ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶିକ୍ଷା ବିଭାଗରେ କୋଟି କୋଟି ଟଂକା ଖର୍ଚ୍ଚ କାହା ସ୍ୱାର୍ଥରେ ? ଅବ୍ୟବସ୍ଥା ଘେରରେ ଚାଲିଛି ବିଦ୍ୟାଳୟ

ଶିକ୍ଷା ବିଭାଗରେ କୋଟି କୋଟି ଟଂକା ଖର୍ଚ୍ଚ କାହା ସ୍ୱାର୍ଥରେ ? ଅବ୍ୟବସ୍ଥା ଘେରରେ ଚାଲିଛି ବିଦ୍ୟାଳୟ

ନର୍ଲା: ବିଦ୍ୟାଳୟ ଓ ଶିକ୍ଷାର ବିକାଶ ସକାଶେ ସରକାର କୋଟି କୋଟି ଟଂକା ଖର୍ଚ୍ଚ କରୁଛନ୍ତି। ଶିକ୍ଷା ମାଧ୍ୟମରେ ଏକ ସୁସ୍ଥ ସମାଜର ଗଠନ ପାଇଁ ରାଜ୍ୟ ସରକାର ଆଗେଇ ଆସିଥିବାର ଡଣ୍ଡିମ ପିଟୁଥିବା ବେଳେ ପ୍ରାଥମିକ ସ୍ତରରେ ଅନେକ ସ୍କୁଲରେ ଶିକ୍ଷକଙ୍କ ଅଭାବ, ଶ୍ରେଣୀ କୋଠରୀର ଅଭାବ ତ କେଉଁଠି ଛାତ୍ରଛାତ୍ରୀ ଅଭାବର ସମସ୍ୟା ଦେଖାଦେଇଛି।ଏ‌ହିପରି ଏକ ଅବ୍ୟବସ୍ଥା ଘେରରେ ଚାଲିଛି ନର୍ଲା ଉପରପଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ। ଏଠାରେ ଶ୍ରେଣୀ କୋଠରୀର ଅଭାବ ଯୋଗୁଁ ବାଟିକାରୁ ଚତୁର୍ଥ ଶ୍ରେଣୀ ପର୍ଯ୍ୟନ୍ତ ଗୋଟିଏ କୋଠରୀରେ ଶିଶୁମାନେ ପାଠ ପଢ଼ୁଛନ୍ତି। ସେହିଭଳି ଷଷ୍ଠ ଠାରୁ ଅଷ୍ଟମ ଶ୍ରେଣୀ ଯାଏଁ ଗୋଟିଏ କୋଠରୀ ମଧ୍ୟରେ ପିଲାମାନେ ପାଠ ପଢ଼ୁଛନ୍ତି।ପଞ୍ଚମ ଶ୍ରେଣୀର ଛାତ୍ରଛାତ୍ରୀମାନେ ସ୍କୁଲ ବାରଣ୍ଡାରେ ପାଠ ପଢ଼ୁଛନ୍ତି। ଏହି ବିଦ୍ୟାଳୟରେ ମୋଟ ୧୨୮ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିବା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅର୍ଜୁନ ବାଗ କହିଛନ୍ତି। ଏସବୁ ଅସୁବିଧା ସମ୍ପର୍କରେ ଅନେକ ଗୁହାରି ହୋଇଛି। ବିଦ୍ୟାଳୟର ସଭାପତିଙ୍କ କହିବା ଅନୁଯାୟୀ ସ୍ଥାନୀୟ ବିଧାୟିକା ମନୋରମା ମହାନ୍ତିଙ୍କୁ ଶ୍ରେଣୀ କୋଠରୀର ଅଭାବ ଦେଖାଇ ଲିଖିତ ଅନୁରୋଧ କରାଯାଇଛି କିନ୍ତୁ ଏପର୍ଯ୍ୟନ୍ତ ଏହାର ସମାଧାନ ହୋଇ ନାହିଁ। ବିଦ୍ୟାଳୟ ସହ ସଂପୃକ୍ତ ସିଆରସିସି କ୍ଷୀର ସିନ୍ଧୁ ବାଗଙ୍କ କହିବା ଅନୁଯାୟୀ ନର୍ଲା ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ ଏକ ବର୍ଷ ହେଲା ବିଦ୍ୟାଳୟର ଶ୍ରେଣୀ ଗୃହ ଅଭାବ ସମ୍ପର୍କରେ କୁହାଯାଇଛି ତେବେ ଏପର୍ଯ୍ୟନ୍ତ ପଦକ୍ଷେପ ଶୂନ ବୋଲି କହନ୍ତି। ଏହି ବିଦ୍ୟାଳୟର ଅବ୍ୟବସ୍ଥାକୁ ନଜରରେ ରଖି ପ୍ରଶାସନ ପକ୍ଷରୁ କୌଣସି ପଦେକ୍ଷପ ନିଆଯିବ ନାହିଁ ତେବେ ଆଗାମୀ ଦିନରେ ଆନ୍ଦୋଳନକୁ ଅଭିଭାବକ ଓ ଶିକ୍ଷାପ୍ରେମୀ ଓହ୍ଲାଇବେ ବୋଲି ଚେତାବନୀ ଦିଆଯାଇଛି। 

ଦୀପକ ଠାକୁର ଙ୍କ ରିପୋର୍ଟ୍ 

Related posts

ବୁଥ ସ୍ତରୀୟ ଅଧିକାରୀ ଙ୍କୁ ନେଇ ବୈଠକ 

masiha

ନୂଆପଡ଼ାରେ ସାମାଜିକ ସୁରକ୍ଷା ଯୋଜନାର ସମୀକ୍ଷା କଲେ ଜିଲ୍ଲାପାଳ l ଜିଲ୍ଲାରେ ଆରମ୍ଭ ହେବ” ଦିବ୍ୟାଙ୍ଗ ସହାୟତା ଅଭିଯାନ” l ପ୍ରଥମ “ଦିବ୍ୟାଙ୍ଗ ମିତ୍ର ପୁରସ୍କାର ” ରେ ପିଲାଲାଲ ଜଗତ ସମ୍ମାନିତ ହେଲେ 

Sunil Chandra Nayak

ଭୋଟର ତାଲିକା ସଂଶୋଧନ ପାଇଁ ସ୍ବତନ୍ତ୍ର ଅଭିଯାନ

Sunil Chandra Nayak

Leave a Comment

error: Content is protected !!