ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସାମାଜିକ ସାଂସ୍କୃତିକ ବିକାଶ ସଂଘ ପକ୍ଷରୁ ରଇବାରି ପଧାନଙ୍କୁ ସାହାଯ୍ୟ

ସାମାଜିକ ସାଂସ୍କୃତିକ ବିକାଶ ସଂଘ ପକ୍ଷରୁ ରଇବାରି ପଧାନଙ୍କୁ ସାହାଯ୍ୟ

ସାମାଜିକ ସାଂସ୍କୃତିକ ବିକାଶ ସଂଘ ପକ୍ଷରୁ ରଇବାରି ପଧାନ ବୟସ 75 ବର୍ଷ ଗ୍ରାମ ଦଣ୍ଡେଇମରା କଣ୍ଟପାଳ ପଞ୍ଚାୟତ କଙ୍କଡ଼ାହାଡ଼ ବ୍ଲକର ବାସିନ୍ଦା।ସ୍ବାମୀ ପ୍ରାୟ 8 ବର୍ଷ ହେବ ନାହାନ୍ତି।7 ଟି ପୁଅ ଝିଅ ମଧ୍ୟରୁ ଆଉ କେହି ନାହାଁନ୍ତି।8 ବର୍ଷ ହେବ ତାଙ୍କ ଘରେ ବିଦୁତ୍ ସଂଯୋଗ ନାହିଁ।ଗୋଟିଏ ଟର୍ଚ୍ଚ ଲାଇଟ୍ ସାହାଯ୍ୟରେ ଜୀବନ ଅତିବାହିତ କରୁଛନ୍ତି।ଯେଉଁଠାରେ ଭାଲୁ ବାରହା ଓ ହାତୀଙ୍କ ଉପଦ୍ରବ ରହିଛି।ଛପର ଘରଟିଏ।ସେଥିରେ ବର୍ଷା ଦିନରେ ପାଣି ଗଳିବା ସହିତ ପାଣି ପଶିଯାଏ।

ଖବର ପାଇ ସାମାଜିକ ସାଂସ୍କୃତିକ ବିକାଶ ସଂଘର ସଦସ୍ୟା ସୌମ୍ୟା ମିଶ୍ର ସେଠାରେ ପହଞ୍ଚି ସଂଘ ତରଫରୁ ରାସନ୍ ସାମଗ୍ରୀ ସାହାଯ୍ୟ କରିଥିଲେ।ସାମାଜିକ ସାଂସ୍କୃତିକ ବିକାଶ ସଂଘ ଢ଼େଙ୍କାନାଳ ଜିଲ୍ଲାର ଏକ ଅଗ୍ରଣୀ ସ୍ଵେଚ୍ଛାସେବୀ ଅନୁଷ୍ଠାନ ଯାହା ଢେଙ୍କାନାଳର 8 ଟି ବ୍ଲକର ସୁବିଧା ଅସୁବିଧାରେ ପହଞ୍ଚି ନିଜ ସକ୍ଷମ ଅନୁଯାୟୀ ସାହାଯ୍ୟ କରିଥାଏ।ସଂଘର ସକ୍ରିୟ ସଦସ୍ୟା ସୌମ୍ୟା ମିଶ୍ର ସମାଜସେବା କାର୍ଯ୍ୟ ପାଇଁ ଜିଲ୍ଲା ତଥା ଜିଲ୍ଲା ବାହାରେ ମଧ୍ୟ ସୁନାମ ଅର୍ଜନ କରିଛନ୍ତି। 

ଶୁଭମ୍ ପାଣି ଙ୍କ ରିପୋର୍ଟ୍ 

Related posts

ନିଖିଳ ଭାରତ ବଙ୍ଗ ସାହିତ୍ୟ ସମ୍ମିଳନୀ ପକ୍ଷରୁ ବିଜୟା ଉତ୍ସବ ପାଳିତ

Sunil Chandra Nayak

ବିପଦ ସଙ୍କୁଳନ ରେ ତସୁ(କୁଣ୍ଡା)ଚାଲାଣ

masiha

ଇନ୍‌ୱେକ୍‌ ଓମେନ୍‌ ବିଜନେସ୍‌ ମେଳାର ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ  ଇନ୍‌ୱେକ୍‌ ଓମେନ୍‌ ବିଜନେସ୍‌ ମେଳା ସାରା ଭାରତର ମହିଳା ମାନଙ୍କ ପାଇଁ ଉଦ୍ୟୋଗୀ ହେବା ପାଇଁ ପ୍ରେରଣା ପ୍ରଦାନ କରିବ

masiha

Leave a Comment

error: Content is protected !!