ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆମ ସଂସ୍କୃତି ଆମ ଖେଳନା କାର୍ଯ୍ୟକ୍ରମ 

ଆମ ସଂସ୍କୃତି ଆମ ଖେଳନା କାର୍ଯ୍ୟକ୍ରମ 

ରାଉରକେଲା: ସରଣ୍ଡାପୋଷ ସରକାରୀ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ପାର୍ବତୀ ରଣା ଙ୍କ ଅଧ୍ୟକ୍ଷତାରେ ଆମ ସଂସ୍କୃତି ଆମ ଖେଳନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପ୍ରାକ୍ତନ ପ୍ରଧାନଶିକ୍ଷକ ଶ୍ରୀ ଚରଣ ରାଉତ,ଚାନ୍ଦିପୋଷ ସରକାରୀ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ବିଳାଶମଣୀ ଟୁଡୁ ଆର, ସରକାରୀ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ମାସିପ୍ରକାଶ ଗୁଡିଆ, ଜଗଦିଶପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ନଳିନୀ ବିଶ୍ବାଳ,ସରଣ୍ଡାମାଳ ପ୍ରାଥମିକ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ଶଙ୍କର୍ଷଣ ରାଉତ, ୱାଡ ମେମ୍ବର ରାଜକୁମାର କିଶାନ, ସ୍କୁଲ କମିଟିର ଅଧ୍ୟକ୍ଷ ଯମୁନା କିଶାନ ଓ ଗ୍ରାମର ମାନ୍ୟଗଣ୍ୟ ବ୍ୟକ୍ତିମାନେ ଉପସ୍ଥିତ ରହି ବକ୍ତବ୍ୟ ପ୍ରଦାନ କରିଥିଲେ। ଏହି ଅବସରରେ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଶେଷରେ ସହକାରୀ ଶିକ୍ଷୟିତ୍ରୀ ସୁନିତା ଟପ୍ପୋ ଧନ୍ୟବାଦ ଅର୍ପଣ କରିଥିଲେ। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

 

Related posts

ପଞ୍ଚାୟତ ସମିତି ସରକାରୀ ଉଚ୍ଚ ବିଦ୍ୟାଳୟ ନର୍ଲାର ବାର୍ଷିକୋତ୍ସବ ମହାସମାରୋହରେ ପାଳିତ

Sunil Chandra Nayak

ବିଦ୍ୟୁତ୍ ଟ୍ରାନ୍ସଫର୍ମର ଲଗେଇବାକୁ ଦାବି

masiha

ଆଦର୍ଶ ଶିକ୍ଷକ ସତ୍ୟାନନ୍ଦ ଦାସଙ୍କ ପରଲୋକ 

masiha

Leave a Comment

error: Content is protected !!