ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୭୮ତମ ଜିଲ୍ଲା ପରିଷଦ ବୈଠକ ଅନୁଷ୍ଠିତ

୭୮ତମ ଜିଲ୍ଲା ପରିଷଦ ବୈଠକ ଅନୁଷ୍ଠିତ 

ରାୟଗଡ ତା.୦୬/୦୩-ରାୟଗଡ ଜିଲ୍ଲା ପରିଷଦର ୭୮ତମ ବୈଠକ ଆଜି ଅଧ୍ୟକ୍ଷl ସୁଶ୍ରୀ ସରସ୍ୱତୀ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଆଜିର ଏହି ବୈଠକରେ, ମାନ୍ୟବର ଲୋକ ସଭା ସାଂସଦ ସପ୍ତଗିରି ଉଲ୍ଲକା,ମାନ୍ୟବର ବିଧାୟକ, ରାୟଗଡ, ଶ୍ରୀଯୁକ୍ତ ମକରନ୍ଦ ମୁଦୁଲି, ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନ ,ଜିଲ୍ଲାମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ, ଜିଲ୍ଲାପରିଷଦ ନିହାର ରଞ୍ଜନ କହଁର , ଉପାଧ୍ୟକ୍ଷ ସନ୍ତୋଷ ସୁନା, ପରିଷଦର ସମସ୍ତ ସଦସ୍ୟ/ସଦସ୍ୟା, ପଞ୍ଚାୟତ ସମିତି ଅଧ୍ୟକ୍ଷ/ ଅଧ୍ୟକ୍ଷା ବିଭିନ୍ନ ବିଭାଗୀୟ ଅଧିକାରୀ ମାନେ ଯୋଗ ଦେଇଥିଲେ । ପ୍ରଥମେ ଜିଲ୍ଲାପାଳ ତାଙ୍କ ଅଭିଭାଷଣ ରେ ଜିଲ୍ଲାରେ ହୋଇଥିବା ବିକାଶ ପାଇଁ ପୁରସ୍କୃତ ହୋଇଥିବା ବିବରଣୀ ଯଥା ଆମ ହସ୍ପିଟାଲ, ମିଲେଟ ମିଶନ, ଭୂମି ସମ୍ମାନ, ସହ ରାଜ୍ୟ ସରକାରଙ୍କ ଦ୍ବାରା ୨୧୪ଟି ବିଦ୍ୟାଳୟ ,୩୪ ମହା ବିଦ୍ୟାଳୟ 5Tରେ ଅନ୍ତର୍ଭୁକ୍ତ କରାଯାଇଛି। ମାଁ ମଝିଘରୀଆଣୀ ମନ୍ଦିର ଉନ୍ନତି କରଣ ନିମନ୍ତେ ୨୬ କୋଟି ଟଙ୍କା ର ଅନୁଦାନ ପ୍ରଦାନ କରାଯାଇଛି। ମୁନିଗୁଡା ଏବଂ କୋଲନରା ଠାରେ ଆମ ବସଷ୍ଟାଣ୍ଡ କରାଯାଇଛି। ଛାତ୍ରଛାତ୍ରୀ ନିମନ୍ତେ ଜିଲ୍ଲାରେ ପ୍ଳାନଟୋରିୟମ ନିର୍ମାଣ କରାଯାଇଛି। ଦୁଇଟି ଇଣ୍ଡୋର ଷ୍ଟାଡିୟମ ନିର୍ମାଣ କରାଯାଇଛି। ଗୁଣୁପୁର ଚିକିତ୍ସାଳୟରେ ଠାରେ ଡାୟଲେସିସ ସେଣ୍ଟର କାର୍ଯ୍ଯକ୍ଷମ କରାଯାଇଛି ବୋଲି ଜିଲ୍ଲାପାଳ ସୂଚନା ଦେଇଥିଲେ। ଆଜିର ଏହି ବୈଠକରେ ମୁଖ୍ୟତଃ କୃଷି,ସ୍ୱାସ୍ଥ୍ୟ,ସାଧାରଣ ବଣ୍ଟନ ବ୍ୟବସ୍ଥା, ଗ୍ରାମ୍ୟଜଳଯୋଗାଣ, ଜଳଛାୟା, ଉଦ୍ୟାନ ବିଭାଗ,ମହିଳା ଓ ଶିଶୁ ବିକାଶ,ବିଦ୍ୟାଳୟ ଓ ଗଣଶିକ୍ଷା, ମଙ୍ଗଳ ବିଭାଗ ବିଦ୍ୟାଳୟ, ଗ୍ରାମୀୟ ନିର୍ମାଣ, ଶିଶୁ ସୁରକ୍ଷା, ମହିଳା ଓ ଶିଶୁ ବିକାଶ, ମଧ୍ୟମ ଜଳସେଚନ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତି କରଣ, ଟାଟା ପାୱାର(ବିଦ୍ୟୁତ ), ପଂଚାୟତ ରାଜ ଓ ଜଳଯୋଗାଣ କାର୍ଯ୍ୟ, ସମବାୟ, ମତ୍ସ୍ୟ ବିଭାଗ, ପ୍ରାଣୀ ଚିକିତ୍ସା ବିଭାଗ,ଆଞ୍ଚଳିକ ଶିଳ୍ପ କେନ୍ଦ୍ର, ନିଯୁକ୍ତି ଓ ଦକ୍ଷତା ବିକାଶ ବିଭାଗ,ମେଗାଲିଫ୍ଟ ଓଉଠା ଜଳସେଚନ ଉପରେ ଆଲୋଚନା କରିଥିଲେ । କୃଷି ବିକାଶ ଉପରେ ଆଲୋଚନା ବେଳେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଜିଲ୍ଲାରେ ଖରିଫ ଋତୁରେ- ୨୦୨୩ ନିମନ୍ତେ ଧାର୍ଯ୍ୟ କରାଯାଇଥିବା ବିଭିନ୍ନ ଫସଲର ବିବରଣୀ, ଜଳସେଚନ, ବିହନ ବଣ୍ଟନ, ସାର ୱାରୀ ଯୋଜନା, କୃଷି ଯାନ୍ତ୍ରିକ କରଣର ଲକ୍ଷ ଧାର୍ଯ୍ୟ ଏବଂ ହାସଲ ଓ ବିଭିନ୍ନ ଯୋଜନାର ପଦକ୍ଷେପ ତଥା ଅଗ୍ରଗତି ସମ୍ୱନ୍ଧରେ ଓ଼ ତାଲିମ ବ୍ୟବସ୍ଥା ଉପସ୍ଥାପନା କରିଥିଲେ ।

