ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ସାଧୁ ବେଶରେ ୩ ଅଭିଯୁକ୍ତ ଗିରଫ : ମହିଳାଙ୍କ ଅଳଙ୍କାର ଲୁଟିବା ଅଭିଯୋଗରେ ପୋଲିସ ଦ୍ୱାରା ଗିରଫ

ସାଧୁ ବେଶରେ ୩ ଅଭିଯୁକ୍ତ ଗିରଫ : ମହିଳାଙ୍କ ଅଳଙ୍କାର ଲୁଟିବା ଅଭିଯୋଗରେ ପୋଲିସ ଦ୍ୱାରା ଗିରଫ

ଛେଣ୍ଡ ପେଟ୍ରୋଲ ପମ୍ପ ନିକଟରେ ଘଟିଥିଲା ଏହି ଘଟଣା ଲୋକମାନେ ତିନି ଜଣଙ୍କୁ ପିଛା କରି ଧରିଥିଲେ
ଲୁଟେରାଙ୍କ କବଳରୁ ସୁନା ଚୁଡ଼ି ସମେତ ଅନେକ ଜିନିଷ ଉଦ୍ଧାର, ଗିରଫ ଅଭିଯୁକ୍ତମା ଦିଲ୍ଲୀ ଏବଂ ହରିୟାଣାର

ରାଉରକେଲା ୨୪/୯, ଜଣେ ମହିଳାଙ୍କୁ ଅଟକାଇ ଟଙ୍କା ଦାବି କରିବା ଅଭିଯୋଗରେ ବୁଧବାର ଦିନ, ସାଧୁବାବା ପୋଷାକ ପିନ୍ଧିଥିବା ତିନି ଜଣ ଯୁବକଙ୍କୁ ଛେଣ୍ଡ ପେଟ୍ରୋଲ ପମ୍ପ ନିକଟରେ ଗିରଫ କରାଯାଇଛି। ମହିଳା ଜଣକ ଟଙ୍କା ଦେବାକୁ ମନା କରିବାରୁ, ଅଭିଯୁକ୍ତମାନେ ତାଙ୍କୁ ଭୟଭୀତ କରି ତାଙ୍କ ଅଳଙ୍କାର ଦେବାକୁ ଦାବି କରିଥିଲେ ଏବଂ ତା’ପରେ ତାଙ୍କର ଗୋଟିଏ ସୁନା ଚୁଡ଼ି ନେଇ ପଳାଇବାକୁ ଚେଷ୍ଟା କରିଥିଲେ। ମହିଳା ଜଣକ ଡାକ ପକାଇବାରୁ, ନିକଟରେ ଲୋକମାନେ ଏକାଠି ହୋଇ ତିନି ଅଭିଯୁକ୍ତଙ୍କୁ ଧରିଥିଲେ। 

   ଡିଏସପି ମନୋରଞ୍ଜନ ପ୍ରଧାନ ଗଣମାଧ୍ୟମକୁ ଦେଇଥିବା ବିବୃତ୍ତି ଅନୁସାରେ, ମହିଳାଙ୍କ ଲିଖିତ ଅଭିଯୋଗ ଉପରେ, ସେକ୍ଟର-୭ ପୋଲିସ ଥାନା ପକ୍ଷରୁ ୨୦୨୬ ସେପ୍ଟେମ୍ବର ୨୩ ବିଏନ୍ଏସ୍ ଧାରା ୩୦୮(୫)/୩(୫) ଅନୁଯାୟୀ ମାମଲା ନମ୍ବର-୨୨୪ ରୁଜୁ କରାଯାଇ ତଦନ୍ତ ଆରମ୍ଭ କରାଯାଇଛି। ଏହି ମାମଲାରେ ପୋଲିସ ଦକ୍ଷିଣ-ପୂର୍ବ ଦିଲ୍ଲୀର ଜାଫରପୁର ଥାନାର ରଥମୁଡ଼ ନିବାସୀ କରମବୀର ନାଥ (୩୦), ଗୋରଖ ନାଥ (୪୫) ଏବଂ ହରିୟାଣାର ସୋନିପଥ, ମାର୍ଥାଲ ନିବାସୀ ରାଜନ ନାଥ (୨୫)ଙ୍କୁ ଗିରଫ କରାଯାଇଛି। 

    ପୋଲିସ ପକ୍ଷରୁ ଅଭିଯୁକ୍ତଙ୍କ ଠାରୁ ଏକ ସୁନା ଚୁଡ଼ି, ଗୋଟିଏ କମଣ୍ଡଳ, ଦୁଇଟି ଛୋଟ ରୁଦ୍ରାକ୍ଷ ମୁଣି, ଦୁଇଟି ଲୁହା ଚେନ, ଏକ ଯୋଡ଼ା ଲୁହା ଚୁଡ଼ି, ଏକ ଯୋଡ଼ା ପିତ୍ତଳ ଚୁଡ଼ି, ଗୋଟିଏ ଛୋଟ ପିତ୍ତଳ ବାଲଟି, ଦୁଇଟି ବ୍ୟାଗ, ଗୋଟିଏ ଶଙ୍ଖ ଏବଂ ବିଭିନ୍ନ ମୂଲ୍ୟର ନଗଦ ୧,୪୫୦ ଟଙ୍କା ଜବତ କରାଯାଇଛି।

      ପୋଲିସ ପକ୍ଷରୁ ଅଭିଯୁକ୍ତଙ୍କ ପୂର୍ବ ଅପରାଧିକ ରେକର୍ଡ ମଧ୍ୟ ତଦନ୍ତ କରାଯାଉଛି। ମାମଲାର ତଦନ୍ତକାରୀ ଅଧିକାରୀ ହେଉଛନ୍ତି ଏଏସ୍ଆଇ ପି. ଧନଗଡ।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ପର୍ଜଙ୍ଗ ବିଧାୟକ ଙ୍କ ପୁତୁରା ଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

Sunil Chandra Nayak

ହାତୀ ସୁରକ୍ଷା ଦିଗହରା : ବେଲଘରରେ ପୁଣି ଏକ ଦନ୍ତା ହାତୀ ମୃତ : ୪ ମାସରେ ମଲେଣି ୩ ହାତୀ

Sunil Chandra Nayak

ଅପରେସନ ପ୍ରହାର ର ସଫଳତା : ୫ ଟି ଦେଶୀବନ୍ଧୁକ ଓ ସାମଗ୍ରୀ ସହ ୧୨୭ କେଜି ଗଞ୍ଜେଇ ଜବତ ,ଦୁଇ ଗିରଫ 

Sunil Chandra Nayak

Leave a Comment

error: Content is protected !!