ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଏକ ଆଦର୍ଶ ଗୁରୁପୂଜନ ପାଳନ 

ଏକ ଆଦର୍ଶ ଗୁରୁପୂଜନ ପାଳନ 

ଆଜି, ତା ୨୪/୯ରିଖ ବାଣିଶ୍ରୀ କଳାନିକେତନର ୫୪ତମ ସାମ୍ବତ୍ସରିକ ଉତ୍ସବ ଏବଂ ବିଂଶତି ପୂର୍ଣ୍ଣତୀର୍ଥ ପଲ୍ଲୀ ମହୋତ୍ସବରେ ସଂସୃତି ଗବେଷକ କଳାସମ୍ରାଟ ଗାୟକ ଭାଷାରତ୍ନ ଖଗେଶ୍ୱର ମାର୍ଥାଙ୍କ ୭୧ତମ ଜୟନ୍ତୀ ସମାରୋହ ଗଡ଼ପଦନ ପୁରସ୍ଥ ରଘୁନାଥ ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି ! ବିଶିଷ୍ଠ ଦଶକାଠିଆ ଗାୟକ ଚକ୍ରଧର ଦେବତାଙ୍କ ଅଧକ୍ଷତାରେ ରାଜ୍ୟସ୍ତରୀୟ କବି କଳାକାର ସମାବେଶରେ ଶିକ୍ଷାବିତ ପଞ୍ଚାନନ ମହାନ୍ତି ମୁଖ୍ୟଅଥିତି ବିଶିଷ୍ଠ ପାଲାଗାୟକ ଚିତ୍ତରଞ୍ଜନ ଦାସ, ବାସୁଦେବ ସାହୁ ସମ୍ମନିତଅତିଥି ରୂପେ ଯୋଗଦେଇ ଭାଷାରତ୍ନାକରଙ୍କ ସାଧନା ଓ ସିଦ୍ଧି ବିଷୟରେ ଆଲୋଚନା କରିଥିଲେ !ସମାଜସେଵୀ ଡ଼କ୍ଟର ପ୍ରମୋଦ କିଶୋର ପରିଡା ବିଶିଷ୍ଠ ଅତିଥି ରୂପେ ଯୋଗଦେଇ ଖଗେଶ୍ୱର ମାର୍ଥାଙ୍କର ଆଦର୍ଶରେ ଅନୁପ୍ରାଣିତ ହେବାପାଇଁ ପରାମର୍ଶ ଦେଇଥିଲେ ! ଶିଷ୍ୟଶିଷ୍ୟାମାନଙ୍କ ମଧ୍ୟ୍ୟରେ ନାରାୟଣ ସ୍ବାଇଁଙ୍କ ସଂଯୋଜନାରେ ସୂର୍ଯ୍ୟଶ୍ଵର ମାର୍ଥା ଗାୟକ ଭାଷାରତ୍ନଙ୍କ ସଂକ୍ଷିପ୍ତ ଜୀବନୀ ପାଠକରିଥିଲେ ଓ ଗୁରୁପୂଜାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ! ଅଂଶୁମାନ ବେଣୁଧର ସାହୁ, ପ୍ରଫୁଲ୍ଲ କୁମାର ପଣ୍ଡା, ତ୍ରିଲୋଚନ ନାୟକ, ଶତ୍ରୁଘନ ରଣା, ଦିଲ୍ଲୀପ ବାରିକ, ବସନ୍ତ ପୂଜାରୀ, ଭାସ୍କର ପ୍ରଧାନ, କବିତା ବେହେରା, ଜୟନ୍ତୀ ସେନାପତି, ଫକୀର ବାଡା ପ୍ରମୁଖ ଗୁରୁପୂଜାନ କାର୍ଯ୍ୟକ୍ରମରେ ଅଂଶଗ୍ରହଣକରି ଗୁରୁଙ୍କର ଆର୍ଶୀବାଦ ପ୍ରାପ୍ତହୋଇଥିଲେ! ସଭାପତି ଚକ୍ରଧାର ଦେବତା ଗାୟକ ଭାଷାରତ୍ନଙ୍କର ଅନୁବାଦ ସାହିତ୍ୟ “ସତ୍ୟବାଣୀ ” ଉପରେ ଆଲୋକପାତ କରିଥିଲେ! ସମାଜସେବା କ୍ଷେତ୍ରରେ ପରିଚୟ ଓଡିଶା – “ମା” ମାଟି, ମାତୃଭାଷା ପକ୍ଷରୁ ଡ଼କ୍ଟର ପ୍ରମୋଦ କିଶୋର ପରିଡା ଓ କଳାକ୍ଷେତ୍ର ପାଇଁ ମୃଦଙ୍ଗ ବାଦକ ମାନସ ପ୍ରଧାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ! ଶେଷରେ ଗାୟକ ଅଂଶୁମାନ ବେଣୁଧର ସାହୁ ଧନ୍ୟବାଦ ଅର୍ପଣ କରିଥିବାବେଳେ ହୃଷିକେଶ ପ୍ରଧାନ ସହଯୋଗ କରିଥିଲେ!

ଲିପିକା ରାଣୀ ରାଉତ ଙ୍କ ରିପୋର୍ଟ୍ 

Related posts

ଭବାନିପାଟଣା ଠାରେ ଜିଲ୍ଲା ସ୍ତରୀୟ ନିଯୁକ୍ତି ମେଳା

Sunil Chandra Nayak

ଘର ପୋଡି ଠୁ ବଳି ବଡ଼ ଦୁଃଖ ଆଉ କଣ ! ପତଞ୍ଜଳି ପରିବାର ପହଞ୍ଚି ବଢ଼ାଇଲା ସହାୟତାର ହାତ 

masiha

ଆଧ୍ୟାତ୍ମିକ ପତ୍ରିକା ପ୍ରୀତିର ପ୍ରୟାସ ର ସତର ତମ ବାର୍ଷିକ ଓ ଶ୍ରୀପଞ୍ଚମୀ ବିଶେଷାଙ୍କ ଉନ୍ମୋଚନ ଉତ୍ସବ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!