ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଡାବାରେ ପୋଲିସ ଚଢ଼ାଉ… ୧୨୯ ଲିଟର ବିଦେଶୀ ମଦ ଜବତ, ଜଣେ ଗିରଫ

ଡାବାରେ ପୋଲିସ ଚଢ଼ାଉ…

୧୨୯ ଲିଟର ବିଦେଶୀ ମଦ ଜବତ, ଜଣେ ଗିରଫ

 ବେଆଇନ ମଦ କାରବାର ଉପରେ ଅଙ୍କୁଶ ଲଗାଇବା ଲାଗି ଧର୍ମଗଡ ଥାନାରେ ନୂତନ ଭାବେ ଯୋଗ ଦେଇଥିବା ଥାନା ଅଧିକାରୀ ପ୍ରଶାନ୍ତ କୁମାର କୋଲାରସ ଙ୍କ ନେତୃତ୍ୱରେ ଧର୍ମଗଡ ନିକଟସ୍ଥ ଚିଲଚିଲା ଗ୍ରାମର ଏକ ଡାବାରେ ଚଢାଉ କରାଯାଇ ୧୧୯ ଲିଟର ବିଦେଶୀ ମଦ ଜବତ କରାଯାଇଛି। ଉକ୍ତ ଡାବାରେ ଦୀର୍ଘ ଦିନ ହେଲା ବେଆଇନ ଭାବେ ବିଦେଶୀ ମଦ ବିକ୍ରୀ ହେଉଥିବାର ଅଭିଯୋଗ ହୋଇ ଆସୁଥିଲା। ଗତକାଲି ରାତିରେ ଥାନା ଅଧିକାରୀ ସଦଳବଳେ ଉକ୍ତ ଡ଼ାବା ଉପରେ ଚଢ଼ାଉ କରି ବିଭିନ୍ନ ବ୍ରାଣ୍ଡ ର ୧୧୯ ଲିଟର ବେଆଇନ ବିଦେଶୀ ମଦ ଜବତ କରିବା ସହ ଏଥିରେ ସଂପୃକ୍ତ ଅଭିଯୁକ୍ତ ନାଗେଶ୍ଵର ନାଏକ (୫୭) ଙ୍କୁ ଗିରଫ କରିଥିଲେ।ଏନେଇ ଧର୍ମଗଡ ଥାନାରେ କେଶ ନମ୍ବର ୧୨୧/୨୫ ରେ ଏକ ମାମଲା ରୁଜ୍ଜୁ ହୋଇଛି।

ସୂଚନାଯୋଗ୍ୟ ଯେ, ଗତ ୨୪ ତାରିଖ ଦିନ ଧର୍ମଗଡ ଥାନା ପୋଲିସ ଏଏସଆଇ ବିରେନ୍ଦ୍ର କୁମାର ପଣ୍ଡା ଙ୍କ ନେତୃତ୍ବରେ ଧର୍ମଗଡ ଥାନା ପୋଲିସ ଧର୍ମଗଡ ନିକଟସ୍ଥ ଗୋଡଭଞ୍ଜା ଗ୍ରାମର ରଘୁ ଚନ୍ଦ୍ର ମେହେର ଙ୍କ ଘରେ ଚଢ଼ାଉ କରି ୨୯.୧୧୫ ଲିଟର ବେଆଇନ ବିଦେଶୀ ମଦ ଜବତ କରାଯାଇଥିଲା। ଏନେଇ କେଶ ନମ୍ବର ୧୧୭/୨୫ ରେ ଏକ ମାମଲା ରୁଜ୍ଜୁ କରାଯାଇ ଅଭିଯୁକ୍ତ ଙ୍କୁ କୋର୍ଟ ଚାଲାଣ କରାଯାଇଥିଲା।

ଧର୍ମଗଡ ସହର ତଥା ଆଖପାଖ ଅଞ୍ଚଳରେ ଖୁଲମ୍ ଖୁଲା ବେଆଇନ୍ ଦେଶୀ ଓ ବିଦେଶୀ ମଦ ବିକ୍ରି ବଢି ଚାଲିଥିବା ବେଳେ ଏହା ଉପରେ ପୋଲିସ ଓ ଅବକାରୀ ବିଭାଗ ଦୃଷ୍ଟି ଦେଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସର୍ବ ସାଧାରଣରେ ଦାବୀ ହେଉଛି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ଯୁବତୀଙ୍କୁ ଅପହରଣ କରି ଧର୍ଷଣ କରାଯାଇଥିବା ନେଇ ଥାନାରେ ଏତଲା 

masiha

ପ୍ରେମିକାର ମୃତ ଦେହ ସହ ପ୍ରେମିକର ରକ୍ତାକ୍ତ ଶରୀର ଉଦ୍ଧାର

Sunil Chandra Nayak

କଳାହାଣ୍ଡି ରେ ଚାଞ୍ଚଲ୍ୟ , ଧର୍ମଗଡ ଥାନା ବାଞ୍ଜିପଦର ଗାଁ ନିକଟରୁ ପ୍ରେମୀ ଯୁଗଳଙ୍କ ଗଳିତ ଶବ ଉଦ୍ଧାର

Leave a Comment

error: Content is protected !!