ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଚିଲିଗୁଡା ରେ କଳସ ଶୋଭାଯାତ୍ରା 

ଚିଲିଗୁଡା ରେ କଳସ ଶୋଭାଯାତ୍ରା 

ଚିଲିଗୁଡା ତା ୨୦/୧୦ ( ମ ନି ସ) ଜୁନାଗଡ଼ ବ୍ଲକ ଅନ୍ତର୍ଗତ ଚିଲିଗୁଡା ଗ୍ରାମରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ମା ଜଗତ ଜନନୀ ଦୁର୍ଗା ଦେବୀଙ୍କ ଶାରଦୀୟ ଦୁର୍ଗାପୂଜା ଅବସରରେ ଚିଲିଗୁଡା ଗ୍ରାମବାସୀ ଙ୍କ ଦ୍ଵାରା ଆଜି କଳସ ଶୋଭା ଯାତ୍ରା ଅନୁଷ୍ଠିତ ହୋଇଯାଇଛି ।ଗ୍ରାମର ଶତାଧିକ ମହିଳା ପୁରୁଷ ଏକ ତ୍ରିତ ହୋଇ ଏକ ବିରାଟ କଳସ ଶୋଭା ଯାତ୍ରାରେ ବାହାରି ନିକଟସ୍ଥ ହାତୀ ନଦୀରୁ ପାଣି ଆଣି ପୂଜା ମଣ୍ଡପରେ ସ୍ଥାପନା କରିଥିଲେ । ଏଥିରେ କର୍ତ୍ତା ଭାବରେ ଶ୍ରୀପତି ପଟେଲ ଏବଂ ତାଙ୍କ ପତ୍ନୀ ସୁରେଖା ପଟେଲ ଦାୟିତ୍ୱ ଗ୍ରହଣ କରିଥିଲେ ।ପୂଜକ ଭାବରେ ଶ୍ରୀଧର ତ୍ରିପାଠୀ ମୁଖ୍ୟ ଦାୟିତ୍ୱ ଗ୍ରହଣ କରି ଥିବା ବେଳେ ଆୟୋଜକ କମିଟିର ସଭାପତି ପଦ୍ମ ନାଭ ନାଗ ,ସମ୍ପାଦକ ବାମ ଦେବ ପାଢ଼ୀ ,ଉପ ସଭାପତି କଳ୍ପବଟ ପଟେଲ ,ସହ ସମ୍ପାଦକ ମନୋହର ପଟେଲ ଏବଂ କୋଷ।ଧକ୍ଷ ମହେଶ୍ୱର ସାହୁ ରହି ଥିବା ବେଳେ ଚିଲିଗୁଡା ଗ୍ରାମ ବାସୀ ବୃନ୍ଦ ଏହି କଳସ ଶୋଭା ଯାତ୍ରାରେ ସହଯୋଗ କରିଥିଲେ ।

ସୁନ୍ଦର ମୋହନ ଛତ୍ରିଆ ଙ୍କ ରିପୋର୍ଟ୍ 

Related posts

ଖଇରପଦର ସ୍କୁଲ ରେ କ୍ଲଷ୍ଟର ସ୍ତରୀୟ ନିପୁଣ ମେଳା ଅନୁଷ୍ଠିତ 

masiha

ଜିଲ୍ଲା ସ୍ତରୀୟ ସ୍ଵାଧୀନତା ଦିବସ – 2023 ଉପଲକ୍ଷେ ଭବାନୀପାଟଣା ଠାରେ ବିଭିନ୍ନ ପ୍ରତିଯୋଗିତା

Sunil Chandra Nayak

ପ୍ରବେଶ ଉତ୍ସବରେ ସମୂହ ଖଡିଛୁଅଁ କାର୍ଯ୍ୟକ୍ରମ 

Sunil Chandra Nayak

Leave a Comment

error: Content is protected !!