ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ସହାୟତା ବଣ୍ଟନ ଶିବିର 

ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ସହାୟତା ବଣ୍ଟନ ଶିବିର 

ଡାବୁଗାଁ, ୬/୩ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସମ୍ମିଳନୀ କକ୍ଷରେ ଜିଲା ଶ୍ରମ ବିଭାଗ ତରଫରୁ ନିର୍ମାଣ ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ସହାୟତା ବଣ୍ଟନ ଶିବିର ମଣ୍ଡଳ ଶ୍ରମ ଆୟୁକ୍ତ କୁବେର ବେହେରାଙ୍କ ଅଧ୍ୟକ୍ଷତାରେ ବୁଧବାର ଅନୁଷ୍ଠିତ ହୋଇଯାଇଛି | ଏଥିରେ ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନାରେ ଥିବା ବିଭିନ୍ନ ସହାୟତା ଗୁଡିକ ଉପରେ ଶ୍ରମିକ ମାନଙ୍କୁ ଅତିଥି ମାନେ ନିଜ ନିଜ ବକ୍ତବ୍ୟରେ ବୁଝାଇଥିଲେ | ଏଥିରେ ନୂତନ ପରିଚୟ ପତ୍ର ୩୦୦ ଜଣ, ବିବାହ ସହାୟତା ୧୯୬ ଜଣ ଙ୍କୁ ୯୭ ଲକ୍ଷ ୫୦ ହଜାର, ପ୍ରସବକାଳୀନ ସହାୟତା ୨୮ ଜଣଙ୍କୁ ୨ଲକ୍ଷ ୮୦ ହଜାର, ଶିକ୍ଷା ସହାୟତା ୫୯ ଜଣଙ୍କୁ ୨ ଲକ୍ଷ ୫୨ ହଜାର ୪୦୦ , ମୃତ୍ୟୁ କାଳୀନ ସହାୟତା ୩୦ ଜଣଙ୍କୁ ୫୯ ଲକ୍ଷ ଓ ଅନ୍ତେଷ୍ଟିକ୍ରିୟା ସହାୟତା ୨୫ ଜଣ ଙ୍କୁ ୧ଲକ୍ଷ ୨୫ ହଜାର ସହାୟତା ରାଶି ପ୍ରଦାନ କରଯାଇଥିଲା | ଏଭଳି ୬୩୮ ଜଣ ହିତାଧିକାରୀ ଙ୍କୁ ୧ କୋଟୋ ୬୩ ଲକ୍ଷ ୭ ହାଜର ୪୦୦ ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯାଇଛି | ଏଥିରେ ମୁଖ୍ୟ ଅତିଥି ଭାବ ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ, ଜିଲା ପରିଷଦ ସଭ୍ୟ ଧନସିଂ ଭତରା ଓ ଗୁପ୍ତ ବିଶୋୟୀ, ଓଡିଶା ନିର୍ମାଣ ଶ୍ରମିକ ସଂଘ ଜିଲା ସମ୍ପାଦକ ରାଜେଶ ଜାନୀ, ଡାବୁଗାଁ ସହକାରୀ ଶ୍ରମ ଅଧିକାରୀ ମୀନା କୁମାରୀ ମାଝି, ଉମରକୋଟ ସହକାରୀ ଶ୍ରମ ଅଧିକାରୀ ମାନସ ରଞ୍ଜନ ଖୋସଲା, ପାପଡାହାଣ୍ଡି ସହକାରୀ ଶ୍ରମ ଅଧିକାରୀ ସଂଗ୍ରାମ ଭୂମିଆ, ମଙ୍ଗଳ ସଂଯୋଜକ କେ. ଡିଲିଶ୍ଵର ରାଓ, ଧୋବେନ୍ଦ୍ର ଜୋଶୀ, ଅଭିମନ୍ୟୁ ଟାକ୍ରି, ଜଗନ୍ନାଥ କଲାର ଓ ଥ୍ରଭୂ ହରିଜନ ପ୍ରମୁଖ ଉପସ୍ଥିତ ଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ଵାସିଙ୍ଗି ରେ ଟିଭିଏସ୍ ଏକ୍ସେଲକୁ ପଛରୁ ପିଟିଲା ନୂଆ ହାଇଭା,ଟିଭିଏସ୍ ଆରୋହୀ ମୃତ; କ୍ଷତିପୂରଣ ଦାବିରେ ଜାତୀୟ ରାଜପଥ ଅବରୋଧ

masiha

ମାଣ୍ଡିଆ ଚାଷର ପୁନରୁଦ୍ଧାର ଜୀବିକାର୍ଜନ କ୍ଷେତ୍ରରେ ସୃଷ୍ଟି କରିଛି ନୂଆ ସମ୍ଭାବନା

masiha

ଜାତୀୟ ସ୍ୱାସ୍ଥ୍ୟ ମିଶନ ନିର୍ଦ୍ଦେଶିକା ଙ୍କ ଯାଜପୁର ଜିଲ୍ଲା ଗସ୍ତ

masiha

Leave a Comment

error: Content is protected !!