ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରେଲବୋର୍ଡ ଗଠନ କଲା ପରାମର୍ଶଦାତା କମିଟି

ରେଲବୋର୍ଡ ଗଠନ କଲା ପରାମର୍ଶଦାତା କମିଟି

ଜୁନାଗଡ଼,୬/୩(ମ ନି ସ) ଜୁନାଗଡ଼,ପୂର୍ବତଟ ରେଳପଥ ସମ୍ବଲପୁର ଡିଭିଜନ ପକ୍ଷରୁ ଏକ ପରାମର୍ଶଦାତା କମିଟି ଗଠନ କରିଛି । ପୂର୍ବତଟ ରେଳପଥ ଚିଠି ନଂ ଡିସିଏମ/ଏସବିପି/ଏସସିସି/୦୧/ ଡିଭିଜନ/୨୦୨୪-୨୫ରେ ପୁର୍ବତଟ ରେଳପଥ ସମ୍ବଲପୁର ଡିବିଜିନର ବାଣିଜ୍ୟ ବିଭାଗ ପରିଚାଳନା ନିର୍ଦ୍ଦେଶକ ପ୍ରବୀଣ କୁମାର ଜୁନାଗଡ଼ ରୋଡ଼ ରେଳ ଷ୍ଟେସନ ମାଷ୍ଟରଙ୍କୁ ଚିଠି ମାଧ୍ୟମରେ ଜଣାଇଛନ୍ତି । ଏହି କମିଟିରେ ବିଭିନ୍ନ ବର୍ଗରୁ ୫ ଜଣ ଲୋକଙ୍କୁ ରଖିଥିବା ଜଣାପଡିଛି । ଏଥିରେ ବଣିକ ସଙ୍ଘରୁ ପ୍ରଭାତ ଦାଶ, ଶିଳ୍ପ କ୍ଷେତ୍ରରୁ ବିଶ୍ୱରଞ୍ଜନ ପଣ୍ଡା,ଶିକ୍ଷା କ୍ଷେତ୍ରରୁ ହିମାଂଶୁ ଶେଖର ବରାଡ଼, ରାଜନୀତି କ୍ଷେତ୍ରରୁ ଜୁନାଗଡ଼ ଏନଏସି ନଗରପାଳ ମୁକେଶ ଅଗ୍ରୱାଲ, ବିଶିଷ୍ଟ ବ୍ୟକ୍ତି ମାନଙ୍କ ମଧ୍ୟରେ ପ୍ରଶାନ୍ତ କୁମାର ପଣ୍ଡା ସମେତ ୫ ଜଣଙ୍କୁ ଏହି କମିଟିରେ ସ୍ଥାନ ଦିଆଯାଇଛି । ଏହି କମିଟି ଆଗାମୀ ଦୁଇବର୍ଷ ପର୍ଯ୍ୟନ୍ତ କାର୍ଯ୍ୟ କରିବେ । ପୂର୍ବତଟ ରେଳବାଇ ପକ୍ଷରୁ କମିଟି ଗଠନ କରିଥିବାରୁ ବିଭିନ୍ନ ରେଳ ସମ୍ବନ୍ଧୀୟ ଅସୁବିଧା ର ସମାଧାନ କମିଟି ମାଧ୍ୟମରେ ହୋଇପରିବ ବୋଲି ଅଞ୍ଚଳବାସୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳି ଯାଇଛି ।

ଜୁନାଗଡ଼ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ୍ 

Related posts

ପ୍ରମାଣ ଅଭାବରୁ ପୂର୍ବତନ ଭାରପ୍ରାପ୍ତ କାର୍ଯ୍ୟ ନିର୍ବାହୀ ଅଧିକାରୀ ନିର୍ଦ୍ଦୋଷରେ ଖଲାସ।

Sunil Chandra Nayak

ପଙ୍ଗୁ କରିଦେଲା ସ୍ପାଇନଲ କଡ,ଗାଁ ଗାଁ ବୁଲି ଭିକ ମାଗି ଚଳୁଛି, ପ୍ରଶାସନ କି ମନ୍ତ୍ରୀ ଶୁଣିଲେନି ଦୁଃଖ

Sunil Chandra Nayak

ବିକାଶ ଭାରତ ସଂକଳ୍ପ ଯାତ୍ରା ନିମନ୍ତେ ପ୍ରସ୍ତୁତି ବୈଠକ

masiha

Leave a Comment

error: Content is protected !!