ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ବିଷ ପିଇ ଯୁବକ ର ଆତ୍ମହତ୍ୟା 

ବିଷ ପିଇ ଯୁବକ ର ଆତ୍ମହତ୍ୟା 

ଡାବୁଗାଁ, ୨୩/୮ (ମ. ନି. ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ଅଧୀନ ମେଦନା ଗ୍ରାମରେ ବିଷ ପିଇ ଜଣେ ଯୁବକ ଆତ୍ମହତ୍ୟା କରିଥିବା ନେଇ ଶନିବାର ଡାବୁଗାଁ ଥାନା ରେ ଅଭିଯୋଗ ହୋଇଛି l ସୂଚନାଯୋଗ୍ୟ :- ଡାବୁଗାଁ ବ୍ଲକ ଅଧୀନ ମେଦନା ଗ୍ରାମର ଭୀଷ୍ମ ଭତ୍ରା (୨୨) ଶୁକ୍ରବାର ରାତି ପ୍ରାୟ ଦଶ ଘଣ୍ଟା ସମୟରେ ବିଷ ପିଇ ଦେଇଥିଲେ l କିଛି ସମୟ ପରେ ଅସୁସ୍ଥ ହୋଇ ପଡିଥିଲେ l ତାଙ୍କୁ ସଙ୍ଗେ ସଙ୍ଗେ ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରାଯାଇଥିଲା l ସେଠାରେ ତାଙ୍କ ର ଅବସ୍ଥା ଗୁରୁତ୍ତର ହେବାରୁ ତାଙ୍କୁ ନବରଙ୍ଗପୁର ଜିଲା ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତର କରାଯାଇଥିଲା l ସେଠାରେ ଚିକିତ୍ସିତ ଅବସ୍ଥା ରେ ରାତି ପ୍ରାୟ ୧୨ ଘ. ସମୟରେ ତାଙ୍କର ମୃତ୍ୟୁ ଘଟିଥିଲା l ଏନେଇ ମୃତକ ର ବଡ଼ ବାପା ପୁଅ ଭାଇ ଶନିବାର ପୂର୍ବାହ୍ନ ରେ ଡାବୁଗାଁ ଥାନା ରେ ଏତଲା ଦେଇଥିଲେ l ଉକ୍ତ ଏତଲା କୁ ଭିତ୍ତି କରି ଥାନା ଏଏସଆଇ ଗୋପାଳ କୃଷ୍ଣ ହାଲୱା ନବରଙ୍ଗପୁର ଜିଲା ମୁଖ୍ୟ ଚିକିତ୍ସାଳୟ ରେ ପହଞ୍ଚି ଶବ ଜବତ କରି ପଞ୍ଚନାମା କରି ବ୍ୟବଚ୍ଛେଦ ପାଇଁ ପଠାଇ ଥିଲେ l ଶବ ବ୍ୟବଚ୍ଛେଦ ପରେ ପରିବାର ବର୍ଗ କୁ ହସ୍ତାନ୍ତର କରାଯାଇଛି l ଏନେଇ ଥାନା କେସ ନଂ ୨୫/୨୫ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି l 

ଡାବୁଗାଁ ରୁ ପ୍ରଜ୍ଞା ରଞ୍ଜନ ପରିଡା ଙ୍କ ରିପୋର୍ଟ

Related posts

ପତ୍ନୀହନ୍ତା କୁ ଆଜୀବନ କାରାଦଣ୍ଡ  ୧୦ ହଜାର ଟଙ୍କା ଜରିମାନା 

masiha

ନିଖୋଜ ବୃଦ୍ଧର ଗଳିତ ଝୁଲନ୍ତା ଶବ କାଜୁ ଜଙ୍ଗଲରୁ ଉଦ୍ଧାର, ପୋଲିସର ତଦନ୍ତ ଜାରି

masiha

ରାଜ୍ୟ ରାଜପଥରେ ଟ୍ରକ ଅଟକାଇ ଲୁଟ କରିବା ମହଙ୍ଗା ପଡିଲା : ଯୁବକଙ୍କୁ ଗିରଫ ପରେ କୋର୍ଟ ଚାଲାଣ

masiha

Leave a Comment

error: Content is protected !!