ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ମଲଦା କଟଲପଶି ରାସ୍ତାରେ ୧୪ ଚକିଆ ଦୁର୍ଘଟଣାରେ ମହିଳା ମୃତ 

ମଲଦା କଟଲପଶି ରାସ୍ତାରେ ୧୪ ଚକିଆ ଦୁର୍ଘଟଣାରେ ମହିଳା ମୃତ 

 ଖଣି ଖାଦାନ ଭରା ବାମେବାରୀ ଅଞ୍ଚଳକୁ ପ୍ରତିଦିନ ଶହ ଶହ ଭାରିଯାନ ଚଳାଚଳ କରୁଥିବା ଯୋଗୁ ୨୦ ନମ୍ବର ଜାତୀୟ ରାଜପଥକୁ ସଂଯୋଗ କରିଥିବା ପଳାସପଙ୍ଗା ଠାରୁ ବାମେବାରୀ କରୁଥିବା ରାସ୍ତାର ଅବସ୍ତା ଅତିଶୋଚନୀୟ ହୋଇପଡିଛି ଯାହା ପାଇଁ ଆଜି କୁ ୩ ଦିନ ହେଲା କଣ୍ଡରାପଶି ରେ ରାସ୍ତାରୋକ କରାଯାଇଛି । ଏବେ ଗାଡ଼ି ସବୁ ମଲଦା ,କଟଲପଶି ଦେଇ ଯା ଆସ କରୁଛି । ଆଜି ଅପରାହ୍ନରେ କଟଲପଶିର ପ୍ରଭାତୀ ମହାନ୍ତ ଏହି ରାସ୍ତାରେ ଏକ ସ୍କୁଟିଯୋଗେ ଯାଉଥିବା ବେଳେ ତାଙ୍କୁ ଚିଙ୍ଗୁଡ଼ିପଶି ନିକଟ ରେ OD09U3434 ନମ୍ବର ବିଶିଷ୍ଟ ୧୪ ଚକିଆ ଟ୍ରକ୍ ଧକା ଦେଇଥିଲା , ଗୁରୁତର ଅବସ୍ଥାରେ ତାଙ୍କୁ କେନ୍ଦୁଝର ମୁଖ୍ୟ ଡାକ୍ତରଖାନାକୁ ନେଇଥିଲେ ସେଠାରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ଡାକ୍ତର କଟକ ଡ଼ାକ୍ତରଖାନାକୁ ଆମ୍ବୁଲାନ୍ସ ଯୋଗେ ପଠାଇଥିଲେ କିନ୍ତୁ ରାସ୍ତା ରେ ମୃତ୍ୟୁ ଘଟିଥିବା ଜଣାପଡିଛି । ଘଟଣା ସ୍ଥଳରେ ଦୁର୍ଘଟଣା ଘଟାଇଥିବା ଟ୍ରକ ଟିକୁ ଜବଦ କରିଥିଲେ ଅଞ୍ଚଳବାସୀ ତାହା ସହ ଉତ୍ତେଜନା ଦେଖାଦେଇଥିବା ବେଳେ ଝୁମ୍ପୁରା ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଖ କରିବା ସହ ଗାଡି ଦୁଇଟିକୁ ଯବଦ କରିଛି । ଶବକୁ ଜବଦ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ପୋଲିସ।

କେନ୍ଦୁଝର ରୁ ରବିନ୍ଦ୍ର ଖମଣିଆ ଙ୍କ ରିପୋର୍ଟ

Related posts

ଶଶୁର ଘରେ ଜ୍ୱାଇଁର ସନ୍ଦେହ ଜନକ ମୃତ୍ୟୁ, ଥାନାରେ ଏତଲା

Sunil Chandra Nayak

ଚୋର ନେଇଗଲା ସୁନା ଓ ଟଙ୍କା, ଅଭିଯୋଗ ପରେ ତଦନ୍ତ ଆରମ୍ଭ

masiha

ମାଟି ବୋଝେଇ ଟ୍ରାକ୍ଟରକୁ ଜବତ କଲା ପୋଲିସ 

masiha

Leave a Comment

error: Content is protected !!