘନ୍ୟ ହତ୍ୟାକାଣ୍ଡ । ମଦ ପିଇ ଗଣ୍ଡଗୋଳ ପରେ ଜଣେ ଅନ୍ୟଜଣକୁ ପଥରରେ ଛେଚି ହତ୍ୟା କରିଥିବା ସୂଚନା । ଘଟଣା ପ୍ରକାରେ ଗତକାଲି ରାତ୍ର ପ୍ରାୟ ୧୦ଟା ସମୟରେ ସାରଙ୍ଗଡ଼ ପୁରୁଣା ସାହିର ଦୁଇଜଣ ବ୍ୟକ୍ତି ମଦ ପିଇବାକୁ ଯାଇଥିଲେ । ମଦ ପିଇ ମାତାଲ୍ ହେବା ପରେ କୌଣଶି କାରଣରୁ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ପରେ ଏହା ଉଗ୍ର ରୂପ ଧାରଣ କରିଥିଲା। ପ୍ରତିଶୋଧ ପରାୟଣ ହୋଇ ଜଣେ ଅନ୍ୟ ଜଣକ ମୁଣ୍ଡରେ ପଥର ଛେଚି ହତ୍ୟା କରିଥିବା ଜଣାପଡ଼ିଛି । ଖବରପାଇ ଘଟଣାସ୍ଥଳରେ ସାରଙ୍ଗଡ଼ ଥାନା ପୋଲିସ୍ ପହଁଚି ଶବ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ସାରଙ୍ଗଡ଼ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇବା ସହ ହତ୍ୟାକାରୀ ସାରଙ୍ଗଡ଼ ଥାନା ପୁରୁଣା ସାହିର ମନୋଜ ଓରଫ୍ ଉଲୁ କୁ ଥାନାରେ ଅଟକ ରଖିଛି ପୋଲିସ୍ । ଅନ୍ୟପଟେ ହତ୍ୟାକାଣ୍ଡ ଘଟିଥିବା ସ୍ଥାନରୁ ପୋଲିସ୍ ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି । ହତ୍ୟାକାଣ୍ଡରେ ମୃତ୍ୟୁ ବରଣ କରିଥିବା ବ୍ୟକ୍ତି ସାରଙ୍ଗଡ଼ ଥାନା ପୁରୁଣା ସାହିର ଜିତେନ୍ଦ୍ର ପୁଜାରୀ ହୋଇଥିବା ଜଣାପଡ଼ିଛି । ତଦନ୍ତ ପରେ ହତ୍ୟାକାଣ୍ଡର ସତ୍ୟତା ଜଣାପଡ଼ିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି ।

କନ୍ଧମାଳ ରୁ ଜୟ ସେନ ପରିଡା ଙ୍କ ରିପୋର୍ଟ 

Related posts

ବୁଦ୍ଧ ପ୍ରତିମୂର୍ତ୍ତି ଭାଙ୍ଗି ଧାର୍ମିକ ଭାବନା ଉପରେ ଆଘାତ । ସମ୍ପୃକ୍ତ ଆସାଧୁଙ୍କ ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନେଇ ଅମ୍ବାଦଳା ଥାନାରେ ଏତଲା 

masiha

ଶିମିଳିପାଳ ଅଭୟାରଣ୍ୟରେ ସଶସ୍ତ୍ର ଜଙ୍ଗଲ ମାଫିଆଙ୍କ ଗୁଳିରେ ନିରସ୍ତ୍ର ଲାଠି ଧାରି ବନ ବିଭାଗର ମୁଣ୍ଡ ଗଡିଲା ; ଗଣଶିକ୍ଷା ବିଭାଗ ମନ୍ତ୍ରୀଙ୍କ ପ୍ରତିକ୍ରିୟା

Sunil Chandra Nayak

ପୋଲିସକୁ ଖୋଲା ଚ୍ୟାଲେଞ୍ଜ: ଦାରିଙ୍ଗବାଡ଼ି ଥାନା ଅଞ୍ଚଳରେ ବଢ଼ିଚାଲିଛି ଅପରାଧିକ କାର୍ଯ୍ୟକଳାପ

Sunil Chandra Nayak

Leave a Comment

error: Content is protected !!