ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆଦର୍ଶ ପାଠାଗାରର ୩୦ତମ ପୁସ୍ତକ ମେଳାର ଦ୍ବିତୀୟ ଦିନ…..

ଆଦର୍ଶ ପାଠାଗାରର ୩୦ତମ ପୁସ୍ତକ ମେଳାର ଦ୍ବିତୀୟ ଦିନ…..

ଓଡ଼ିଆ ଭାଷା ବିକାଶ ମଞ୍ଚର ଆଲୋଚନାଚକ୍ର ଓ କବିତା ପାଠୋତ୍ସବ

ରାଉରକେଲା : ଆଦର୍ଶ ପାଠାଗାର ଆୟୋଜିତ ୩୦ତମ ରାଉରକେଲା ପୁସ୍ତକମେଳାର ଦ୍ବିତୀୟ ଦିବସରେ ଓଡ଼ିଆ ଭାଷା ବିକାଶ ମଞ୍ଚର ସାହିତ୍ୟ ସଭା ଓ କବିତା ପାଠୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମଞ୍ଚର ସଭାପତି ଶିକ୍ଷାବିତ ପ୍ରଶାନ୍ତ କୁମାର ପତିଙ୍କ ସଭାପତିତ୍ବ ଓ ସାଧାରଣ ସମ୍ପାଦକ ଆର୍ତ୍ତତ୍ରାଣ ମହାପାତ୍ର ଙ୍କ ଆବାହକତ୍ଵରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଆଲୋଚକ ଭାବେ ଓଡ଼ିଆ ବିଭାଗର ପ୍ରାଧ୍ୟାପକ ଡ଼ଃ ଅଶ୍ବିନୀ କୁମାର ରାୟ ଆଲୋଚକ ଭାବେ ଯୋଗଦେଇ ଆଲୋଚ୍ୟ ବିଷୟ ଭଗବତୀଙ୍କ ସାହିତ୍ୟାଦର୍ଶ ସମ୍ପର୍କରେ ଆଲୋଚନା କରିଥିଲେ। ସେ ତାଙ୍କ ବକ୍ତବ୍ୟରେ କହିଲେ ଯେ ଭଗବତୀ ଥିଲେ ବାସ୍ତବବାଦୀ ସାହିତ୍ୟ ଚେତନାର ଉନ୍ମୋଚକ ଓ ନାନ୍ଦିକାର। ଓଡ଼ିଆ ସାହିତ୍ୟର ମୋଡ ତାଙ୍କ ଠାରୁ ଆରମ୍ଭ ହୋଇଥିଲା । ସଭାପତି ଶ୍ରୀ ପତି ଅନୁଷ୍ଠାନର ଆଭିମୁଖ୍ୟ ଓ ସମ୍ପାଦକ ଶ୍ରୀ ମହାପାତ୍ର ଅତିଥି ପରିଚୟ ସହ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। ଦ୍ବିତୀୟ ପର୍ଯ୍ୟାୟରେ ସୁଶାନ୍ତ କୁମାର ନାୟକଙ୍କ ସଂଯୋଜନାରେ କବିତା ପାଠୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କବିତା କବିତାରେ ଗାନ୍ଧୀଙ୍କ ସମ୍ପର୍କିତ କବିତା ପାଠରେ ସହରର ବହୁ କବି ସ୍ବରଚିତ କବିତା ପାଠ କରିଥିଲେ । କବି ବଳରାମ ରାଉଳ ଧନ୍ୟବାଦ ଅର୍ପଣ କରିଥିଲେ। ସେହିପରି ଦ୍ବିତୀୟ କାର୍ଯ୍ୟକ୍ରମ ଭଜନ ପ୍ରତିଯୋଗିତା ସମ୍ପର୍କରେ ପ୍ରାକ ସୂଚନା ଓ ଅତିଥି ପରିଚୟ ଅଧ୍ୟାପକ କରୁଣାକର ପାଟ୍ଟଶାଣୀ ଦେଇଥିଲେ । ବରିଷ୍ଠ ଉପସଭାପତି ବାଉରୀବନ୍ଧୁ ସାହୁ ଙ୍କ ସଭାପତିତ୍ବରେ ଡ଼ଃ ଅଶ୍ବିନୀ କୁମାର ରାୟ ଅତିଥି ଓ ଉଦଘାଟକ ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମ କୁ ଉଦଘାଟନ କରିଥିଲେ । ସେହିପରି ଭଜନ ପ୍ରତିଯୋଗିତାରେ ବିଚାରକ ଭାବେ କଣ୍ଠଶିଳ୍ପୀ ଭାସ୍କର ପୁହାଣ ଓ ସୁଶ୍ରୀ ସ୍ତୁତି ପ୍ରିୟା ଦାୟିତ୍ଵ ତୁଲାଇଥିଲେ। ଗୁରୁ ଫକୀର ପତି, ଗୁରୁ ଜଗନ୍ନାଥ ଦାସ ବାଦ୍ୟଯନ୍ତ୍ର ରେ ସହଯୋଗ କରିଥିଲେ। ଏହି ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀଙ୍କୁ ପୁସ୍ତକ ମେଳା ର ଉଦଯାପନୀ କାର୍ଯ୍ୟକ୍ରମରେ ସମ୍ମାନିତ କରାଯିବ ବୋଲି ସୂଚନା ମିଳିଛି। ଅନ୍ୟମାନଙ୍କ ମଧ୍ୟରେ ପାଠାଗାରର କାର୍ଯ୍ୟକାରୀ ସଭାପତି ରାଧାକାନ୍ତ ମିଶ୍ର, ସାଧାରଣ ସମ୍ପାଦକ ସୁକାନ୍ତ ଚନ୍ଦ୍ର ଖୁଣ୍ଟିଆ,ବିଜୟ ପାତ୍ର, ପର୍ଶୁରାମ ପଟ୍ଟନାୟକ,କରୁଣାକର ପାଟ୍ଟଶାଣି, ପ୍ରଦୀପ କୁମାର ପଟ୍ଟନାୟକ, କୁଞ୍ଜବିହାରୀ ରାଉତ, ପଞ୍ଚାନନ ପାତ୍ର, ପ୍ରଳୟ ଶତପଥି ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ। ଶେଷରେ ବିଜୟ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ନର୍ଲା ବ୍ଲକକୁ ଦୁର୍ନୀତି ମୁକ୍ତ କରିବାକୁ ବିଜେପି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ ଏବଂ ଦାବୀ ପତ୍ର ପ୍ରଦାନ 

Sunil Chandra Nayak

ଓଡ଼ିଆ ପରମ୍ପରାର ପୂଣ୍ୟ ପର୍ବ ଚନ୍ଦନ ଯାତ୍ରା : ଅସ୍ତି ଚନ୍ଦନ ଯାତ୍ରା ଉଦଘାଟିତ 

masiha

କାମାକ୍ଷାନଗର ରେ ବିଶ୍ୱ ବରା ଦିବସ

Sunil Chandra Nayak

Leave a Comment

error: Content is protected !!