କୃଷି ବିଭାଗ ତରଫରୁ ବିଭିନ୍ନ ଫସଲ ୨୦୨୩ରେ ୧ ଲକ୍ଷ ୯୩ହଜାର ହେକ୍ଟର ଲକ୍ଷ ଧାର୍ଯ୍ୟ କରାଯାଇଥିବା ବେଳେ ୧ଲକ୍ଷ ୯୪ହଜାର ୨ଶହ ୮୭ହେକ୍ଟର ଲକ୍ଷ ହାସଲ କରାଯାଇଛି। ତେବେ ରବି ଋତୁରେ ୪୨ହଜାର ୪ଶହ ୨୦ହେକ୍ଟର ଲକ୍ଷ ଧାର୍ଯ୍ୟରୁ ୩୯ ହଜାର ୩ଶହ ୬୪ ହେକ୍ଟରଲ ଲକ୍ଷ୍ୟ ହାସଲ ହେଇଥିବ ମୁଖ୍ୟ କୃଷି ଅଧିକାରୀ ପ୍ରକାଶ କରିଥିଲେ l ସେହିପରି ଉଦ୍ୟାନ କୃଷି ବିଭାଗ ତରଫରୁ ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ସରକାରୀ ଯୋଜନା ଅନ୍ତର୍ଗତ ବିଭିନ୍ନ ଫଳ ଚାଷ ନିମନ୍ତେ ଯୋଗାଇଦିଆଯାଉଥିବା ଚାରା ଓ଼ ମଞ୍ଜି ବିଷୟରେ ଉପସ୍ଥାପନା କରିଥିଲେ l ଜିଲ୍ଲା ଯୋଗାଣ ବିଭାଗ ତରଫରୁ ରାଜ୍ୟ ଯୋଜନା, ଜାତୀୟ ଖାଦ୍ୟ ନିରାପତ୍ତା ମିଶନ ଆଦି ଯୋଜନା ବିଷୟରେ ଉପସ୍ଥାପନା କରିଥିଲେ lସ୍ୱାସ୍ଥ୍ୟ ବିଭାଗ ଉପରେ ଆଲୋଚନାରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ସ୍ୱାସ୍ଥ୍ୟ ବିଭାଗ ତରଫରୁ ନିଆଯାଇଥିବା ପଦକ୍ଷେପ ଉପରେ ବୈଠକରେ ଉପସ୍ଥାପନା କରିଥିଲେ ।

ଜିଲ୍ଲାରେ ମଞ୍ଜୁରୀ ପ୍ରାପ୍ତ ଡାକ୍ତର ୪ ଶହ ୬୨ ଜଣ ଆବଶ୍ୟକରୁ କେବଳ ୧ଶହ ୬୨ କାର୍ଯ୍ୟରତ ଅଛନ୍ତି। ବଳକା ୩୦୧ ଜଣ ଡାକ୍ତର ଜିଲ୍ଲା ପାଇଁ ଆବଶ୍ୟକ ରହିଛି । ଏହି ଜିଲ୍ଲାର ପ୍ରସୂତୀ ମାଆ ମାନଙ୍କୁ ସ୍ୱାସ୍ଥ୍ୟ ସେବା ସଠିକ ଭାବରେ ଯୋଗାଇବା ନିମନ୍ତେ ଓ ଆବଶ୍ୟକ ଡାକ୍ତର ପଦଵୀ ପୂରଣ ନିମନ୍ତେ ପଦକ୍ଷେପ ନେଵାକୁ ମାନ୍ୟବର ସଦସ୍ୟ ମାନେ ଅନୁରୋଧ କରିଥିଲେ l ସେହପରି ଜିଲ୍ଲାରେ ସାଧାରଣ ବଣ୍ଟନ ବ୍ୟବସ୍ଥାରେ ହିତାଧିକାରୀ ମାନଙ୍କୁ ଦିଆଯାଇଥିବା ଖାଦ୍ୟ,ଆର୍ଥିକ ବର୍ଷ- ୨୦୨୩ରେ ଧାନ ସଂଗ୍ରହ ଉପରେ ଜିଲ୍ଲା ଯୋଗାଣ ଅଧିକାରୀ ଉପସ୍ଥାପନା କରିଥିଲେ । ଜିଲ୍ଲାରେ ଖରିଫ ଋତୁରେ ୧୦,୫୦,୭୪୬.୨୬୯କ୍ୱିଣ୍ଟାଲ ଧାନ ଲକ୍ଷ ଧାର୍ଯ୍ୟରୁ ୯,୧୮,୨୧୯.୪୩ କ୍ୱିଣ୍ଟାଲ ଧାନ ୧୬୩୧୧ ଚାଷୀଙ୍କଠାରୁ ସଂଗ୍ରହ କରାଯାଇଥିବା ମୁଖ୍ୟ ଯୋଗାଣ ଅଧିକାରୀ ପ୍ରକଶ କରିଥିଲେ l ଜିଲ୍ଲାରେ ଅନ୍ତୋଦ୍ୱୟ ଅନ୍ନ ଯୋଜନା, ଅର୍ନପୂର୍ଣ୍ଣା, ଆଗ୍ରାଧିକାର ପରିବାର ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ଚାଉଳ ଓ କିରୋସିନ ଦିଆଯାଉଛି l ଏହା ସହିତ ଗତ ୨୮ /୦୨/୨୦୨୪ ସୁଦ୍ଧା ଜାତୀୟ ଖାଦ୍ୟ ସୁରକ୍ଷାରେ ୧ ଲକ୍ଷ ୯୧ହଜାର ୨ଶହ ୭୨ ପରିବାର ଙ୍କୁ ଏବଂ ରାଜ୍ୟ ଖାଦ୍ୟ ସୁରକ୍ଷାରେ ୩ ହଜାର ୨ଶହ ୮ଟି ପରିବାରଙ୍କୁ ୧ହଜାର ଟଙ୍କା ଆର୍ଥିକ ସହାୟତା ଦିଆଯାଉଅଛି। ଏହା ସହିତ ଜିଲ୍ଲା ଗ୍ରାମ୍ୟ ଜଳ ଯୋଗାଣ ବିଭାଗ ଓ ପାନୀୟ ଜଳ ତରଫରୁ ଜିଲ୍ଲାରେ ପାନୀୟ ଜଳ ଯୋଗାଣ ଉପରେ ନିଆଯାଉଥିବା କାର୍ଯ୍ୟକ୍ରମ ଉପରେ ଉପସ୍ଥାପନ କରିଥିଲେ l ସେହି ସମୟରେ ସଦସ୍ୟ ମାନେ ଜଳ ଯୋଗାଣ ନିମନ୍ତେ ଅସନ୍ତୋଷ ପ୍ରକାଶ କରିଥିଲେ। କାରଣ ବର୍ତ୍ତମାନ ଠାରୁ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଜଳର ସମସ୍ୟା ସୃଷ୍ଟି ସୋଇଛି ତୁରନ୍ତ ପଦକ୍ଷେପ ନେବା ପାଇଁ ଅନୁରୋଧ କରିଥିଲେ। ଜିଲ୍ଲାରେ ଆର୍ଥିକ ୨୦୨୩-୨୪ ଆର୍ଥିକ ବର୍ଷରେ ଜିଲ୍ଲାର ୨ଲକ୍ଷ ୩୫ ହଜାର ୬ଶହ ୪୪ ଗୃହ କୁ ପାନୀୟ ଜଳଯୋଗାଣ ନିମନ୍ତେ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବା ବେଳେ ବର୍ତ୍ତମାନ ୧ଲକ୍ଷ ୭୫ ଜହାଜ ୮୫ଗୃହ କୁ ପାଇପ୍ ଯୋଗେ ପାନୀୟ ଜଳ ଯୋଗାଣ କରାଯାଇଛି ବୋଲି ଗ୍ରାମ୍ୟ ଜଳ ଯୋଗାଣ ନିର୍ବାହୀ ଯନ୍ତ୍ରୀ ପ୍ରକାଶ କରିଥିଲେ। ସେହିପରି ଶିକ୍ଷା ବିଭାଗ , ମଙ୍ଗଳ ବିଭାଗ, ସାମାଜିକ ସୁରକ୍ଷା, ଜଙ୍ଗଲ, ପଶୁ ସଂପଦ ବିଭାଗ ଏବଂ ପଞ୍ଚାୟତ ରାଜ ବିଭାଗର ବିଭିନ୍ନ ଗୁରୁତ୍ୱ ପୁର୍ଣ୍ଣ ବିଷୟରେ ଆଲୋଚନା କରିଥିଲେ। ଏହି କାର୍ଯ୍ୟକ୍ରମରେ ସମସ୍ତ ଜିଲ୍ଲା ଏବଂ ଉପଖଣ୍ଡ ସ୍ତରୀୟ ଅଧିକାରୀ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

ରାୟଗଡ଼ା ରୁ ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଵହଳଦାର ଅଧିଷ୍ଠାତ୍ରୀ ଦେବୀ ମା’ କିଚକେଶ୍ବରୀ ମନ୍ଦିର ଉନ୍ନତ୍ତି କରଣ ପାଇଁ ମୁଖ୍ୟମନ୍ତ୍ରୀଙ୍କ ୨୦’ ଲକ୍ଷ ଟଙ୍କା ଅନୁଦାନ ନେଇ ଅଂଚଳବାସୀକ ତରଫରୁ ଧନ୍ୟବାଦ ଅର୍ପଣ 

Sunil Chandra Nayak

ନିଶା ଦ୍ରବ୍ୟର ସେବନ ତଥା ଅବୈଧ କାରବାର ବିରୋଧ ଆନ୍ତର୍ଜାତୀୟ ଦିବସ

Sunil Chandra Nayak

ରାଇରଙ୍ଗପୁର ଓକିଲ ସଂଘ ସଭାପତି ଭାବେ ୫ମ ଥର ପାଇଁ ଅକ୍ଷୟ ମହାନ୍ତି

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort